ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କବିତା ସାହୁ ଙ୍କ କବିତା ପରଂବ୍ରହ୍ମ ଶ୍ରୀ ଜଗନ୍ନାଥ 

ପରଂବ୍ରହ୍ମ ଶ୍ରୀ ଜଗନ୍ନାଥ 

 

     କବିତା ସାହୁ

 

ଜଗତର ନାଥ ଆହେ ଜଗନ୍ନାଥ 

ପରଂବ୍ରହ୍ମ ଆହେ ଅନାଥ ର ନାଥ 

ନିର୍ଗୁଣ ନିରାକାର ଆହେ କଳା ଠାକୁର 

ସଗୁଣ ପରଂବ୍ରହ୍ମ କୋଟି ବ୍ରହ୍ମାଣ୍ଡ ଈଶ୍ବର ।

ଅଗ୍ନିରୁ ପ୍ରଜ୍ଜ୍ଵଳିତ ଚକା ଡୋଳା ତୁମର 

ସାଗରୁ ଗଭୀର ଅମାପ ଅତଳ ।

ସକଳ ଶକ୍ତିର ତୁମେ ତ ଆଧାର 

ବିକାର ଶୂନ୍ୟ ହେ ତୁମେ ନିର୍ବିକାର ।

ସତଚରିତ ତୁମେ  ସଚ୍ଚିଦାନନ୍ଦ 

ପରମ ଆରାଧ ବ୍ରହ୍ମ ଦାରୁ ଦେବ। 

ସକଳ ସୃଷ୍ଟିର ତୁମେ ହେ ସ୍ରଷ୍ଟା 

ତତ୍ବର ପ୍ରତିକ ଆନନ୍ଦ ଦାତା ।

ସଂସାର ସ୍ରଷ୍ଟା ହେ ବିଶ୍ବ ବିଧାତା 

ତୁମେ ପାଳକ ହେ ପାଳନ କର୍ତ୍ତା।

ଓଁ କାର ନିରାକାର ଜଗତ ପିତା 

ପାଦ ବିହିନ ହେ ପାଦ ପାଣୀ।

ଶ୍ରୀ ଚରଣେ ତବ ସର୍ବେ ଆଶ୍ରିତ 

ରକ୍ଷା କର ପ୍ରଭୁ ଏହି ଜଗତ ।

ଜୟପୁର

Related posts

ବ୍ଲକ ସାମ୍ବାଦିକ ସଙ୍ଘ ବୈଠକ

Sunil Chandra Nayak

ଗୋରୁମହିଷାଣୀ ଥାନା ;ଶଶୁର ଘରେ ଯୁବକର ଆତ୍ମହତ୍ୟା

Sunil Chandra Nayak

ଟିକିରୀ ସ୍ଥିତ ଗେଷ୍ଟହାଉସରେ ଉତ୍କଳ ଆଲୁମିନା ପକ୍ଷରୁ ସ୍ଵତନ୍ତ୍ର କାର୍ଯ୍ଯକ୍ରମ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!