ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମହାଲକ୍ଷ୍ମୀ ୟୁଥ କ୍ଳବ ତରଫରୁ ମା ମହାଲଷ୍ମୀ ଙ୍କ କଳସ ଯାତ୍ରା ଓ ପୂଜା 

କାମାକ୍ଷାନଗର(ମ ନି ସ) ୦୯/୧୦_ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ନୂଆ ଆଳତୁମା ଗ୍ରାମର ମହାଲଷ୍ମୀ ୟୁଥ କ୍ଲବ ତରଫରୁ ମା ମହାଲକ୍ଷ୍ମୀଙ୍କ କଳସ ଯାତ୍ରା କରାଯାଇଛି, ସ୍ଥାନୀୟ ରାମିୟାଳ ନଦୀ କୂଳରେ ବିଧି ବିଧାନ ମୁତାବକ ପୂଜାର୍ଚ୍ଚନା କରାଯାଇ ଥିଲା। ଏଥି ନିମନ୍ତେ ମା ମହାଲକ୍ଷ୍ମୀ ଙ୍କ ପାଇଁ ବ୍ରତୀ ଭାଇ ମାନେ କଳସରେ ନଦୀରୁ ପାଣି ଉଠାଇବା ସହ ଆଳତୁମା ଗ୍ରାମ ମଧ୍ୟରେ ଘଣ୍ଟ ବାଦ୍ୟ ଓ ସଙ୍କୀର୍ତ୍ତନ ମଣ୍ଡଳୀ ଦ୍ଵାରା ଗ୍ରାମ ପରିକ୍ରମା କରାଯାଇଥିଲା l ସୁଚନା ଯୋଗ୍ୟ ଯେ ଏହି କଳସ ପାଣି ମା ମହାଲକ୍ଷ୍ମୀ ଙ୍କ ର ପୂଜା ରେ ଲାଗି ହେଉଥିବାରୁ ମାନସିକଧାରି ମାନେ ମାଙ୍କ ପାଖକୁ ଏହି ପବିତ୍ର ଜଳ ଅର୍ପଣ କରିଥାନ୍ତି lଆଜି ସନ୍ଧ୍ୟା ୬ ଟା ସମୟରେ ପୂଜା ଆରମ୍ଭ ହୋଇ ରାତି ୧୨ ଟା ପର୍ଯ୍ୟନ୍ତ ଚାଳିବ lଚଳିତ ବର୍ଷ କରୋନା କଟକଣା ନ ଥିବାରୁ ଧୂମଧାମ ରେ ମା ମହାଲକ୍ଷ୍ମୀ ଙ୍କ ପୂଜା ହେବ ବୋଲି ମହାଲକ୍ଷ୍ମୀ ୟୁଥ କ୍ଲବ ତରଫରୁ ସୂଚନା ଦିଆଯାଇଛି l କ୍ଲବ ର ପ୍ରେସିଡେଣ୍ଟ , ଭାଇସି ପ୍ରେସିଡେଣ୍ଟ , ସେକ୍ରେଟାରୀ ଓ ଆସିଷ୍ଟାଣ୍ଟ ସେକ୍ରେଟାରୀ ଓ କୋଷାଧ୍ୟକ୍ଷ ଙ୍କ ସହିତ କ୍ଲବ ର ଏକ୍ସକ୍ୟୁଟିଭ ମେମ୍ବର ପ୍ରହ୍ଲାଦ ମୁଦୁଲି, ସୁଧୀର ରାଉତ, ସୁଶାନ୍ତ ସାହୁ,ମନୋଜ ବେହେରା,ବସନ୍ତ ସାହୁ , ଲିଟୁସାହୁ ଓ କ୍ଲବ ର ଅନ୍ୟ ସଦସ୍ୟ ଙ୍କ ଉପସ୍ଥିତ ରେ ମା ମହାଲକ୍ଷ୍ମୀ ଙ୍କ କଳସ ଯାତ୍ରା ଓ ପୂଜା ଵିଧି ହୋଇଯାଇଛି ।

ଢେଙ୍କାନାଳ କାମାକ୍ଷାନଗର ରୁ ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ

Related posts

ମମତା ସାହୁ ଙ୍କ କବିତା ଦର ପୋଡ଼ା ହୃଦୟ

ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା,ଓଡ଼ିଶାର କର୍ମକର୍ତ୍ତାଙ୍କ ନାମ ଘୋଷଣା

Sunil Chandra Nayak

ସମାଜର ବିକାଶ ପାଇଁ ବିଜ୍ଞାନକୁ କେବଳ ଭାରତ ବ୍ୟବହାର କରିପାରିବ -ରାଜ୍ୟପାଳ

Sunil Chandra Nayak

Leave a Comment

error: Content is protected !!