ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡରେ ସ୍ୱାବଲମ୍ବି ହେଲେ ଏସଏସଜି ମହିଳା,ଉଦଘାଟନ ହେଲା ମିଶନ ଶକ୍ତି କାଫେ

ନୁତନ ଗାଁ ବିକାଶ ନଗର ଉଦ୍ଘାଟନ ହେଲା ଏବଂ ସରକାରଙ୍କ ମୁଖ୍ୟ ସ୍ରୋତରେ ସାମିଲ ହେଲେ ୮ଗୋଟି ପରିବାର

ରାଜ୍ୟ ସରକାର ମିଶନଶକ୍ତିକୁ ଗୁରୁତ୍ୱ ଦେଇଥିବା ବେଳେ ଏସଏସଜି ମହିଳାଙ୍କ ସ୍ୱାବଲମ୍ବି ହେବା ପାଇଁ ଅନେକ ଯୋଜନା ପ୍ରଣୟନ କରିଛନ୍ତି । ସେ ମଧ୍ୟରୁ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକର ଅନେକ ଏସଏସଜି ନିଜସ୍ୱ ଉଦ୍ୟମରେ ଅନେକ ଗୁଡିଏ କାମ ହାତକୁ ନେଇଥିବା ବେଳେ ଆଜି ନିଜ ଗୋଡରେ ନିଜେ ଛିଡା ହୋଇ ନିଜ ପରିବାର ପ୍ରତିପୋଷଣ କରିପାରୁଛନ୍ତି ମହିଳା ଗୋଷ୍ଠି । ମହିଳା ମାନଙ୍କ ସ୍ୱାବଲମ୍ବି ପାଇଁ ସରକାର ଗୁରୁତ୍ୱ ଦେଇ ଲାଞ୍ଜିଗଡ ସ୍ଥିତ ବଜାରପଡା ଠାରେ ଏକ ମିଶନଶକ୍ତି କାଫେ ଲାଞ୍ଜିଗଡ କୁଟିଆକନ୍ଧ ଉନ୍ନୟନ ସଂସ୍ଥା ମାଧ୍ୟମରେ ନିର୍ମାଣ କରିଥିବା ବେଳେ ଆଜି ଏହି ମିଶନଶକ୍ତି କାଫେକୁ ଉଦଘାଟନ କରିଛନ୍ତି ଆଦିବାସି ଉନ୍ନୟନ ମନ୍ତ୍ରୀ ଜଗନ୍ନାଥ ସାରକା । ଏହି ମିଶନଶକ୍ତି କାଫେ ନିର୍ମାଣ କରିବା ଦ୍ୱାରା ଅନେକ ଏସଏସଜି ମହିଳା ଉପକୃତ ହୋଇପାରିବେ । ମିଶନଶକ୍ତି ଦ୍ୱାରା ମହିଳା ଶଶକ୍ତି କରଣ ଓ ମହିଳାଙ୍କ ସ୍ୱାବଲମ୍ବି ପାଇଁ ରାଜ୍ୟ ସରକାର ଅନେକ ଯୋଜନା କରିଥିବା ବେଳେ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାରେ ମହିଳା ଗୋଷ୍ଠି ସବୁ ଉପକୃତ ହୋଇଛନ୍ତି । ଲାଞ୍ଜିଗଡର ଏହି ମିଶନଶକ୍ତି କାଫେର ଦାଇତ୍ୱ ଅଞ୍ଚଳର ୫ଗୋଟି ଏସଏସଜି ମହିଳା ମାନଙ୍କୁ ଦାଇତ୍ୱ ଦିଆଯାଇଥିବା ବେଳେ ଏହି କାଫେରେ ଓଡିଆ ଦେଶିଖାଦ୍ୟ ସହ ଅନେକ ସ୍ୱାଦିଷ୍ଠ ଖାଦ୍ୟ ବିକ୍ରି କରାଯିବ । ଏହି କାଫେକୁ ଆଜି ଆଦିବାସି