ଢେଙ୍କାନାଳ(ମ ନି ସ) ଢେଙ୍କାନାଳ ଜିଲ୍ଲା ର କଙ୍କଡ଼ାହାଡ଼ ବ୍ଲକ ଅନ୍ତର୍ଗତ ଚାନ୍ଦପୁର ପଞ୍ଚାୟତ ର ସବୁଜିମା ଭରା ଏକ ଛୋଟ ଗାଆଁ ଚାନ୍ଦପୁର l ଏହି ଗ୍ରାମର ପଶ୍ଚିମ ଦିଗରେ ବହି ଯାଇଛି ଆଁଳେଇ ନାଳ l ନାଳର ଉପକୂଳବର୍ତ୍ତୀ ଅଂଚଳରେ ଗଢି ଉଠିଛି ମଠ ! ଦେଶ ସ୍ୱାଧୀନତା ହେବା ପୂର୍ବରୁ ଏହି ଗ୍ରାମରେ ଇଂରେଜ ସରକାରଙ୍କ ତରଫରୁ ଏଠାରେ ଏକ ଥାନା ଗଢି ଉଠି ଥିଲା l ୧୯୪୨ ମସିହାରେ ସ୍ୱାଧୀନତା ସଂଗ୍ରାମୀ ମାନେ ଭାରତ ଛାଡ଼ ଆନ୍ଦୋଳନ ସମୟରେ ସେହି ଥାନାକୁ ପୋଡି ଦେଇ ଥିଲେ l ତା ପରେ ମହାବୀର ରୋଡ଼ ଠାରେ ଏକ ଫାଣ୍ଡି ତିଆରି କରା ଯାଇଥିଲା ! ଏହି ଗ୍ରାମର ୫00 ମିଟର ଦୂରରେ ମୁଖ୍ୟ ରାସ୍ତାର ଉତ୍ତର ପୂର୍ବକୁ କିଛି ବାଟ ଗଲେ ପାହାଡ଼ ପର୍ବତ ଘେରା ସବୁଜିମା ମଧ୍ୟରେ ଏକ ବିରାଟ ଶିଳା ଖଣ୍ଡ ବିଦ୍ୟମାନ l ଏହାର ଉଚ୍ଚତା ଏକ ହଜାର ମିଟରରୁ ଅଧିକ ଏବଂ ଶିଳାର ଦୈର୍ଘ୍ୟ ପ୍ରସ୍ଥ ପ୍ରାୟ ପନ୍ଦର ଶହ ମିଟରରୁ ଅଧିକ ହେବ ! ଶିଳାର ପାଦ ଦେଶରେ ରହିଛି ଅସଂଖ୍ୟ ଛୋଟ ଛୋଟ ଶିଳା କଣିକା ! ଯାହାକି ଦୃଶ୍ୟମାନ ହୁଏ “ଭାତ” ସଦୃଶ, ତେଣୁ ପୂର୍ବ ପୁରୁଷ ମାନେ ଏହାର ନାମ କରଣ କରିଛନ୍ତି “ଭାତ ଶିଳା ” l ଶିଳାର ଅଗ୍ର ଭାଗରେ ଦଣ୍ଡାୟମାନ ହେଲେ ଦୁଃଖ ସୁଖ ଭୁଲିବାର ଭାବ ଜଗତକୁ ଫେରି ଆସିଲା ଭଳି ଲାଗି ଥାଏ l ଅଗ୍ର ଭାଗର ଚତଃପାର୍ଶ୍ୱରେ ବୁଲି ଦେଖିଲେ ମନ ଆପେ ଆପେ ବିମୋହିତ ହୋଇଯାଏ l ପାର୍ଶ୍ୱରେ ଥିବା ବଣ ଜଙ୍ଗଲ ସହିତ ଛୋଟ ଛୋଟ ପାହାଡ଼ର ମନୋରମ ଦୃଶ୍ୟ ଦେଖି ବେଶ ଆନଦିତ ଲାଗି ଥାଏ ! ଅଢେଇ ନାଳ ରେ ବନ୍ଧା ହୋଇ ଥିବା ଦଦରାଘାଟି ଡ୍ୟାମର ଜଳ ରାଶି ଦୃଶ୍ୟ ମାନ ହେବା ସହିତ ପାଖା ପାଖି ଗ୍ରାମ ଗୁଡିକର ଦୃଶ୍ୟ ଦେଖି ମନୋରମ ଦୃଶ୍ୟ ଦେଖିଲା ଭଳି ଲାଗି ଥାଏ l ଲୋକଙ୍କ ମୁଖରୁ ଶୁଣା ଯାଏ ସେଠାରେ ଅଗ୍ର ଭାଗରେ ସୀତାଙ୍କ ଏନ୍ତୁଡ଼ିଶାଳ, ଦଧିନଉତି ଓ ଛୁଟ ବଡ଼ ଗୁମ୍ଫା ମାନ ନିମ୍ନ ଭାଗରେ ରହିଛି l ଆଦିମ ଅନ୍ତ କାଳରୁ ଏହି ସ୍ଥାନରେ ପ୍ରତ୍ୟେକ ମାସର ଅମାବାସ୍ୟା ତିଥିରେ ବାବା ଗୋସାଇଁ ଙ୍କ ପୀଠରେ ପୂଜାର୍ଚନା ସହିତ ନାମ ସଂକୀର୍ତ୍ତନ କରା ଯାଇ ଥାଏ ! ପ୍ରତ୍ୟେକ ବର୍ଷ ମାଘ ମାସ ଶୁକ୍ଳ ପକ୍ଷ ସପ୍ତମୀ ତିଥିରେ ବିରାଟ ଧରଣର ମେଳାର ଆୟୋଜନ ହୋଇ ଥାଏ ! ଏହି ମେଳା ହାରା ତିନି ଦିନ ଧରି ଚାଲୁ ରହେ l ଏହି ମେଳା ରେ ଆଖ ପାଖ ୧୦/୧୫ ମୌଜାର କୀର୍ତନ ମଣ୍ଡଳୀ ଯୋଗ ଦେଇଥାନ୍ତି ! ଦଶ ହଜାର ରୁ ଅଧିକ ଭକ୍ତ ମାନଙ୍କ ପାଇଁ ଅନ୍ନ ପ୍ରସାଦର ବ୍ୟବସ୍ଥା କରା ଯାଇ ଥାଏ lଏହି ମେଳାକୁ ଦେଖିବା ପାଇଁ ତାଳଚେର, ଅନୁଗୁଳ, ଖମାର, କେନ୍ଦୁଝର ଓ ଢେଙ୍କାନାଳ, ଆଦି ଅଞ୍ଚଳର ଲୋକ ମାନେ ଅଧିକ ପରିମାଣରେ ବୁଲି ବାକୁ ଆସି ଥାନ୍ତି ! ଏହି ଉତ୍ସବରେ ଛୋଟ ପିଲାଙ୍କୁ ମୁଣ୍ଡନ କରା ଯାଏ l ଲୋକଙ୍କ ବିଶ୍ୱାସ ଅଛି ମୁଣ୍ଡନ କଲେ ଆୟୁ ବୃଦ୍ଧି ତଥା ରୋଗ ବ୍ୟାଧି ଖଣ୍ଡନ ହୋଇ ଥାଏ ! ଉପାସନା କଲେ ଅପୁତ୍ରିକ ନାରୀ ପୁତ୍ରବତୀ ହୁଏ , ବହୁ ଦିନରୁ ପୀଡିତ ବ୍ୟକ୍ତି ରୋଗ ମୁକ୍ତ ହୋଇ ଥାଏ ! ଅତୀତର ଆଉ କିଛି ଅଲୌକିକ ଘଟଣା ମଧ୍ୟ ରହିଛି ବୁଦ୍ଧିଆ ନାମରେ ଜଣେ ମୂର୍ଖ ଗାଈ ଚରାଳି ଥିଲା, ଗାଇ ଚରାଇ ସେ ତାର ପରିବାର ପ୍ରତି ପୋଷଣ କରେ lଦିନେ ସାଧୁ ଆବିର୍ଭାବ ହୋଇ ଫଳନ୍ତି ଗାଈ ରୁ କ୍ଷୀର ଦୁହିଁବାକୁ ମୂର୍ଖ ବୁଦ୍ଧିଆ କୁ କହିଲେ l କିନ୍ତୁ ସେ ମନା କରି ଥିଲା ବାବାଙ୍କ କଥାରେ ରାଜି ହୋଇ କ୍ଷୀର ଦୁହିଁ ଥିଲା ଆଉ କ୍ଷୀର ମଧ୍ୟ ବାହାରି ଥିଲା l ସେହି ଖୁସି ରେ ଖୁସି ହୋଇ ବାବା ମୂର୍ଖ ବୁଦ୍ଧିଆ କୁ ବର ମାଗିବାକୁ କହିଲେ l ସେହିଠାରେ ବୁଦ୍ଧିଆ ବାବାକୁ କହିଥିଲା ମୁଁ କେମିତି ରାମାୟଣ ମହାଭାରତ ପଢି ପାରିବି ସେ ବର ଦିଅ ! ବାବା ସନ୍ତୁଷ୍ଟ ହୋଇ ବର ଦେଇ ଥିଲେ ସେ ମଧ୍ୟ ରାମାୟଣ ମହାଭାରତ ପଢି ପାରି ଥିଲେ ! ଏହି ଭଳି ଅନେକ ଅଲୌକିକ ଶକ୍ତି ରହିଛି ବାବା ସାଧୁ ଗୋସାଇଁ ପୀଠରେ ! କିନ୍ତୁ ଏହି ସ୍ଥାନରେ ଅନେକ ସମସ୍ୟା ରହିଛି ଯାହାକି ସରକାରଙ୍କ ଅନୁକମ୍ପା ମୂଳକ ଦୃଷ୍ଟି ଗୋଚର ହେଲେ ଯଥା – ପାନୀୟ ଜଳ, ଗମନାଗମନ ଓ ପ୍ରାକୃତିକ ସୌନ୍ଦର୍ଯ୍ୟ କରଣ ପାଇଁ ପ୍ରଚୁର ଅର୍ଥ ଆବଶ୍ୟକ lଏହାର ସମାଧାନ ହୋଇ ପାରିଲେ ବାବା ସାଧୁ ଗୋସାଇଁଙ୍କ ପୀଠ ଏକ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପାଇ ପାରିବ l
ସ୍ଵତନ୍ତ୍ର ପ୍ରତିନିଧି ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ସହିତ କାମାକ୍ଷାନଗର ଉପଖଣ୍ଡରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ୍