ବିସ୍ମୟ ଜାଗେ ମନେ
କୈଳାସ ଚ଼ନ୍ଦ୍ର ପାଢ଼ୀ
ଅତୀତକୁ ଆଜି
ଓଲଟି ଚାହିଁଲେ
ଆଖିରେ ଜାଗଇ ଲୁହ,
କି ଥିଲା ଏ ଦେଶ
କି ହେଲାଣି ଆଜ
କିଏସେ କହିବ କୁହ?
ଯେ ଦେଶ ମାଟିରେ
ମହମହ ହୋଇ
ଚ଼ନ୍ଦନ ବାସୁଥିଲା,
ସ୍ନେହ ଓ ପ୍ରେମର
ମନ୍ଦାକିନୀ ଯେ
ଉଲ୍ଲାସେ ଝରୁଥିଲା ।
କେମିତି ବଦଳି ଗଲା ??
ଜଣ ଜଣ କରି
ପଚାରେ ସଭିଙ୍କୁ
କହିବକି କିଏ ଭଲା ।।
ଆଜି ଏ ମାଟିରେ
ଅମୃତ ନାହିଁ
ଭରା ହଳାହଳ ବିଷ,
ବିଷର-ବଳୟେ
ଜଳି ଯାଉଅଛି
ମଣିଷ ଓଠର ହସ ।
ଶକୁନି ରଚ଼ୁଛି
ଷଡ଼ଯନ୍ତ୍ର ଏଠି
ଆତ୍ମୀୟତାର ଛଳେ,
ହୃଦୟ ତଳେ ତା
ଲେଲିହାନ୍ ଶିଖା
ଭୀଷଣୁଁ ଭୀଷଣ ଜଳେ।
ବୁଝିବାକୁ କାହିଁ ବେଳ
ସାରୁ ଭିତରର
ମାରୁ କୁ ଖୋଜିଲେ
ଚାଲିବ ଝିମିଟି ଖେଳ।
ଖେଳ ତ ଚାଲିଛି
ଖେଳ ୱ।ର୍ଡ ଏଠି
ତାଳିକୁ ରହିଛି ଚାହିଁ,
ଦର୍ଶକ ଏଠି
ଭକୁଆ ବନିଛି
ମାୟା ତାର ବୁଝି ନାହିଁ।
ହାରିବା ପାଇଁ ସେ
ନେଇଛି ବଇନା
ଦେଶ ବଦନାମ୍ ହେଉ,
ନିଜେ ଜୀଇଁ ଥିଲେ
ବାପର ନାଁ ତ
ମରୁଛି ଯେ ମରୁଥାଉ।
ସବୁ ଏଠି ଚ଼ାଲେ
ଉପରେ ଉପରେ
ଭିତରକୁ ପଶେ କିଏ,
ବହୁରୂପୀ ତାର
ସାମ୍ରାଜ୍ୟ ରଚ଼ି
ଭଗବାନ ସାଜୁଥାଏ।
ବିସ୍ମୟ ଜାଗେ ମନେ,
ସୁପ୍ତ ଚେତନା
ଜାଗ୍ରତ ହେବ
ଅବା ଆଉ କେତେଦିନେ???
କୁମାର ପୁର।ଅନନ୍ତ ପୁର।
ବାସୁଦେବପୁର। ଭଦ୍ରକ।