ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସାମ୍ବାଦିକ ରୁ ସରପଞ୍ଚ

ଜୁନାଗଡ଼,୨୭/୨(ନି.ପ୍ର)ଜୁନାଗଡ ବ୍ଲକ ପଲlସ୍ ଗ୍ରାମ ପଞ୍ଚାୟତ ର ସରପଞ୍ଚ ଆସନ ନିର୍ବାଚନ ରେ ସାମ୍ବାଦିକ ପ୍ରଭାକର ସେଠି ବିପୁଳ ସଂଖ୍ୟା ରେ ଭୋଟ ପାଇ ବଜୟୀ ହୋଇଛନ୍ତି l ଜୁନାଗଡ ଜିଲ୍ଲା ପରିଷଦ ଜୋନ ୧ ଅନ୍ତର୍ଗତ ଅନ୍ତର୍ଗତ ପଲାସ ଗ୍ରାମ ପଞ୍ଚାୟତ ର ପ୍ରଥମ ପର୍ଯ୍ୟାୟ ଭୋଟ ଫଳାଫଳ ଘୋଷାଣ ହୋଇଛି l ଏହି ପଞ୍ଚାୟତ ର ସରପଞ୍ଚ ଆସନ ଅନୁସୂଚିତ ଜାତି ପାଇଁ ସଂରକ୍ଷିତ ।ଏଥିରେ ୫ଜଣ ପାର୍ଥି ନିର୍ବାଚନ ମୈଦାନରେ ରେ ପ୍ରତିଦ୍ୱନ୍ଦିତା କରିଥିଲେ l ଏଥିରେ ଆଞ୍ଚଲ ର ବରିଷ୍ଟ ସାମ୍ବାଦିକ ପ୍ରଭାକର ସେଠି ପାର୍ଥି ହୋଇ ନିର୍ବାଚନ ଲଢିଥିଲେ l ଏହି ଆସନ ପାଇଁ ପ୍ରଥମ ପର୍ଯ୍ୟାୟ ରେ ଭୋଟ ଗଣତି ହୋଇଥିଲା l ଏଥିରେ ଶ୍ରି ସେଠି ନିକଟ ତମ ପ୍ରତିଦ୍ୱନ୍ଦି ବିଷ୍ନୁ କୁମାର ଙ୍କ ଠାରୁ ୬୮୨ଭୋଟ ରେ ବିଜୟ ହୋଇଛନ୍ତି l ଶ୍ରି ସେଠି ୧୫୩୦ ଏବ୍ଂ ତାଙ୍କ ପ୍ରତିଦ୍ଵନ୍ଦୀ ବିଷ୍ନୁ କୁମାର ୮୪୮ ଭୋଟ ପାଇଛନ୍ତି l ଶ୍ରି ସେଠି ବରିଷ୍ଠ ସାମ୍ବାଦିକ ତଥା ସାମାଜ ସେବା ବୃତ୍ତି ରୁ ବର୍ତମାନ୍ ରାଜନୈତିକ ମଇଦାନରେ ଓହ୍ଲାଇ ଛନ୍ତି l ଦିନେ କଲମ ମୁନରେ ଗରିବ ନିଷ୍ପେସିତ ଲୋକଙ୍କ କଥା ନିଜ ଖବର କାଗଜ ମାଧ୍ୟମରେ ସରକାରଙ୍କୁ ଜଣାଉଥିଲେ l ଶ୍ରି ସେଠି ନିର୍ବାଚନ ରେ ବିଜୟ ହେବl ପରେ ଗ୍ରାମ ପଞ୍ଚାୟତ ର ଗରିବ ଜନସାଧାରଣ ତଥା ଅସହାୟ ଙ୍କ ପାଇଁ ସେବା କରିବା ସହିତ ଏହି ଅଞ୍ଚଳ ର ଭିତିଭୂମି ସ୍ଵସ୍ଥ୍ଯ ଶିକ୍ଷା ପାଇଁ ଉନ୍ନତି କରିବା ସହ ଉଦ୍ୟମ ଜାରି ରଖିବେ ବୋଲି ପ୍ରତିଶ୍ରୁତି ଦେବା ସହ ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି l ତାଙ୍କ ଏହି ବିଜଯ ପାଇଁ ଜୁନାଗଡ ସାମ୍ବାଦିକ ନରେନ୍ଦ୍ର କ୍ଷିତି, ଆଦିତ୍ୟ ମହାନ୍ତି, ରବି ସୁନାନୀ, ବିଭୁପ୍ରସାଦ ପାଢି, ରାକେଶ ବେମାଲ, ବାଳକୃଷ୍ଣ ନାୟକ, ଦୁଷ୍ମନ୍ତ ନାଏକ, ନିକୁଞ୍ଜ ଚଲାନ, ରବିଚଲାନ ସନ୍ତୋଷ କର, ଭରତ କୁମାର ଦାଶ, କୁମାର ମଣି ଦୂର୍ଗା, ଉତ୍ତମ୍ ଦାଶ, ଖଗେଶ୍ବର ଧଙ୍ଗଡା ମାଝୀ ବିମଲ ସତପଥୀ, ବ୍ୟୋମୋକେଶ ପୁରୋହିତ ଏବ୍ଂ ଦୁର୍ଯ୍ୟୋଧନ ମାଝୀ ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତିl l ଜୁନାଗଡ ରୁ ନରେନ୍ଦ୍ର ଖିିତି ଙ୍କ ରିପୋର୍ଟ ।

Related posts

ରାଇରଙ୍ଗପୁରରେ ମହାସମାରୋହରେ ଦେବସ୍ନାନ ପୂର୍ଣ୍ଣିମା ଅନୁଷ୍ଠିତ

Sunil Chandra Nayak

ସାମ୍ବାଦିକ ସୁରକ୍ଷା ଦାବୀ ନେଇ ଜୁନାଗଡ଼ ଠାରେ କଳାହାଣ୍ଡି ସାମ୍ବାଦିକ ସମୂହଙ୍କ ବିଶାଳ ଶୋଭାଯାତ୍ରା

Sunil Chandra Nayak

କଳାହାଣ୍ଡି   ପୌର ନିର୍ବାଚନ -: ୧୯ ଜଣ ଚେୟାମେନ୍ ଓ ୧୯୦ କାଉନସିଲର ପ୍ରାର୍ଥୀଙ୍କ  ଭାଗ୍ୟ ପରୀକ୍ଷା ହେବ 

Sunil Chandra Nayak

Leave a Comment

error: Content is protected !!