ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଢେଙ୍କାନାଳ ସଦର ବ୍ଲକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ -୨୦୨୨ରେ ବି. ବି.ହାଇସ୍କୁଲ, ଢ଼େଙ୍କାନାଳର ସଫଳତା 

ଢ଼େଙ୍କାନାଳ (ମ ନି ସ)୨୬/୧୦_ସ୍ଥାନୀୟ ସୁଲକ୍ଷଣା ଦେବୀ ସରକାରୀ ଉଚ୍ଚ ବିଦ୍ୟାଳୟ ,ଢ଼େଙ୍କାନାଳ ପରିସରରେ ଢ଼େଙ୍କାନାଳ ସଦର ବ୍ଲକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ -୨୦୨୨ ଅନୁଷ୍ଠିତ ହୋଇ ଉଦ୍ ଯାପିତ ହୋଇଯାଇଛି। ସଦର ବ୍ଲକ ବି.ଇ.ଓ ବ୍ରହ୍ମାନନ୍ଦ ରାଉତଙ୍କ ସଭାପତିତ୍ବରେ ଆୟୋଜିତ ଉଦ୍ ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଢେଙ୍କାନାଳ ମାନ୍ୟବର ସାଂସଦ ମହେଶ ସାହୁ ଯୋଗଦାନ କରି ‘ ଯେଉଁ ଗୁରୁମାନଙ୍କ ତ୍ୟାଗ ଓ ଅବଦାନ ଯୋଗୁଁ ଆମେ ଆଜି ସମାଜରେ ପ୍ରତିଷ୍ଠାଲାଭ କରିଛୁ ସେମାନଙ୍କର ଉପଦେଶ ଓ ଆଦେଶକୁ ସମ୍ମାନ ଦେଇ ବାଟ ଚାଲିଲେ ଶିଶୁମାନେ ଭବିଷ୍ୟତରେ ସୁନାଗରିକ ହୋଇପାରିବେ ‘ ବୋଲି ମତବ୍ୟକ୍ତ କରିଥିଲେ। ସମ୍ମାନିତ ଅତିଥି ଭାବେ ସଦର ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଧୀର କୁମାର ନାୟକ ଯୋଗଦାନ କରି ‘ ପିଲାଙ୍କୁ ଅନୁକୂଳ ଓ ଆବଶ୍ୟକ ପରିବେଶ ଯୋଗାଇ ଦେଲେ ସେମାନଙ୍କର ପ୍ରତିଭା ବିକଶିତ ହୋଇ ପାରିବ ‘ ବୋଲି ଦୃଢ଼ ମତ ଉପସ୍ଥାପନ କରିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଭାବରେ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ଭାରପ୍ରାପ୍ତ ଅଧ୍ୟକ୍ଷ ମାନସ ରାଉତ ଯୋଗଦାନ କରି ‘ ପ୍ରତିଯୋଗିତାରେ ଆଦୌ ଭାଗ ନ ନେବା ଅପେକ୍ଷା ଭାଗ ନେଇ ବିଫଳ ହେଲେ ପିଲାଙ୍କର ମନୋବଳ ଓ ସାହସ ବୃଦ୍ଧି ପାଇପାରିବ ‘ ବୋଲି ଦୃଢ଼ ଅଭିବ୍ୟକ୍ତି ପ୍ରଦାନ କରିଥିଲେ। ପ୍ରତ୍ୟେକ ପ୍ରତିଯୋଗିତାରେ କେବଳ ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀ ମାନେ ଆସନ୍ତା ଜିଲ୍ଲାସ୍ତରୀୟ ଓ ଶେଷରେ ରାଜ୍ୟ ସ୍ତରୀୟ ସୁରଭି -୨୦୨୨ ରେ ଅଂଶ ଗ୍ରହଣ କରିପାରିବେ। ବରିଷ୍ଠ ଚାରୋଟି ବିଭାଗରେ ଶତାୟୁ, ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ ବିଦ୍ୟାଳୟ ଢ଼େଙ୍କାନାଳର ଛାତ୍ରୀ, ଛାତ୍ର ମାନେ ବିଦ୍ୟାଳୟ ସଂସ୍କୃତି ବିଭାଗ ଦାୟିତ୍ଵରେ ଥିବା ସଂସ୍କୃତ ଶିକ୍ଷୟିତ୍ରୀ ଓ ସଂସ୍କୃତ ଶିକ୍ଷକ ଡ଼ଃ ଅନୁପମା ମିଶ୍ର ,ଦିପ୍ତିସ କୁମାର ଶତପଥୀ ଓ ବରିଷ୍ଠ ଶିକ୍ଷକ ଡ଼ା.