ଉନ୍ନୟନ ମନ୍ତ୍ରୀ ଉଦଘାଟନ କରିଥିବା ବେଳେ ଏହି କାଫେର ନିର୍ମାଣ ପାଇଁ ରାଜ୍ୟସରକାର ୧୫ଲକ୍ଷ ଟଙ୍କା ଅନୁଦାନ ରାଶି ଦେଇଥିଲେ ଓ ଏସଏସଜି ମହିଳା ମାନେ ୨ଲକ୍ଷ ଅନୁଦାନ ଦେଇ ଏହି କାଫେ ନିର୍ମାଣ କରାଯାଇଛି । ଏଥିରେ ୫ଗୋଟି ଏସଏସଜି ଗ୍ରୁପର ୫୦ଜଣ ଆଦିମ ଜନଜାତି ମହିଳା ପ୍ରତକ୍ଷ ଓ ପରକ୍ଷରେ ଉପକୃତ ହେବେ । ଏହି ମିଶନଶକ୍ତି କାଫେକୁ ଓଡିଶା ଆଦିମ ଜନଜାତି ସଶକ୍ତି କରଣ ଓ ଜୀବିକା ଉନ୍ନତି କରଣ ଅନୁସୁଚିତ ଜନଜାତି ଓ ଅନୁସୁଚିତ ଜାତି ଉନ୍ନୟନ ସଙ୍ଖ୍ୟାଲଘୁ ସଂପ୍ରଦାୟ ଓ ପଛୁଆବର୍ଗ କଲ୍ୟାଣ ବିଭାଗ ଓ ମିଶନଶକ୍ତି ବିଭାଗ ଓଡିଶା ସରକାର କାଫେ ନିର୍ମାଣ ପାଇଁ ସହାୟତା ପ୍ରଦାନ କରିଛନ୍ତି । ଆଜିର ଉଦଘାଟନି କାର୍ଯ୍ୟକ୍ରମରେ ରାଜ୍ୟସଭା ସାଂସଦ ସୁଜିତ କୁମାର ସେଠ,କଳାହାଣ୍ଡି ଜିଲ୍ଲାପାଳ ପି.ଅନ୍ୱେଶା ରେଡ୍ଡି,ଲାଞ୍ଜିଗଡ ବିଧାୟକ ପ୍ରଦିପ କୁମାର ଦିଶାରୀ,ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂଦେଓ,ପିଏ ଆଇଟିଡିଏ ବିରଞ୍ଚି ନାରାୟଣ ଦରୱାନ,ଜିଲ୍ଲା ମଙ୍ଗଳ ଅଧିକାରୀ ଅରବିନ୍ଦ ରାଏ,ଲାଞ୍ଜିଗଡ ଶିଶୁ ବିକାଶ ଅଧିକାରିଣୀ ବିଜୟିଶ୍ରି ସିଂ,ଲାଞ୍ଜିଗଡ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର,ଲାଞ୍ଜିଗଡ ବିଡିଓ ଜିତେନ୍ଦ୍ର କୁମାର ମିଶ୍ର,ଜିଲ୍ଲା ପରିଷଦ ସଦସ୍ୟ ପରିକ୍ଷିତ ନାଏକ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଉପସ୍ଥିତ ଥିଲେ । କୁଟିଆକନ୍ଧ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଲୋମ୍ବଧର ପ୍ରଧାନଙ୍କ ତତ୍ତ୍ୱାବଧାନରେ ଏହି ଉଦଘାଟନି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ସଂସ୍ଥାର ସମସ୍ତ କର୍ମଚାରୀ ଓ ଏସଏସଜି ମହିଳା ମାନେ ସହଯୋଗ କରିଥିଲେ

