ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କଂଗ୍ରେସ ପ୍ରତିନିଧି ଦଳଙ୍କ ବିଭିନ୍ନ ଅଞ୍ଚଳ ଗସ୍ତ

ଲାଞ୍ଜିଗଡ଼,୧୬/୦୯(ମନିସ)-  ଲାଞ୍ଜିଗଡ଼ ବ୍ଲକ କଂଗ୍ରେସ ତରଫରୁ ଏକ ପ୍ରତିନିଧି ଦଳ ଆଜି ବ୍ଲକର ଲାଖବାହାଲି ଓ ବନ୍ଧପାରି ଗ୍ରାମପଞ୍ଚାୟତର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ସ୍ଥାନୀୟ ଲୋକଙ୍କ ସହିତ ଅଞ୍ଚଳର ବିଭିନ୍ନ ସମସ୍ୟା ସଂପର୍କରେ ଆଲୋଚନା କରିଛନ୍ତି ! ଲାଞ୍ଜିଗଡ଼ ବ୍ଲକ କଂଗ୍ରେସ ପକ୍ଷରୁ ଯୁବନେତା ଚାଞ୍ଚେର ମାଝୀ, ବ୍ଲକ କଂଗ୍ରେସ ସଭାପତି ହରିହର କୁମାର, ଫୁଲକା ନାଏକ ପ୍ରମୁଖ ପ୍ରଥମେ ଲାଖବାହାଲି ଗସ୍ତ କରିବା ସହିତ ସେଠାରେ ଲୋକଙ୍କ ବିଭିନ୍ନ ସମସ୍ୟା ସଂପର୍କରେ ଆଲୋଚନା କରିଥିଲେ ! ଏହାପରେ କଂଗ୍ରେସ ପ୍ରତିନିଧି ଦଳ ବନ୍ଧପାରି ଗ୍ରାମପଞ୍ଚାୟତର ରାଜେନ୍ଦ୍ରପୁର ସମେତ ଅନ୍ୟାନ୍ୟ ଅଞ୍ଚଳ ଗସ୍ତ କରି ସ୍ଥାନୀୟ ସମସ୍ୟା ସଂପର୍କରେ ଅବଗତ ହୋଇଥିଲେ ! ଆଗାମୀ ଦିନରେ ଦଳ ତରଫରୁ ଜନ ସମସ୍ୟାର ସମାଧାନ ପାଇଁ ଜନଆନ୍ଦୋଳନ ପାଇଁ ନିଷ୍ପତ୍ତି ନିଆଯାଇଥିବାବେଳେ ତା’ ପୂର୍ବରୁ ଦଳର କର୍ମକର୍ତ୍ତାମାନେ ବିଭିନ୍ନ ଦୁର୍ଗମ ଅଞ୍ଚଳ ଗସ୍ତ କରୁଥିବା ଜଣାପଡ଼ିଛି !

ଲାଞ୍ଜିଗଡ଼ ରୁ ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ 

Related posts

ମହିଳା ଙ୍କ ଶବ ଉଦ୍ଧାର,ବାପା ଘରେ ଆଣିଲେ ହତ୍ୟା ଅଭିଯୋଗ

Sunil Chandra Nayak

ଖଡ଼ିଆଳ ସାହିତ୍ୟ ସମିତିର ସମ୍ପାଦକ ଗୌରାଙ୍ଗ ସାହୁ

ରାଇରଙ୍ଗପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ଅଖିଳ ଚନ୍ଦ୍ର ପ୍ରଧାନଙ୍କ ଯୋଗଦାନ

Sunil Chandra Nayak

Leave a Comment

error: Content is protected !!