ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଉରକେଲା – ଓଡ଼ିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଦ୍ୱାରା ଯୁବକବି ଅଶୋକ କୁମାର ରାଉତ ସମ୍ବର୍ଦ୍ଧିତ

ରାଉରକେଲା / ‘ସ୍ୱାଧୀନତାର ଅମୃତ ମହୋତ୍ସବ’ ଅବସରରେ ରାଜଭବନର ଅଭିଷେକ ହଲରେ କବିତାପାଠ ସମାରୋହ ଆୟୋଜିତ ହୋଇଯାଇଛି l ଏହି ସମାରୋହରେ ଓଡ଼ିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ଡଃ ହୃଷୀକେଶ ମଲ୍ଲିକ ଯୋଗ ଦେଇ ନିଜନିଜର ବକ୍ତବ୍ୟ ରଖିଥିଲେ l କାର୍ଯ୍ୟକ୍ରମରେ ରାଜ୍ୟପାଳଙ୍କ ସଚିବ ଶାଶ୍ୱତ ମିଶ୍ର ଉପସ୍ଥିତ ଥିଲେ l ରାଜ୍ୟପାଳଙ୍କ ଲୋକ ସମ୍ପର୍କ ଅଧିକାରୀ ରକ୍ଷକ ନାୟକ ସ୍ୱାଗତ ଭାଷଣ ଦେଇଥିବା ବେଳେ ବିଶିଷ୍ଟ କବି ସୂର୍ଯ୍ୟ ମିଶ୍ର କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ l ଆୟୋଜିତ କବିତା ପାଠ ସମାରୋହରେ ରାଜ୍ୟ ଯୁବ ପୁରସ୍କାର ପ୍ରାପ୍ତ ୧୭ ଜଣ କବିଙ୍କୁ ନିମନ୍ତ୍ରିତ କରାଯାଇଥିଲା l ଉପସ୍ଥିତ କବିମାନଙ୍କୁ ମାନ୍ୟବର ରାଜ୍ୟପାଳ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ l ଏହି କ୍ରମରେ ମାନ୍ୟବର ରାଜ୍ୟପାଳ ଶ୍ରୀ ଲାଲ, ରାଜ୍ୟ ଯୁବ ପୁରସ୍କାର ପ୍ରାପ୍ତ ଯୁବକବି ତଥା ଆକାଶବାଣୀ ରାଉରକେଲାର ଉଦଘୋଷକ ଅଶୋକ କୁମାର ରାଉତଙ୍କୁ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ l ଆୟୋଜିତ କବିତା ପାଠୋତ୍ସବରେ ଶ୍ରୀ ରାଉତ ‘ସକାଳ’ ଶୀର୍ଷକ କବିତା ପାଠ କରିଥିଲେ lସୂଚନା ଯୋଗ୍ୟ ଯେ, ୧୯୭୬ ମସିହାରେ ଜନ୍ମିତ ଓ ୧୯୯୪ ମସିହାରୁ ସୃଜନ କର୍ମରେ ଲିପ୍ତ କବି ଶ୍ରୀ ରାଉତ ‘ଦୁଃଖବୋଲି ଯାହା…’ କବିତା ପାଣ୍ଡୁଲିପି ପାଇଁ ୨୦୦୫-୦୬ ବର୍ଷ ନିମନ୍ତେ ରାଜ୍ୟ ଯୁବ କଲ୍ୟାଣ ପରିଷଦ (ଓଡ଼ିଶା ) ପ୍ରଦତ୍ତ ‘ରାଜ୍ୟ ଯୁବ ପୁରସ୍କାର’ ଲାଭ କରିଥିଲେ ଏବଂ ଉକ୍ତ ପାଣ୍ଡୁଲିପି ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ୱାରା