ସେହିପରି ଆଦିବାସିଙ୍କ ସ୍ୱପ୍ନ ପୁରଣ ହୋଇଛି,ନୁତନ ଗାଁ ବିକାଶ ନଗର ଉଦ୍ଘାଟନ ହୋଇଛି ଏବଂ ସରକାରଙ୍କ ମୁଖ୍ୟ ସ୍ରୋତରେ ସାମିଲ ହେଲେ ୮ଗୋଟି ପରିବାର।

ଏହି ବ୍ଲକର ଦୁର୍ଗମ ଅପହଞ୍ଚ ଇଲାକା ହେଉଛି ଲାଞ୍ଜି ପଞ୍ଚାୟତର ପାହାଡ ଉପରେ ଥିବା ଉପର ଲଙ୍ଗଳବାହାଲି ଗାଁ । ଏହି ଗାଁରେ ୮ଗୋଟି ପରିବାରର ୫୪ସଦସ୍ୟ ରହୁଥିବା ବେଳେ ବିଭିନ୍ନ ପ୍ରକାର ସମସ୍ୟାରେ ଜର୍ଜରିତ ଥିଲା ଏହି ଗାଁ । ଏହାକୁ ଦୃଷ୍ଟିରେ ରଖି ଲାଞ୍ଜିଗଡ ବିଡିଓ ଯୁବ ପ୍ରଶାସକ ଜିତେନ୍ଦ୍ର କୁମାର ମିଶ୍ରଙ୍କ ନେତୃତ୍ୱରେ ଏକ ଟିମ୍ ସେହି ଗାଁକୁ ଗସ୍ତ କରିଥିଲେ । ଉପର ଲଙ୍ଗଲବାହାଲି ଗାଁର ଭୈାଗଳିକ ସ୍ଥିତିକୁ ଅନୁଧ୍ୟାନ କରି ସେମାନଙ୍କୁ ପାଇଁ ପାହାଡ ତଳେ ଥିବା ଏକ ସମତଳ ଜାଗାରେ ୮ଗୋଟି ପରିବାର ପାଇଁ କେନ୍ଦ୍ରିୟ ଯୋଜନା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୮ଗୋଟି ପକ୍କାଘର ନିର୍ମାଣ କରାଯାଇଥିଲା । ସେମାନଙ୍କ ପାଇଁ ସ୍ୱଚ୍ଛ ପାନୀୟଜଳ ବ୍ୟବସ୍ଥା,ଶୈାଚାଳୟ,କଂକ୍ରିଟ ରାସ୍ତା,ଚେକଡ୍ୟାମ ନିର୍ମାଣ କରାଯାଇଛି । ତା ସହିତ ସେମାନଙ୍କ ଜିବିକା ପାଇଁ କୁଟିଆକନ୍ଧ ଉନ୍ନୟନ ସଂସ୍ଥା ପକ୍ଷରୁ ବିଭିନ୍ନ ପ୍ରକାର ଫଳଗଛ ରୋପଣ କରାଯାଇଛି ଓ ଗାଁକୁ ସୈାନ୍ଦର୍ଯ୍ୟକରଣ ମଧ୍ୟ କରାଯାଇଛି । ବ୍ଲକ ପ୍ରଶାସନ ଦ୍ୱାରା ନିର୍ମାଣ ହୋଇଥିବା ଏହି ଗାଁକୁ ବିକାଶ ନଗର ନାମରେ ନାମିତ କରାଯାଇଛି । ଆଜି ଏହାର ଉଦଘାଟନି ଉତ୍ସବ ଥିବା ବେଳେ ଆଦିବାସିଙ୍କ ମଧ୍ୟରେ ଉତ୍ସାହର ମାହୋଲ ଦେଖାଦେଇଥିଲା । ଏହି ବିକାଶ ନଗରର ଶୁଭ ଉଦଘାଟନ ଉତ୍ସବରେ ଆଦିବାସି ଉନ୍ନୟନ ମନ୍ତ୍ରୀ ଜଗନ୍ନାଥ ଶାରକା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପାହାଡ ଭିତରେ ଥିବା ଏହି ସୁନ୍ଦର ଗାଁକୁ ଦେଖି ଲାଞ୍ଜିଗଡ ବ୍ଲକ ପ୍ରଶାସନକୁ ପ୍ରଶଂସା କରିଥିଲେ ଓ ବିକାଶ ନଗର ନିର୍ମାଣ କରିଥିବା ରାଜମିସ୍ତ୍ରୀ ମାନଙ୍କୁ ସମ୍ମାନୀତ କରିଥିଲେ । ଆଦିବାସି ମାନେ ନିଜ ପାରମ୍ପାରିକ ବେଶବୁଷାରେ ସୁସଜ୍ଜିତ ହୋଇ ଆଦର ସହକାରେ ମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ । ଏହି ଉଦଘାଟନି କାର୍ଯ୍ୟକ୍ରମରେ ରାଜ୍ୟସଭା ସାଂସଦ ସୁଜିତ କୁମାର ସେଠ,କଳାହାଣ୍ଡି ଜିଲ୍ଲାପାଳ ପି.ଅନ୍ୱେଶା ରେଡ୍ଡି,ଲାଞ୍ଜିଗଡ ବିଧାୟକ ପ୍ରଦିପ କୁମାର ଦିଶାରୀ,ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂଦେଓ,ଲାଞ୍ଜିଗଡ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର,ଜିଲ୍ଲା ପରିଷଦ ସଭ୍ୟା ଅଞ୍ଜଳି ମାଝୀ,ଲାଞ୍ଜି ସରପଞ୍ଚ ଯମୁନା ମାଝୀ,ସମିତିସଭ୍ୟ ବେଣୁଧର ବାଗ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିବା ବେଳେ ଏହି କାର୍ଯ୍ୟକ୍ରମ ଲାଞ୍ଜିଗଡ ବିଡିଓ ଜିତେନ୍ଦ୍ର କୁମାର ମିଶଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିବା ବେଳେ ଜିଲ୍ଲା ପରିଷଦ ସଦସ୍ୟ ପରିକ୍ଷିତ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ । ଯନ୍ତ୍ରୀ ଗୋଲକ ବିହାରୀ ଭୋଇ ,ଗ୍ରାମରୋଜଗାର ସେବକ ସୁଦାସୁଂ ବାଗ,ପଞ୍ଚାୟତ ନିର୍ବାହି ଅଧିକାରୀ ଅଲେଖ ସା,ଭାଗବତ ପ୍ରସାଦ ସାହୁ ପ୍ରମୁଖ ସହଯୋଗ କରିଥିଲେ ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ପୂର୍ବତନ ଏନଏସି ଅଧକ୍ଷ୍ୟ ପାର୍ଥ ମହାଳିକଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା

Sunil Chandra Nayak

ତିର୍ଯ୍ୟକ୍

Sunil Chandra Nayak

ଦରଦାମ ବୃଦ୍ଧିକୁ ନେଇ ନର୍ଲା କଂଗ୍ରେସ ଦଳର ହାଲ୍ଳlବୋଲ କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort