ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଭିନ୍ନକ୍ଷମ ଯୁବତୀଙ୍କୁ ପ୍ରେମ ପ୍ରତାରଣା :  ଧୋକା ଦେଇ ଜେଲ୍ ଗଲେ ଯୁବକ

ମ, ରାମପୁର,୧୩/୫(ମସୀହା) : ପ୍ରେମ ରେ ଅନ୍ଧ ହେଇଥିଲା ଜଣେ ଭିନ୍ନକ୍ଷମ ଆଦିବାସୀ ଯୁବତୀ । ଘର, ପରିବାର, ଜାତି ଛାଡ଼ି ପ୍ରେମିକ ର ହାତ ଧରି ମଥା ରେ ସିନ୍ଦୁର ଲଗେଇ ନୂଆ ଜୀବନ ଆରମ୍ଭ କରିବା ପାଇଁ ସବୁ ପ୍ରକାର ପଦକ୍ଷେପ ନେବାକୁ ରାଜି ଥିଲା । ହେଲେ କିଏ ଜାଣିଥିଲା, ପ୍ରେମିକ ପ୍ରେମ ପାଇଁ ନୁହେଁ,, ଦେହ ଭୋଗ ପାଇଁ ତାକୁ ମିଛ ପ୍ରେମ କରୁଥିଲା । ପ୍ରେମ ରେ ପ୍ରତାରଣା କରି ଶେଷକୁ ଜେଲ୍ ଯିବାକୁ ପଡ଼ିଛି ଯୁବକ ଙ୍କୁ । ସୂଚନା ମୁତାବକ, କଳାହାଣ୍ଡି ଜିଲ୍ଲା ମ, ରାମପୁର ଥାନା ଅନ୍ତର୍ଗତ ବାରବନ୍ଧା ଗ୍ରାମ ପଞ୍ଚାୟତ ର ଗୁନାଙ୍ଗବେଡ଼ା ଗ୍ରାମ ର ଯୁବକ ହେମନ୍ତ ଔରଫ୍ ଅଜିତ୍ କୁମାର ସାହୁ ନିକଟସ୍ଥ ବାଲବେଡା ଗ୍ରାମ ର ଜଣେ ଅନ୍ୟଜାତି ର ଭିନ୍ନକ୍ଷମ ଯୁବତୀକୁ ପ୍ରେମ କରୁଥିଲା । ଦୁହେଁ କିଛି ଦିନ ଘରୁ ପଳାଇ ଅନ୍ୟତ୍ର ରହିବା ପରେ ଉକ୍ତ ପ୍ରେମିକ ଯୁବକ ଯୁବତୀଙ୍କୁ ଛାଡି ଦେଇଥିଲା । ଯୁବତୀ ଜଣକ ହତାଶ ହେବା ପରେ ଥାନା ରେ ଲିଖିତ ଅଭିଯୋଗ କରିଥିଲା । କେସ ନମ୍ବର ୧୧୪/୨୨ ରେ ଏକ ମାମଲା ରୁଜୁ କରି ପୁଲିସ୍ ଅଭିଯୁକ୍ତ ଯୁବକ କୁ ଠାବ କରି ଆଜି କୋର୍ଟ ଚାଲାଣ କରିଥିବା ଜଣାପଡିଛି । ଏହି ମାମଲା ନର୍ଲା ଡିଏସପି ରେଣୁକା ସୁନାଙ୍କ ତତ୍ୱବଧାନରେ ମ,ରାମପୁର ଥାନାଧିକାରୀ ସଚିନ୍ଦ୍ର ପ୍ରଧାନ, ଏସ୍ଆଇ ଜୟଦେବ ତାରିଣୀ ଙ୍କ ସହଯୋଗ ରେ ଚାଲିଥିଲା ।

ମ.ରାମପୁର ରୁ ପରମାନନ୍ଦ ବିଶିଙ୍କ ରିପୋର୍ଟ l

Related posts

ବଡଧାରପୁର ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ଜଣେ ମୃତ ଅନ୍ୟ ଜଣେ ଗୁରୁତର

Sunil Chandra Nayak

ଆସନ୍ତୁ ଜାଣିବା, ପୁରାଣ ବର୍ଣ୍ଣନାରୁ ଦୀପ ବିଷୟରେ 

Sunil Chandra Nayak

ନୂଆ ସିନେମା ଏଇ ରାକ୍ଷୀ ତୋ ରକ୍ଷା କବଚ’ ର ଅଡିଓ ରିଲିଜ

Sunil Chandra Nayak

Leave a Comment

error: Content is protected !!