ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମହାସ୍ମୀତା ଓଝା ଙ୍କ କବିତା ଦୟାର ଠାକୁର

    ଦୟାର ଠାକୁର

ମନ ମାନେ ନାହିଁ ମନୁଆ ଠାକୁର
               ଜଗନ୍ନାଥ ନାମ ବହି
ନିତ୍ୟ ନୀଳାଚଳେ ଲୀଳା ଲଗାଇଛି
                କାଳିଆ ଠାକୁର ସେହି।
କୋଟି କୈବଲ୍ୟ ର ନାଥ ପରା ପ୍ରଭୁ
               ଶ୍ରୀ କ୍ଷେତ୍ର ମଉଡ ମଣି
ବିଶ୍ଵାବସୁ ଆଉ ଲଳିତା ପାଖରେ
             ରହିଲ କି ଚିନ୍ତାମଣି।
ଦେବ ଡାକୁଛନ୍ତି ମଣିମା ମଣିମା
             ଜଗତ ଠାକୁର ସେହି
ଭକ୍ତ ଡାକୁଅଛି ଗୁହାରୀ ଶୁଣିବା
          ସେ ପରା କଳା କହ୍ନେଇ।
ମାତା ଯଶୋମତୀ ଏବେବି କାନ୍ଦୁଛି
           କୁଆଡେ କହ୍ନେଇ ଗଲୁ
ମଥୁରା କଟକେ ରାଜା ହୋଇ କିବା
            ଗୋପକୁ ପାଶୋରୀ ଦେଲୁ।
ମନେପଡେ ନାହିଁ ତୋର ମାଆ କୋଳ
              ଥରେ ତୁ ତ ଚାଲିଆସ
ସର ଲବଣୀ ମୁଁ ଖୁଆଇ ଦେବି ରେ
             ବାନ୍ଧି ଦେବି ତୋର କେଶ।
ତୋ ପାଖରେ ଅଛି କି ଯାଦୁ ମନ୍ତର
               ଶରୀର ଛାଡୁନି ପ୍ରାଣ
କୋଇଲି କହୁଛି କେଶବ ଯେ ଗଲା
               ବୁଝୁନାହିଁ ମୋର ମନ।
କି ଭାବ ଲଗାଉ ତୁହି ରେ କାଳିଆ
             ତୋତେ ତୁ ନିଜକୁ ଜାଣୁ
ମୁଁ ଦୁଃଖିନୀ ମାଆ କିଛି ବୁଝେନା ହିଁ
            ନୁପୂର ତ ରୁଣୁ ଝୁଣୁ।
ତୋ ପ୍ରେମରେ ବନ୍ଧା ଏ ସାରା ସଂସାର
            ଦୟାମୟ ତୁ ଯେ ହରି
ଏ ଭବ ସାଗରୁ ପାର ହୋଇଯିବି
            କାଳିଆ ତୋ ନାମ ଧରି।।

       ମହାସ୍ମୀତା ଓଝା 

ଜଗତସିଂହପୁର ସାହିତ୍ୟ ପରିଷଦ
( ମକର) ସହ-ସମ୍ପାଦିକା 

Related posts

ରାୟଗଡା ପୌର ନିର୍ବାଚନ ପ୍ରଚାର ମଇଦାନରେ ବିଜେଡି ପକ୍ଷରୁ ବିଧାୟକ ଅତନୁ ସବ୍ଯଶାଚୀ ନାୟକ

Sunil Chandra Nayak

ଫଟୋ ରେ ଫୁଲ ଦେଇ ଶ୍ରଦ୍ଧାଞ୍ଜଳୀ ଦେଲେ ଆଜି ସେ ଫଟୋ ଫ୍ରେମ୍ ରେ ରହିଗଲେ…

Sunil Chandra Nayak

ମାନସିକ ଭିନ୍ନକ୍ଷମ ମହିଳାଙ୍କୁ ଆବାସ ଯୋଗାଇବା ପାଇଁ ଜିଲ୍ଲାପାଳଙ୍କୁ ଦରଖାସ୍ତ

Sunil Chandra Nayak

Leave a Comment

error: Content is protected !!