ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଦ୍ୟୁତ୍‌ ପ୍ରଦ୍ଭା ନାୟକ ଙ୍କ କବିତା ନାଲି ମନ୍ଦାର 

   ନାଲି ମନ୍ଦାର 

କେଉଁ ଫୁଲ ଦେଇ ତୋଷିବି ଜନନୀ
    ସବୁ ତ ତୋ ନାଲି ମନ୍ଦାର
ଏ ମନ ମୋର ତୋ ନାଲି ମନ୍ଦାର ହାର
   ସୁନ୍ଦର ବେଲ ପତର
ଅତି ସୁଶୋଭିତ ଅତି ଆନନ୍ଦିତ
     ବେଢିଛି ତୋର ମନ୍ଦିର
ଯାହାକୁ ପଚାର ସିଏ ତ କହିବ
    ଏଇ ସେ ଘଟଗାଁ ପୁର
ଘଟ ଘଟ କୁ ସୁନ୍ଦର କମ୍ପେ ତିନିପୁର
     ହୁରି ପଡ଼ିଛି ସଂସାର
ମାଆ ମାଆ ବୋଲି ଜଗତ ଡ଼ାକୁଛି
ତୁ ତ କୋଟୀ ବ୍ରହ୍ମାଣ୍ତ କୁ ରକ୍ଷା କର
ଛାର ମଣିଷ ମାତର ନାରୀ ଜନ୍ମ ମୋର
କାହୁଁ ଜାଣିବି ବେଦ୍ଭାର
ଅଖଣ୍ଡ ମଣ୍ଡଳେ ଖୋଜେ ବାରମ୍ଵାର
ମାଆ ନାମ ତୋ କେଡ଼େ ମଧୁର
ଅମୃତ ବୋଳା ତୋ ଦୁଇ ଟି ଅକ୍ଷର
  ଅକ୍ଷୟ ଓଁକାର ସାର
ଜାତି ତୋ ଓଁ କାର ବ୍ରହ୍ମ ତୁ ସାକାର
ର୍ନିଗୁଣ ସେ ନିର୍ବିକାର 
   ହୃଦାର୍ଘ୍ୟ ଆଳତୀ ପୟର
ମଙ୍ଗଳ ଆଳତୀ ମଙ୍ଗଳ ପ୍ରଦ୍ଭାତେ
ଘେନା କର ମାତ ହୃଦ ନଇବେଦ୍ଯ
କ୍ଷମା କର ମାଆ ମୋର

ଜୟ ମା ତାରିଣୀ 

ବିଦ୍ୟୁତ୍‌ ପ୍ରଦ୍ଭା ନାୟକ 

କୁଆଖିଆ, ଯାଜପୁର 

Related posts

ଡିଡି ଓଡ଼ିଆ ଚାନେଲରେ ସଂପର୍କ, ରାଉରକେଲାର ନାଟକ ସନସେଟ୍ ଗେଷ୍ଟ ହାଉସ

Sunil Chandra Nayak

ମହିଳା ର ମୃତ ଦେହ ଝୁଲନ୍ତା ଅବସ୍ଥାରେ ପୋଲିସ ଦ୍ବାରା ଉଦ୍ଧାର

Sunil Chandra Nayak

କଲେଇଗାଁ ପେକ୍ସ ସଭାପତି ସଞ୍ଜୟ ତ୍ରିପାଠୀ ନିର୍ଦ୍ୱନ୍ଦ ପ୍ରାର୍ଥୀ ନିର୍ବାଚିତ

Sunil Chandra Nayak

Leave a Comment

error: Content is protected !!