ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଅପରାଜିତା ପରିଡା ଙ୍କ କବିତା ଦୀପାବଳି

   ଦୀପାବଳି 

କେତେ ଉଦ୍ଦୀପନା ଆନନ୍ଦ ଜୁଆର ଆଣିଛି ଆଲୋକ ପର୍ବ
   ଅଜ୍ଞାନ ଅନ୍ଧାର ଦୂର ହୋଇ ଯିବ ଜଳିଯିବ ଅହଂ ଗର୍ବ….
       ପାପ ଦୁଷ୍ଟ ଶକ୍ତି ଅପସରିଯିବ ପୁଣ୍ୟ ର ଦୀପ ଶିଖା ରେ
         ପୁଣି ଫେରିବ ରାମ ରାଇଜ ତ ହସିବ ସାରା ସଂସାରେ…
ମାନ ଅଭିମାନ ରଖିବା ନାହିଁଟି ପାଳିବା ରେ ମିଳିମିଶି
     ସ୍ୱାଗତ କରିବା ଆଗାମୀ ସକାଳ ବନ୍ଧୁତ୍ୱ ରେ ହସି ହସି
           ସ୍ନେହ ମମତା ର ଅତୁଟ ବନ୍ଧନେ ହାତ କୁ ହାତ ମିଳାଇ
     ଅଯୋଧ୍ୟା ର ପ୍ରଜା ସମ ଆମ ପ୍ରେମ ର ପ୍ରଦୀପ ଜଳାଇ
ଜାତି ଧର୍ମ ବର୍ଣ ନିର୍ବିଶେଷରେ ଆମେ ରେ ମଣିଷ ଜାତି
      ମାନବତା ପରା ମହାନ ଧରମ ଭାଇଚାରା ଆମ ନିତି
          କୁସଂସ୍କାର ସବୁ ଜଳିଯାଉ ଦୀପେ ଅଜ୍ଞାନତା ଦୂର ହେଉ
         ସବୁରୀ ପ୍ରାଣ ରେ ସମ୍ବେଦନ ଭାବ ପ୍ରଦୀପ ଜାଗି ଯାଉ…
ସ୍ନେହ ମମତା ର ଉପହାର ଦିଅ ଛାତି କୁ ମିଳାଇ ଛାତି
     ପ୍ରେମ ର ପ୍ରଦୀପ ଜାଳି ଆଲୋକିତ କର ଏ ସାରା ଧରତୀ
          ଆସୁରିକ ଶକ୍ତି ନାଶ କରି ଦେବ ସୁଲଭ ଗୁଣ ଆଚର
    ପୁଣ୍ୟ ଦୀପାବଳି ପୁଣ୍ୟ ମୟ ଦିନେ ପୁଣ୍ୟ ର ପ୍ରଦୀପ ଜାଳ…
ସ୍ୱାଗତ କରିବା ପିତୃ ପୁରୁଷ ଙ୍କୁ ପୁଣ୍ୟ ର ପ୍ରଦୀପ ଜାଳି
   ଆଲୁଅ ରେ ଆସି ବଡ଼ ବଡୁଆ ତ ଅନ୍ଧାର ରେ ଯିବେ ଫେରି..
          ଅଯୋଧ୍ୟା ପ୍ରତ୍ୟାଗମାନେ ମର୍ଯ୍ୟାଦା ପୁରୁଷ ଙ୍କ ପାଇଁ
         ଆରମ୍ଭିଲେ ଦୀପାବଳି ନଗ୍ରଜନ ରାମ ଙ୍କ ସ୍ୱାଗତ ପାଇଁ…
ମହାନ ଏ ପରମ୍ପରା ରାଇ ଦାମୋଦର ଧରା ଆଗମନେ
    ମାସ ସାରା ବ୍ରତ ପୂଜା ହୁଏ ସେବୀ ବୃନ୍ଦାବତୀ ମୂଳେ
         ମହାଦେବ ଙ୍କ ର ମହା ବ୍ରତ ସୋମବାର ବଡ଼ ଓଷା
              ଦାନ ପୁଣ୍ୟ ଭଜନ କୀର୍ତନ ରାହାସ ଘିଅ ଧୂପ ବାସ୍ନା..
ପୁଣ୍ୟ ର ମହମହ ବାସ୍ନା ରେ ଦେବା ଦେବୀ ଶୁଭ ଆଗମନେ
ଭକତି ର ନୈବେଦ୍ୟ ଦେଇ ଅଗ୍ନି ଦେବ ସ୍ୱରୂପ ଘୃତ ଦୀପ ଦାନେ
  ବଡ଼ ବଡୁଆ ହୋ ଗଙ୍ଗା ଯା ଗୈୟା ଯା ବାଇଶି ପାହାଚ ଦେଇ
             ପୂର୍ଣ୍ଣ ବ୍ରହ୍ମ ଜଗନ୍ନାଥ ସାହା ପ୍ରଭୁ ବୈକୁଣ୍ଠେ ସ୍ଥାନ ପାଇ 

ଅପରାଜିତା ପରିଡା 

କୁଜଙ୍ଗ , ଜଗତସିଂପୁର 

Related posts

ଜଳ, ଜମି ଜଙ୍ଗଲ କୁ ସୂରକ୍ଷା ଦେବା ପାଇଁ ପ୍ରସ୍ତୁତି ବୈଠକ

ଫରଙ୍ଗ ପଲ୍ଲୀ ବିକାଶର ସାଂଗଠନିକ ସଭା

Sunil Chandra Nayak

ଠିକାଦାର ସଂଘ ର ମାଓ ସଙ୍ଗଠନକୁ ସହଯୋଗ ପ୍ରାର୍ଥନା

Sunil Chandra Nayak

Leave a Comment

error: Content is protected !!