ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଟେମରି ଗ୍ରାମରେ ଶିବ ମନ୍ଦିର ପ୍ରତିଷ୍ଠା ଉତ୍ସବ 

ଟେମରି (ମ.ନି.ସ.)ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଟେମରି ଗ୍ରାମରେ ଶିବ ମନ୍ଦିର ପ୍ରତିଷ୍ଠା ଉପଲକ୍ଷେ ଅଷ୍ଟ ପ୍ରହର ନାମ ଯଜ୍ଞ ଅନୁଷ୍ଠିତ ହୋଇ ଯାଇଛି l ଶିବ ମନ୍ଦିର ପୂଜକ ଶୁକ୍ରୁ ଭାଇସଲ ମତାନୁସାରେ ତାଙ୍କୁ ବହୁତ ବର୍ଷ ତଳେ ତାଙ୍କ ଡାହାଣ ହାତ କଳା ପଡିଗଲା ,ତାହା ବିଭିନ୍ନ ଡାକ୍ତରଖାନା ଯାଇ ଚିକିତ୍ସା କଲା ପରେ ବି ଭଲ ହେଲା ନାହିଁ, ଶେଷରେ ତାଙ୍କୁ ଏକ ନିମ୍ବ ବୃକ୍ଷ ତଳେ ଭଗବାନଙ୍କୁ ପୂଜା କରିବା ପାଇଁ ସ୍ୱପ୍ନାଦେଶ ହେଲା l ସେ ଆସି ନିମ୍ବ ବୃକ୍ଷ ମୂଳେ ମହାଦେବଙ୍କୁ ପୂଜା କଲେ l ନିପୁତ୍ରୀ କୁଳବଧୂ ଆସି ମନ୍ଦିର ପୂଜାର୍ଚନା କରିବା ଫଳରେ ପୁତ୍ର ଲାଭ କଲେ, ଦୁଃଖୀ ଲୋକଙ୍କ ଦୁଃଖ ଦୂର ହେବା ଫଳରେ ଗ୍ରାମବାସୀ ଇଚ୍ଛା ଥିଲା,ଶିବ ମନ୍ଦିରଟିଏ କରିବେ l ଗ୍ରାମବାସୀଙ୍କ ସହଯୋଗ ଫଳରେ ଆଜି ମନ୍ଦିରଟିଏ ହେଲା, ତାହା ନିରାଡ଼ମ୍ବର ଭାବରେ ପାଳିତ ହୋଇ ଯାଇଛି l ଏହି ମହୋତ୍ସବରେ ଅଷ୍ଟପ୍ରହରୀ ନାମ ଯଜ୍ଞ ରେ ଟେମରି ଝିଅ ଦଳ, ତରଞ୍ଜା ଝିଅ ଦଳ, ବରଗାଁ, ଅମଠା,ଟେମରି (ଡିଗ୍ରାପଡା) ସାରସମାଲ ଓ ଖୁ୍ଟ୍ ଗାଁ ଛତିଶଗଡ ର ସଂକୀର୍ତନ ମଣ୍ଡଳୀବୃନ୍ଦ ହରେ କୃଷ୍ଣ ହରେ ରାମ ମହାମନ୍ତ୍ର ବିଭିନ୍ନ ସ୍ୱରରେ ଗାନ କରି ବାଦ୍ୟ ଓ ନୃତ୍ୟ ପ୍ରଦର୍ଶନ କରିଥିଲେ l ଏଥିରେ କର୍ତ୍ତା ଭାବରେ ଖଗେଶ୍ୱର ନାଏକ ଓ ତାଙ୍କ ଧର୍ମ ପତ୍ନୀ ଅଞ୍ଜଳି ନାଏକ ଓ ଗୋସାଇଁ ମନୋଜ ଖମାରି, ସଂଜିପ ଖମାରି, କାନ୍ତମଣି ପଟେଲ ଆଦି ପୂଜା କାର୍ଯ୍ୟ କରୁଥିବା ବେଳେ ଗ୍ରାମବାସୀ ସହଯୋଗ କରିଥିଲେ l

Related posts

ଦୋକାନ କାନ୍ଥ ଭାଙ୍ଗି ମୋବାଇଲ ଚୋରୀ ଘଟଣା, ଦୁଇ ଗିରଫ, ମୋବାଇଲ ଓ ଟଙ୍କା ଜବତ

Sunil Chandra Nayak

ନୂଆପଡ଼ା ଜିଲ୍ଲା ସଦର ଟାନୱାଟ ଠାରେ ଯାଞ୍ଚ ବେଳେ ଅବକାରୀ ବିଭାଗ କୁ ବଡ଼ ସଫଳତା, ୩୦୦ କୁଇଣ୍ଟାଲ ମହୁଲ ସହ ଟ୍ରକ ଜବତ, ଡ୍ରାଇଭର ଗିରଫ, କୋର୍ଟ ଚଳାନ

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

Leave a Comment

error: Content is protected !!