ତୁମେ କଅଣ ?
ତୃପ୍ତିରାଣୀ ପାତ୍ର
ଥାଅ କି ରୂପରେ ତୁମେ ପ୍ରିୟ ପ୍ରଭୁ
କିଛି ମୁଁ ବୁଝି ପାରେନା
ଆଦିଅନ୍ତ ତୁମେ ଶକ୍ତିର ସ୍ୱୟମ୍ଭୁ
କିଛି ତ ଜାଣି ହୁଏନା ।
ତୁମେ ସର୍ବ ଅନ୍ତର୍ଯ୍ୟାମୀ ପ୍ରିୟବର
ସର୍ବ ମନ ବୁଝି ପାର
କର୍ମେ ମର୍ମେ ଅନୁଭବ ହୁଏ ମୋର
ତୁମେ କ’ଣ ଆପଣାର ?
ତୁମ୍ଭେ ପରା ଆମ ପରମ ଈଶ୍ୱର
ତୁମ୍ଭେ ଅଟ ନିରାକାର
ବୁଦ୍ଧି ଜ୍ଞାନ ଭରି ଦେଉଥାଅ ବର
ତୁମ୍ଭେ ଜୀବନର ଝର ।
ମନେମନେକେତେ ପ୍ରଶ୍ନମୁଁ ଯେ କରେ
ପାଏନା କିଛି ଉତ୍ତର
ତୁମେ କଅଣ ମୁଁ ଯେ ଜାଣି ନପାରେ
ସତେ ଅନ୍ତଃଆତ୍ମା ସୁର ।
ତୁମେ ଦୁଃଖୀ ରଙ୍କି ପ୍ରାଣର ସାଗର
ଶ୍ୱାସ ପ୍ରାଣୀ ଜଗତର
ଶୀତଳ ଆଲୋକ ପ୍ରୀତି ଜ୍ୟୋତ୍ସ୍ନାର
ମହାଦୃମ ବାଟୋଇର ।
ସତପଥେ ଘେନି ନିଅ ଆହେ ପ୍ରଭୁ
ତୁମେ ଯେ ସବୁରେ ସବୁ
ବିପଦରେ ହସ୍ତ ଧରି କର କାବୁ
ଉଦ୍ଧାର ଆମକୁ ଭବୁ ।