ପାଗଳ ର ପ୍ରଳାପ
ନିରୁପମା ପାଣି
ସନିଆ ମାଆକୁ ଆଜି ସକାଳେ ପାଗଳା ଖାନା ପଠାଇ ଦିଆଗଲା ,ତା ପାଗଳାମି କାଳେ ବେଶି ବେଶି ବଢି ଚାଲିଲା ସେ କାହାକୁ ବି ଚିହ୍ନିଲାନି କି ଭଲରେ ରହିବାକୁ ଦେଲାନି! ଏମିତିକି ତା ଜନ୍ମ କଲା ପୁଆଟାକୁ ବି ଚିହ୍ନି ନପାରି କାମୁଡି ଦେଇଛି ! ଗାଆଁ ରେ କେତେ ଲୋକଙ୍କୁ କେତେ ହରକତ କରେ ସେ ! ଘରେ ରହୁନି ସବୁବେଳେ ରାଉ ରାଉ ହେଇ କାହାକୁ ନା କାହାକୁ ଗାଳି ଦିଏ ଆଉ କାହାକୁ ଖୋଜିଲା ଭଳି ବୁଲେ !! କେହିତା ବିଷୟରେ କିଛି ଜାଣି ପାରନ୍ତିନି !! କିଏ କହେ ସେ ବଦ୍ଧ ପାଗଳୀ ତ କିଏ କହେ ଅଭୀନୟ କରୁଛି , ଆଉ ବି କିଏ କହେ ଅଳ୍ପ ବୟସରୁ ସ୍ୱାମୀ ମରିଯାଇଥିବାରୁ ମୁଣ୍ଡ ଖରାପ ତେଣୁ କାହା କୁ ଭଲ ବ୍ୟବହାର ଦେଖୋଉନି କି କାହା ସୁଖ ଦେଖି ପାରୁନି !! ଏମିତି ଅନେକ କଥା ଲୋକେ କହନ୍ତି !! ହେଲେ ସନିଆଁବୋଉର ପାଗଳ ହବାର ପ୍ରକୃତ ରହସ୍ୟ କେହି କେବେ ଖୋଜିନାହାନ୍ତି !! ଲୋକଙ୍କ ମୁଁହ ରେ କିଏ ବା ବାଡ ବତା ଦବ!!
ସନିଆ ବୋଉ ଆଗରୁ ପାଗଳୀ ନଥିଲା ,ତା ର ବି ହସ ଖୁସିରେ ସଂସାର କରିବାକୁ ଇଛା ଥିଲା ! ଜାଣତରେ ହେଉ କି ଅଜାଣତରେ ହେଉ କପାଳରେ ଥିବା ଫଳ ସ୍ୱରୁପ ତା’କୁ ଗୋଟିଏ ମଦୁଆକୁ ବାହାକରି ଦିଆଗଲା ! ଯୋଉଟାକି ତା ଜୀବନରେ ପ୍ରଥମ ପ୍ରମୁଖ ଶୁଖ ଛଡେଇ ନେଲା ! ମଦୁଆ ସ୍ୱାମୀ ତା ଭାଉଜ କଥାରେ ପରିଚାଳିତ ହେଉଥିଲା ଯୋଉଟାକି ସନିଆଁ ବୋଉର ଦୁଃଖ ର ଆଉ ଗୋଟେ କାରଣ ଥିଲା!! ସକାଳୁ ରାତିଯାଏ ଖଟି ଅଧା ଦିନ ଉପାସରେ ସମୟ କଟୋଉଥିଲା ସେ , ତା ସହିତ ମଦୁଆ ସ୍ୱାମୀ ର ମାଡ ତା ଜୀବନ ନଷ୍ଟ କରିଦେଲା !! ଏଥିରେ ପରିବାରର ସମସ୍ତେ ତାକୁ ହତାଦର କରୁଥିଲେ ସେ ହିଂସ୍ର ହୋଇଉଠିଲା ଜୀବନ କ ଣ ଭଲରେ ଜାଣିବାକୁ ଦେଲେନି ତା ପରିବାର ଲୋକ !! ସମସ୍ତେ ନିଜ ସ୍ୱାର୍ଥ ରେ ଲିପ୍ତ ଥିଲେ !! ଶାଶୁର ଅତ୍ୟାଚାର ରୁ ମୁକ୍ତି ପାଇବାଲାଗି ବଡ ଯାଆ ବାହାରକୁ ପଳେଇଲା ସ୍ୱାମୀ ସହ ! ହେଲେ ଆଠ ଦିନ ପନ୍ଦର ଦିନରେ ଘରୁ ଜିନିଷ ନେଇ ସନିଆଁ ବାପା ତାଙ୍କୁ ଦେଇ ଆସେ କାରଣ ତାଙ୍କର ରୋଜଗାର କମ୍ ଥିଲା ବୋଲି !! ସନିଆଁ ବୋଉର ସ୍ୱାର୍ଥ କିଛିବି ନଥିଲା ସେ ଘରେ ଶାଶୁ ର ହାତ ଟେକାରେ ଚଳିବାକୁ ପଡୁଥିଲା ପାଟିଖୋଲିଲେ ମାଡ ଗାଳି!!
