ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ତୃପ୍ତିରାଣୀ ପାତ୍ର ଙ୍କ କବିତା ତୁମେ କଅଣ ?

     ତୁମେ କଅଣ ?

 

 

    ତୃପ୍ତିରାଣୀ ପାତ୍ର

 

ଥାଅ କି ରୂପରେ ତୁମେ ପ୍ରିୟ ପ୍ରଭୁ 

     କିଛି ମୁଁ ବୁଝି ପାରେନା

 ଆଦିଅନ୍ତ ତୁମେ ଶକ୍ତିର ସ୍ୱୟମ୍ଭୁ

   କିଛି ତ ଜାଣି ହୁଏନା ।

 

ତୁମେ ସର୍ବ ଅନ୍ତର୍ଯ୍ୟାମୀ ପ୍ରିୟବର

  ସର୍ବ ମନ ବୁଝି ପାର  

କର୍ମେ ମର୍ମେ ଅନୁଭବ ହୁଏ ମୋର

  ତୁମେ କ’ଣ ଆପଣାର ? 

 

ତୁମ୍ଭେ ପରା ଆମ ପରମ ଈଶ୍ୱର 

    ତୁମ୍ଭେ ଅଟ ନିରାକାର

 ବୁଦ୍ଧି ଜ୍ଞାନ ଭରି ଦେଉଥାଅ ବର

    ତୁମ୍ଭେ ଜୀବନର ଝର । 

 

ମନେମନେକେତେ ପ୍ରଶ୍ନମୁଁ ଯେ କରେ

      ପାଏନା କିଛି ଉତ୍ତର 

ତୁମେ କଅଣ ମୁଁ ଯେ ଜାଣି ନପାରେ

    ସତେ ଅନ୍ତଃଆତ୍ମା ସୁର ।

 

ତୁମେ ଦୁଃଖୀ ରଙ୍କି ପ୍ରାଣର ସାଗର

     ଶ୍ୱାସ ପ୍ରାଣୀ ଜଗତର 

ଶୀତଳ ଆଲୋକ ପ୍ରୀତି ଜ୍ୟୋତ୍ସ୍ନାର 

   ମହାଦୃମ ବାଟୋଇର ।

 

ସତପଥେ ଘେନି ନିଅ ଆହେ ପ୍ରଭୁ 

     ତୁମେ ଯେ ସବୁରେ ସବୁ

ବିପଦରେ ହସ୍ତ ଧରି କର କାବୁ

    ଉଦ୍ଧାର ଆମକୁ ଭବୁ । 

ସହଦେବଖୁଣ୍ଟା , ବାଲେଶ୍ୱର

Related posts

ତମ୍ବାଛଡା ଜ୍ଞାନ ମନ୍ଦିର ଛାତ୍ରଛାତ୍ରୀ ଙ୍କୁ ସ୍କୁଲ ବ୍ୟାଗ ବଣ୍ଟନ

Sunil Chandra Nayak

ଓଡ଼ିଶାରେ ଓଡ଼ିଆ ଭଦ୍ରଲୋକ ଡାକଘରେ ହଟହଟା 

Sunil Chandra Nayak

କାଙ୍ଗାଳୀ ଚରଣ ସେଠୀ ଙ୍କ କବିତା ସାଧବ ବୋହୂ

Sunil Chandra Nayak

Leave a Comment

error: Content is protected !!