Uncategorizedବେଣୁଧର ସୂତାର ଙ୍କ କବିତା ରାତ୍ରି ଗୋ ତୁମେ by Sunil Chandra NayakAugust 17, 2022081 Share0 ରାତ୍ରି ଗୋ ତୁମେ ବେଣୁଧର ସୂତାର ରଜନୀଗନ୍ଧାର ମହକକୁ ନେଇ ତମସାର ବୁକୁ ଚିରି ଧୀରା ଧରଣୀର ଚନ୍ଦ୍ର ଚାହାଣିରେ ବିଭାବାଣ୍ଟେ ବିଭାବରୀ ।। ନୀଳାଭ ଅମ୍ବର ନୀଳ ସାଗରିକା ବନାନୀର ଶ୍ୟାମ ଶୋଭା ନୀଳ କଳେବର ନୀଳିମା ସୁନ୍ଦର ରଜନୀର ଚାରୁପ୍ରଭା ।। ମଧୁମୟ କ୍ଷଣେ ତିମିର ତର୍ପଣେ ମହକ ପଖଳା ଗାତ୍ରେ ଜୋଛନାପରଶେ ରଜନୀଉଦ୍ଭାସେ ଶାନ୍ତମୟ ରୂପଚିତ୍ରେ ।। ଜୋଛନା ମଦିରା କରେ ଆତ୍ମହରା ମନୋରମ ବିଥିକାରେ ସମର୍ପିତ ଧାରା ପ୍ରୀତିର ପସରା ସପନର ଯୁଥିକାରେ ।। ପ୍ରକୃତି ମଧୁର ରୂପ ଚମତ୍କାର ରଙ୍ଗଭରା ସ୍ବପ୍ନେ ଛନ୍ଦି ଧରିତ୍ରୀ ଆକାଶ ପ୍ରୀତି ଅନୁରାଗ ପ୍ରେମର ଯୁଗଳବନ୍ଦୀ ।। ଅନନ୍ତ ଭୁବନ ସପନେ ମଗନ ପାଇ ଯା, ମମତା ପ୍ରୀତି ତମସା ଗୋ ତୁମ ମଞ୍ଜୁଳ ପରଶେ ବିଶ୍ବ ମଧୁମୟ ସ୍ଥିତି ।। ଅଂଶୁମାଳି କର ପ୍ରଚଣ୍ଡ ପ୍ରଖର ଅମିତ ଯନ୍ତ୍ରଣା ମାନ ତୋ ଶୀତଳ କର ପରଶେ ପ୍ରକୃତି ରକ୍ଷା କରେ ସନ୍ତୁଳନ ।। ଆଲୋକ ଅନ୍ଧାର ବିଶ୍ବ ପ୍ରକୃତିର ଛାଇ ଆଲୁଅର ଖେଳ ତୋର ଅନୁଦାନେ ଏଭବ ଭୁବନେ ଜୀବନ ଶୃଜନଶୀଳ ।। ରଜନୀ ଗୋ ତୁମ ପୁଣ୍ୟ ପଣତେ ନିଦ୍ରାରେ ମୋହିତ ଜନ ସୁଖନିଦ୍ରା କୋଳେ ଭୁଲେ ଅବହେଳେ ନୈରାଶ୍ୟର ପାଦଚିହ୍ନ ।। ରାତ୍ରି ଗୋ ତୁମେ ନିଖିଳ ଧାତ୍ରୀ ଅବର୍ଣ୍ଣନୀୟ ଯା କୃପା ମୃଦୁଳ ମଞ୍ଜୁଳ ତୁମ ଅଙ୍କସ୍ଥଳ ଦେବୀ ତୁମେ ବିଶ୍ବରୂପା ।। କେଶଦୁରାପାଳ କେନ୍ଦୁଝର