ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନବରଙ୍ଗପୁର ଜିଲ୍ଳା ପୋଲିସ ଓ ମୋ କଲେଜ ଅଭିଯାନ ଆନୁକୂଲ୍ୟରେ ନବରଙ୍ଗପୁର ମହାବିଦ୍ୟାଳୟରେ ଶହୀଦ ପ୍ରଶାନ୍ତଙ୍କୁ ଶ୍ରଦ୍ଧାଞ୍ଜଳୀ 

ନବରଙ୍ଗପୁର ମହାବିଦ୍ୟାଳୟରେ ଏକଦା ପାଠପଡୁଥିବା ଛାତ୍ର ପରବର୍ତ୍ତୀ ସମୟରେ ପୋଲିସ ଚାକିରୀରେ ଯୋଗ ଦେବାପରେ 2011 ମସିହାରେ ଉମରକୋଟ ରେ କାର୍ଯ୍ୟରତ ଥିବା ସମୟରେ ଦୁର୍ବୁତ୍ତ ଙ୍କ ଗୁଳିମାଡର ଶିକାର ହୋଇ ଶହୀଦ ହୋଇଥିଲେ । ରାଜ୍ୟ ପୋଲିସ ର ନିର୍ଦ୍ଧେଶ ଅନୁସାରେ ଜିଲ୍ଳା ପୋଲିସ ଆନୁକୂଲ୍ୟରେ ପ୍ରଶାନ୍ତ ପଢ଼ୁଥିବା ସ୍କୁଲ, କଲେଜ ରେ ଶ୍ରଦ୍ଧାଞ୍ଜଳି ଦେବା ନିଷ୍ପତି ରେ ନବରଙ୍ଗପୁର ମହାବିଦ୍ୟାଳୟରେ ମୋ କଲେଜ ଅଭିଯାନ ଦ୍ୱାରା ଆୟୋଜିତ ଶ୍ରଦ୍ଧାଞ୍ଜଳୀ ସଭାରେ ଅଧ୍ୟକ୍ଷ ଡ଼ଃ ଭାସ୍କର ନାଥ ବିଶ୍ୱାଳ ସଭାପତିତ୍ୱ କରି ଶହୀଦ ପ୍ରଶାନ୍ତ କୁମାର ପାତ୍ର ଙ୍କର ସ୍ମୃତି ଚାରଣ କରିବା ସହ ବର୍ତ୍ତମାନର ଛାତ୍ର ଛାତ୍ରୀ ଙ୍କୁ ବଡ଼ ମାନଙ୍କର ପଦାଙ୍କ ଅନୁସରଣ କରିବା ପାଇଁ ପରାମର୍ଶ ଦେଇଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଳା ଅତିରିକ୍ତ ଆରକ୍ଷୀ ଅଧିକାରୀ ଡ଼ଃ ଚନ୍ଦ୍ର ଶେଖର ହୋତା ଯୋଗଦେଇ ଶହୀଦ ଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିବା ସହ ଏମିତି ସଭା କରିବାର ଲକ୍ଷ୍ୟ ଓ ଉଦ୍ଧେଶ୍ୟ ବିଷୟରେ ଛାତ୍ର ଛାତ୍ରୀ ଙ୍କୁ ବୁଝାଇଥିଲେ । ଜିଲ୍ଲା ଯୁବ ରେଡ କ୍ରସ ଅଧିକାରୀ ଅଧ୍ୟାପକ ଦିଲ୍ଲୀପ କୁମାର ହୋତା ସମଗ୍ର କାର୍ଯ୍ୟକ୍ରମ ସଂଯୋଜନା କରିବା ସହ ଶହୀଦ ପ୍ରଶାନ୍ତଙ୍କ କଲେଜ ଜୀବନର କେତେଗୁଡିଏ ଘଟଣା କୁ ମନେପକେଇ ସମୟ କେମିତି ଜୀବନର ଗତିପଥ ବଦଳାଇବାରେ ସକ୍ରିୟ ଭୂମିକା ନେଇପାରେ ତା ଉପରେ ଆଲୋକପାତ କରିଥିଲେ । ସଭାର ଅନ୍ୟତମ ଅତିଥି ଭାବେ ଯୋଗ ଦେଇଥିଲେ ପୋଲିସ SDPO ଶ୍ରୀ ନିହାର ରଞ୍ଜନ ପ୍ରଧାନ ଏବଂ IIC ଶ୍ରୀ ନରେଶ କୁମାର ପ୍ରଧାନ । ମୋ କଲେଜ ସଂଯୋଜକ ଅଧ୍ୟାପକ ଶ୍ରୀ ମନୋଜ କୁମାର ପଟ୍ଟନାୟକ, ଆଲୁମିନି ସଂଘ ସମ୍ପାଦିକା ତଥା ଇତିହାସ ବିଭାଗ ମୁଖ୍ୟ ଶ୍ରୀମତୀ ସଙ୍ଗୀତା ତ୍ରିପାଠୀ, ବାଣିଜ୍ୟ ବିଭାଗ ଅଧ୍ୟାପକ ଶ୍ରୀ ମନୋଜ କୁମାର କଂସ ବେହେରା ଙ୍କ ସହିତ କର୍ମଚାରି ରାଜନ ତ୍ରିପାଠି ଓ ବନମାଳୀ ବେହେରା ଓ ବହୁ ପୋଲିସ କର୍ମଚାରୀ ଯୋଗ ଦେଇଥିଲେ । ଶହୀଦ ପ୍ରଶାନ୍ତ ଙ୍କର ଫଟୋ କୁ ଆଗାମୀ ସୁବର୍ଣ୍ଣ ଜୟନ୍ତୀ ମହୋତ୍ସବ ରେ କଲେଜ ପାଇଁ ଗୌରବ ଆଣିଥିବା ଦିବଂଗତ ବ୍ୟକ୍ତି ବିଶେଷ ଙ୍କୁ ନେଇ ହେବାକୁ ଥିବା “ଗ୍ୟାଲେରୀ ଅଫ ଗ୍ରେଟସ” ରେ ସ୍ଥାନିତ କରାଯିବ ବୋଲି ଘୋଷଣା କରାଯାଇଥିଲା ।ଏହି କାର୍ଯ୍ୟକ୍ରମରେ ଏନ ଏସ ଏସ ଓ ଯୁବ ରେଡ କ୍ରସ ସମସ୍ତ ସ୍ବେଛାସେବୀ ଙ୍କ ସହ ମହାବିଦ୍ୟାଳୟର ଛାତ୍ର ଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ, ପୂର୍ବତନ ଛାତ୍ରଛାତ୍ରୀ ଅଂଶଗ୍ରହଣ କରି ସହଯୋଗ କରିଥିଲେ । 

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତି ଙ୍କ ରିପୋର୍ଟ୍ ମସିହା ନିୟୁଜ୍।

Related posts

ଉମାକାନ୍ତ ଦାସ ଙ୍କ ଗଳ୍ପ ପ୍ରକୃତ ବନ୍ଧୁ

Sunil Chandra Nayak

ବୃଦ୍ଧ ଙ୍କ ଆତ୍ମହତ୍ୟ

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

Leave a Comment

error: Content is protected !!