ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କବିତା ସାହୁ ଙ୍କ କବିତା ପରଂବ୍ରହ୍ମ ଶ୍ରୀ ଜଗନ୍ନାଥ 

ପରଂବ୍ରହ୍ମ ଶ୍ରୀ ଜଗନ୍ନାଥ 

 

     କବିତା ସାହୁ

 

ଜଗତର ନାଥ ଆହେ ଜଗନ୍ନାଥ 

ପରଂବ୍ରହ୍ମ ଆହେ ଅନାଥ ର ନାଥ 

ନିର୍ଗୁଣ ନିରାକାର ଆହେ କଳା ଠାକୁର 

ସଗୁଣ ପରଂବ୍ରହ୍ମ କୋଟି ବ୍ରହ୍ମାଣ୍ଡ ଈଶ୍ବର ।

ଅଗ୍ନିରୁ ପ୍ରଜ୍ଜ୍ଵଳିତ ଚକା ଡୋଳା ତୁମର 

ସାଗରୁ ଗଭୀର ଅମାପ ଅତଳ ।

ସକଳ ଶକ୍ତିର ତୁମେ ତ ଆଧାର 

ବିକାର ଶୂନ୍ୟ ହେ ତୁମେ ନିର୍ବିକାର ।

ସତଚରିତ ତୁମେ  ସଚ୍ଚିଦାନନ୍ଦ 

ପରମ ଆରାଧ ବ୍ରହ୍ମ ଦାରୁ ଦେବ। 

ସକଳ ସୃଷ୍ଟିର ତୁମେ ହେ ସ୍ରଷ୍ଟା 

ତତ୍ବର ପ୍ରତିକ ଆନନ୍ଦ ଦାତା ।

ସଂସାର ସ୍ରଷ୍ଟା ହେ ବିଶ୍ବ ବିଧାତା 

ତୁମେ ପାଳକ ହେ ପାଳନ କର୍ତ୍ତା।

ଓଁ କାର ନିରାକାର ଜଗତ ପିତା 

ପାଦ ବିହିନ ହେ ପାଦ ପାଣୀ।

ଶ୍ରୀ ଚରଣେ ତବ ସର୍ବେ ଆଶ୍ରିତ 

ରକ୍ଷା କର ପ୍ରଭୁ ଏହି ଜଗତ ।

ଜୟପୁର

Related posts

ଶୁଭଶ୍ରୀ ପ୍ରଧାନ ଙ୍କ କବିତା ସକାଳ ଜଣାଣ

Sunil Chandra Nayak

ମମତା ସାହୁ ଙ୍କ କବିତା ସ୍ବପ୍ନ ଥିଲା ପ୍ରିୟା ପାଇଁ

ରେଭେନ୍ସା ବିଶ୍ୱବିଦ୍ୟାଳୟ ସମାଜ ଶାସ୍ତ୍ର ବିଭାଗ ପକ୍ଷରୁ ଦୁଇ ଦିନିଆ ଆନ୍ତର୍ଜାତୀୟ ଆଲୋଚନା ଚକ୍ର

Sunil Chandra Nayak

Leave a Comment

error: Content is protected !!