ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନିଖିଳ ଉତ୍କଳ ଖଣ୍ଡାୟତ କ୍ଷତ୍ରିୟ ମହାସଭାର କାର୍ଯ୍ୟକାରିଣୀ ବୈଠକ

ରାଉରକେଲା/ ନିଖିଳ ଉତ୍କଳ ଖଣ୍ଡାୟତ କ୍ଷତ୍ରିୟ ମହାସଭାର କାର୍ଯ୍ୟକାରିଣୀ ବୈଠକ ସେକ୍ଟର ୩ସ୍ଥିତ ଖଡ଼ଗ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ଉପସଭାପତି ଉପେନ୍ଦ୍ର କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ମହାସଭାକୁ ସାଧାରଣ ସମ୍ପାଦକ ଶଶଧର ପାତ୍ର ପରିଚାଳନା କରିଥିଲେ। ଦଶହରାରେ ଖଡ଼ଗ ପୂଜନ, ଶୋଭାଯାତ୍ରା ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ସମ୍ପର୍କରେ ସମୀକ୍ଷା କରାଯାଇଥିଲା। ଆସନ୍ତା ବର୍ଷ କାର୍ଯ୍ୟକ୍ରମକୁ କିପରି ଅଧିକ ସରସ ସୁନ୍ଦର ଓ ଆକର୍ଷଣୀୟ କରାଯାଇ ପାରିବ ସେ ସମ୍ବନ୍ଧରେ ସଭ୍ୟମାନଙ୍କର ମତାମତ ଆହ୍ବାନ କରାଯାଇଥିଲା। ପୂଜକଙ୍କ ବୟସାଧିକ ଯୋଗୁଁ ସେ ଠିକ୍ ରୂପେ ପୂଜା ଦାୟିତ୍ଵ ନିର୍ବାହ କରିପାରୁ ନଥିବାରୁ ତାଙ୍କ ବଦଳରେ ନୂତନ ପୂଜକଙ୍କ ନିଯୁକ୍ତି କରିବା, ଆସନ୍ତା ନଭେମ୍ବର ମାସରେ ଏକ ସ୍ଵାସ୍ଥ୍ୟ ପରୀକ୍ଷା କାର୍ଯ୍ୟକ୍ରମ ହାତକୁ ନେବା ଓ ଆସନ୍ତା ଫେବୃଆରୀ ୧୭ ତାରିଖରେ ବାର୍ଷିକ ଉତ୍ସବ ପାଳନ କରିବା, ଏକ ମହିଳା ଓ ଯୁବ ବାହିନୀ ପ୍ରତିଷ୍ଠା କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଗଲା। ପ୍ରତି ୨/୩ ମାସ ବ୍ୟବଧାନରେ ଗୋଟିଏ ଲେଖାଏଁ ସାମାଜିକ କାର୍ଯ୍ୟକ୍ରମ ହାତକୁ ନେଇ ମହାସଭାକୁ ସକ୍ରୀୟ ଓ ଲୋକାଭିମୁଖୀ କରିବା ପାଇଁ ମତ ପ୍ରକାଶ ପାଇଥିଲା। ପରବର୍ତ୍ତୀ ବୈଠକ ଏହି ମାସ ଶେଷ ସପ୍ତାହରେ ଅନୁଷ୍ଠିତ କରି ଦାୟିତ୍ଵ ବଣ୍ଟନ କରିବାକୁ ନିଷ୍ପତ୍ତି ଗ୍ରହଣ କରାଗଲା। ଶେଷରେ ଶମ୍ଭୁନାଥ ପରିଡ଼ା ଧନ୍ୟବାଦ ଅର୍ପଣ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ରାଇରଙ୍ଗପୁର : ପୁରୁଣାଘାଟିରେ ବିଜେଡିର ଜନ ସଂପର୍କ ପଦଯାତ୍ରା

Sunil Chandra Nayak

ଅଵିନାଶ ମହାପାତ୍ର ଙ୍କ କବିତା ମଲା ଜହ୍ନ

Sunil Chandra Nayak

ଭୁବନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ରୋଗୀ କଲ୍ୟାଣ ସମିତି ର ବୈଠକ ଅନୁଷ୍ଠିତ

Leave a Comment

error: Content is protected !!