ଅଧିକ ମଦପିଇ ସନିଆଁ ବାପା ଯେତେବେଳେ ଉପଦ୍ରବ କରେ ଆଉ କେହି ସାହା ହେଲେନି ! ଶେଷରେ ସନିଆଁ ବାପା ବି ମଦ ନିଶାରେ ସଂସାର ଛାଡି ଚାଲିଗଲା!! ସନିଆଁ ବୋଉ ମୁଣ୍ଡ ଉପରେ ପାହାଡ ଛିଡି ପଡିଲା ଟଙ୍କା ଟିଏ ପାଖରେ ନଥାଏ !! ସମସ୍ତେ ହାତ ଛାଡିଦେଲେ କାରଣ ସେ କୁଆଡେ ତା ସ୍ୱାମୀ କୁ ମାରିଦେଇଥିଲା!! ଏମିତିରେ କୋଡିଏବର୍ଷ ଦୁଃଖ କଷ୍ଟରେ ସନିଆଁ ବୋଉ ସଂସାର ଖୁସିରେ ଚାଲିଥିଲା !! ତିରିଶି ବର୍ଷ ପରେ ଯେଉଁ ଲୋକ ମାନେ ତାକୁ ଦୂରେଇ ଦେଇଥିଲେ ସେମାନେ ତା ପୁଅ ସହ ସଂମ୍ପୂର୍ଣ୍ଣରୂପେ ଆତ୍ମୀୟ ତାର ହାତ ମିଳେଇଦେଲେ ! ଯୋଉଟାକି ସନିଆଁ ବୋଉ ଆଉ ସହି ପାରିଲାନି!! ପୁଅଟା ବି ମାଆର ଯନ୍ତ୍ରଣା ବୁଝିପାରିଲାନି , କାରଣ ତା, ସ୍ତ୍ରୀ ର ଖୁସି ସେ ଭାଙ୍ଗି ବାକୁ ଚାହୁଁ ନଥିଲା!! ଯୋଉ ଲୋକ ପୁଅ ଛୋଟ ଥିଲା ବେଳେ ଆହା କରି ନଥିଲେ ବୋହୁକୁ ଉପହାର ସ୍ନେହ ମମତାରେ ବାନ୍ଧି ରଖିଥିଲେ ! ଯୋଉଟାକି ସନିଆଁ ବୋଉର ଔକତ ବାହାରେ ଥିଲା !! ସନିଆଁ ବୋଉ ସମାଜ ଆଗରେ ଦୋଷି ପାଲଟିଗଲା ! ଲୋକଙ୍କ ଆଖିରେ କଳିହୁଡି ହୋଇ ରହିଗଲା !! ଯାହାକି ତା ନିଜ ପୁଅବୋହୁଠୁ ବି ଦୂରେଇଯିବାକୁ ବାଧ୍ୟକଲା !!
ସତ କହିବାକୁ ଗଲେ ସନିଆଁ ବୋଉର ସ୍ୱପ୍ନ ଭାଙ୍ଗିବା ପଛରେ କାହାର ହାତ ରହିଲା ! ତା ବଦ ଗୁଣର ନା ତା ସ୍ୱାଭୀମାନ ପ୍ରକୃତିର ନା ଆଉ କାହାର ଛଳନା !! ସନିଆଁ ବୋଉ ଭଳି ଆଜି ସମାଜରେ କେତେ ସରଳ ଲୋକ ଜୀବନ ସାରା ଦୁଃଖରେ ଜର୍ଜରୀତ ହୋଇ ଶୁଖ କୁ ଆଶା କରି ଚାହିଁ ରହିଥିବାବେଳେ କେହି ତାଙ୍କ ଆଶାରେ ପାଣି ଫିଙ୍ଗି ଦେଉଛି !! ଆଜିକାର ପିଲା ମାନେ ବି ନିଜ ମାଆ ବାପାଙ୍କ ଅପକ୍ଷା କିଏ ଯଦି କିଛି ଦେଲା ,ତା କଥାରେ ପରି ଚାଳିତ ହେଉଛନ୍ତି !! ସନିଆଁ ବୋଉ ମାନେ ସହି ନପାରି ପାଗଳ ହେବେନିତ କ’ଣ କରିବେ ? ତାଙ୍କ କର୍ମରେ ତ ମରଣ ବି ଲେଖା ନାହିଁ କେବଳ ଯନ୍ତ୍ରଣା ପ୍ରାରବ୍ଧ ର ଲିଖନ !!!
ଚାନ୍ଦବାଲି , ଭଦ୍ରକ