ଦେବୀ ପ୍ରସାଦ ମିଶ୍ରଙ୍କ ତତ୍ତ୍ୱାବଧାନରେ ଓ ମିଳିତ ମାର୍ଗଦର୍ଶନରେ ୩ଟି ଏକକ ବିଭାଗରେ ପ୍ରଥମ ସ୍ଥାନ, ୧ ଟି ବିଭାଗରେ ଦ୍ୱିତୀୟ ସ୍ଥାନ,୨ଟି ଏକକ ବିଭାଗରେ ତୃତୀୟ ସ୍ଥାନ ଓ ଦଳଗତ ଗୋଟିଏ ବିଭାଗରେ ମଧ୍ୟ ପ୍ରଥମ ସ୍ଥାନ, କନିଷ୍ଠ ୧ ଟି ବିଭାଗରେ ତୃତୀୟ ସ୍ଥାନ ଅଧିକାର କରି ମୋଟ୍ ୮ ଟି ବିଭାଗରେ ପ୍ରଶଂସା ପତ୍ର ଓ ପୁରସ୍କାର ହାସଲ କରିବା ସଙ୍ଗେ ସଙ୍ଗେ ୪ ଟି ବିଭାଗରେ ପ୍ରଥମ ସ୍ଥାନ ହାସଲ କରି ଜିଲ୍ଲା ସ୍ତରୀୟ ସୁରଭି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ ଯୋଗ୍ୟ ବିବେଚିତ ହେବାର ଗୌରବ ଅର୍ଜନ କରିଛନ୍ତି। ବି.ବି. ହାଇସ୍କୁଲ, ଢେଙ୍କାନାଳର ଦଶମ ଶ୍ରେଣୀର ଛାତ୍ରୀ ଶୁଭସ୍ମିତା ସାହୁ ବାଗ୍ମିତା ରେ ଦ୍ୱିତୀୟ ଓ ସୃଜନଶୀଳ ଲିଖନରେ ପ୍ରଥମ ସ୍ଥାନ, କିମିକ୍ରିଷ୍ଣା ବେହେରା ବିତର୍କରେ ପ୍ରଥମ, ସ୍ମିତାଶ୍ରୀ ଦେହୁରୀ ପ୍ରବନ୍ଧରେ ତୃତୀୟ,ଦିବ୍ୟଜ୍ୟୋତି ମହାରଣା କୁଇଜ୍ ରେ ପ୍ରଥମ ,ମଧ୍ୟାହ୍ନ ଭୋଜନ ଆଧାରିତ ଚିତ୍ରକଳା ଓ ଶିଳ୍ପକଳାରେ ଶୁଭମ୍ ମିଶ୍ର ତୃତୀୟ, ଶ୍ରୀମାନ ସାଇପ୍ରସନ୍ନ ବେହେରା, ସୋମ୍ୟାଶ୍ରୀ ପଟ୍ଟନାୟକ,ସୁଶ୍ରୀ ଶୁଭସ୍ମିତା ଦେହୁରୀ, ସ୍ମୃତି ରଞ୍ଜିତା ଦଳେଇ, ସ୍ମାଇଲ୍ ଶ୍ରୀ ପଟ୍ଟନାୟକ ସାଂସ୍କୃତିକ କାର୍ଯ୍ୟକ୍ରମରେ ଦଳଗତ ଭାବରେ ପ୍ରଥମ ସ୍ଥାନ, କନିଷ୍ଠ ବିଭାଗରେ ବି.ବି. ହାଇସ୍କୁଲ, ଢ଼େଙ୍କାନାଳର ସପ୍ତମ ଶ୍ରେଣୀର ଛାତ୍ର ଶୁଭଶାନ୍ତ ମହାପାତ୍ର ସୃଜନଶୀଳ ଲିଖନରେ ତୃତୀୟ ସ୍ଥାନ ଅଧିକାର କରି ପ୍ରଶଂସାପତ୍ର ଓ ପୁରସ୍କାର ଲାଭ କରିବା ସଙ୍ଗେ ସଙ୍ଗେ ଆଗାମୀ ୦୩.୧୧.୨୦୨୨ରିଖ ଦିନ ଶତାୟୁ, ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳ ଠାରେ ଅନୁଷ୍ଠିତ ହେବାକୁ ଥିବା ଜିଲ୍ଲାସ୍ତରୀୟ ସୁରଭି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାପାଇଁ ଯୋଗ୍ୟ ବିବେଚିତ ହେବାର ଗୌରବ ହାସଲ କରି ପାରିଛନ୍ତି। ଅନୁଷ୍ଠିତ କାର୍ଯ୍ୟକ୍ରମଗୁଡ଼ିକରେ ବିଚାରକ ଭାବରେ ଅବସରପ୍ରାପ୍ତ ବରିଷ୍ଠ ଶିକ୍ଷକ ମାୟାଧର ନାୟକ, ଉଷାରାଣୀ ଦାସ,ପ୍ରଶାନ୍ତ କୁମାର ପଣ୍ଡା, ରୋଜାଲିନ ରଥ, ସୌରଭ ରାୟ ପ୍ରମୁଖ ଯୋଗଦାନ କରି ଛାତ୍ରୀ ଛାତ୍ର ମାନଙ୍କ ଉପସ୍ଥାପନା ସବୁକୁ ଉଚିତ୍ ମୂଲ୍ୟାୟନ କରିଥିଲେ। ଅପରାହ୍ନରେ ଢେଙ୍କାନାଳ ସଦର ଗୋଷ୍ଠୀ ଶିକ୍ଷା ଅଧିକାରୀ ବ୍ରହ୍ମାନନ୍ଦ ରାଉତଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଢେଙ୍କାନାଳ ସଦର ମାନ୍ୟବର ବିଧାୟକ ସୁଧିର କୁମାର ସାମଲ ଯୋଗଦାନ କରି ‘ ଛାତ୍ରୀ ଛାତ୍ର ମାନଙ୍କ ଅନ୍ତର୍ନିହିତ ପ୍ରତିଭାର ବିକାଶ ସୁରଭି କାର୍ଯ୍ୟକ୍ରମ ମାଧ୍ୟମରେ ସମ୍ପାଦିତ ହେଉଅଛି ‘ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଭାବରେ ସଦର ବ୍ଲକ ଅଧ୍ୟକ୍ଷା ରାଜଶ୍ରୀ ନାୟକ, ଏ.ବି. ଇ. ଓ ଦେବବ୍ରତ ନାଥ ଯୋଗଦେଇ କୃତୀ ଛାତ୍ରୀ ଛାତ୍ର ମାନଙ୍କୁ ଉତ୍ସାହିତ କରିବା ସଙ୍ଗେ ସଙ୍ଗେ ମୁଖ୍ୟଅତିଥିଙ୍କ ସମେତ ସମସ୍ତ ମଞ୍ଚାସୀନ ଅତିଥି ବୃନ୍ଦ ସମସ୍ତ କୃତୀ ପ୍ରତିଯୋଗୀ ମାନଙ୍କୁ ପ୍ରଶଂସା ପତ୍ର ଓ ପୁରସ୍କାର ପ୍ରଦାନ କରିଥିଲେ। ଶିକ୍ଷକ ରଜନୀ କାନ୍ତ ସାହୁ ଓ ପ୍ରଦ୍ୟୁମ୍ନ ଦାସ ମଞ୍ଚ ସଞ୍ଚାଳନ କରିଥିବାବେଳେ ଶିକ୍ଷକ ନିରାକାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମ ଆୟୋଜନରେ ସଦର ବ୍ଲକର ଝସକେତନ ପ୍ରଧାନଙ୍କ ସମେତ ସମସ୍ତ ସି ଆର୍ ସିସି, ପ୍ରଧାନ ଶିକ୍ଷୟିତ୍ରୀ ମିନତୀ ଦେହୁରୀଙ୍କ ସମେତ ସମସ୍ତ ପ୍ରଧାନ ଶିକ୍ଷୟିତ୍ରୀ ଓ ପ୍ରଧାନ ଶିକ୍ଷକ ଓ କର୍ମଚାରୀ ବୃନ୍ଦ, ଶିକ୍ଷକ ଅସିତ୍ ମିଶ୍ର,ବିଷ୍ଣୁ ମଲ୍ଲିକ, ଡ଼ଃ ଅନୁପମା ମିଶ୍ର, ଡ଼ା. ଦେବୀ ପ୍ରସାଦ ମିଶ୍ର ପ୍ରମୁଖଙ୍କ ସମେତ ସମସ୍ତ ଶିକ୍ଷୟିତ୍ରୀ ଓ ଶିକ୍ଷକ ବୃନ୍ଦ ସହଯୋଗ କରି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିପାରିଥିଲେ l

ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ସହ ପ୍ରହଲ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍

Related posts

ଝାଡା ବାନ୍ତି ରେ ଶିଶୁ ମୃତ     

Sunil Chandra Nayak

କଳିଙ୍ଗ କ୍ଷତ୍ରୀୟ ଖଣ୍ଡାୟତ ପରିଷଦ, ଢେ଼ଙ୍କାନାଳ ପକ୍ଷରୁ ସାଧାରଣ ସଭା ଅନୁଷ୍ଠିତ

Sunil Chandra Nayak

କଳାହାଣ୍ଡି ଗଣଦୁଷ୍କର୍ମ ମାମଲା: ତିନି ଅଭିଯୁକ୍ତଙ୍କୁ ୭ ବର୍ଷ ଜେଲ୍‌ ଦଣ୍ଡାଦେଶ

Leave a Comment

error: Content is protected !!