ପୁସ୍ତକ ରୂପେ ପ୍ରକାଶିତ ହୋଇ, ଓଡ଼ିଶା ସାହିତ୍ୟ ଏକାଡେମୀର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ଉନ୍ମୋଚିତ ହୋଇଥିଲା l କବିତା, ଗଳ୍ପ, ଗୀତ, ନାଟକ, ଫିଚର ଆଦି ରଚନା, ଅନୁବାଦ, ସମ୍ପାଦନା ଭଳି ସାହିତ୍ୟର ବିଭିନ୍ନ ବିଭାଗ ସହିତ ସମ୍ପୃକ୍ତ ଶ୍ରୀ ରାଉତଙ୍କର ଏଯାବତ ‘ନିଜପରି କେହିଜଣେ’, ‘ଦୁଃଖବୋଲି ଯାହା…’, ‘ମିଛେଇ’ ଆଦି କବିତା ସଂକଳନ ଓ ଗଳ୍ପ ସଂଯୋଜନା ‘ଲାଜ’ ପୁସ୍ତକ ପ୍ରକାଶିତ ହୋଇଛି l ତା’ ସହିତ ଟି-ସିରିଜ (ମୁମ୍ବାଇ) କମ୍ପାନୀର ଦୁଇଟି ଭକ୍ତିଗୀତ ଓ ଗୋଟିଏ ଆଧୁନିକ ଗୀତ କ୍ୟାସେଟରେ ଏବଂ ଆକାଶବାଣୀ ରାଉରକେଲାର ‘ମୂର୍ଚ୍ଛନା’ କାର୍ଯ୍ୟକ୍ରମ ପାଇଁ ସେ ଗୀତ ରଚନା କରିଛନ୍ତି l ୨୦୦୫ମସିହା ରୁ ଆକାଶବାଣୀ ରାଉରକେଲାରେ ସାମୟିକ ଉଦଘୋଷକ ଭାବରେ କାର୍ଯ୍ୟରତ ଥିବା ଶ୍ରୀ ରାଉତ ଆକାଶବାଣୀ ରାଉରକେଲାର ବିଭିନ୍ନ କାର୍ଯ୍ୟକ୍ରମର ଉପସ୍ଥାପନା ସହ ମଞ୍ଚ ସଂଯୋଜନା ମଧ୍ୟ କରିଛନ୍ତି l ନିଜର ସାହିତ୍ୟ କର୍ମ ପାଇଁ ରାଜ୍ୟ ଯୁବ ପୁରସ୍କାର ସମେତ ଅନ୍ୟାନ୍ୟ ବହୁ ଅନୁଷ୍ଠାନ ଦ୍ୱାରା ସମ୍ମାନିତ ଶ୍ରୀ ରାଉତ, “ରାଜଭବନରେ କବିତାପାଠ ପାଇଁ ନିମନ୍ତ୍ରିତ ହେବା, ମହାମହିମ ରାଜ୍ୟପାଳଙ୍କ ଅତିଥି ହେବା ଓ ତାଙ୍କ ଦ୍ୱାରା ସମ୍ବର୍ଦ୍ଧିତ ହେବା, ରାଜଭବନର ମନୋଜ୍ଞ ପରିବେଶରେ ଓଡିଶାର ନିମନ୍ତ୍ରିତ ବିଶିଷ୍ଟ ସହକବିଙ୍କ ଗହଣରେ କବିତା ପଢିବା, ଶୁଣିବା, ସଂଧ୍ୟାରେ ଜଳଯୋଗ ସହ ରାଜ୍ୟପାଳଙ୍କ ସହିତ କିଛିସମୟ ବିତେଇବା, ରାଜ୍ୟପାଳ ମହୋଦୟ ପୁଅ ଅସ୍ମିତ ଅନ୍ବେଷକୁ କୋଳରେ ବସାଇ ସସ୍ନେହ କଲମ ଉପହାର ଦେବା, ପତ୍ନୀ ଶୁଚିସ୍ମିତାକୁ ଆଶୀର୍ବାଦ କରିବା ଆଦି ଚିରସ୍ମରଣୀୟ ହୋଇ ରହିବ ବୋଲି ନିଜର ପ୍ରତିକ୍ରିୟାରେ କହିଛନ୍ତି lସୁନ୍ଦରଗଡ଼ ଜିଲ୍ଲାକୁ ଶ୍ରୀ ରାଉତ ପ୍ରତିନିଧିତ୍ୱ କରିବା ଅତ୍ୟନ୍ତ ଆନନ୍ଦର ବିଷୟ l ତେଣୁ ରାଜ୍ୟପାଳଙ୍କଠାରୁ ସମ୍ବର୍ଦ୍ଧିତ ହୋଇ ଓ ରାଜଭବନରେ କବିତା ପାଠ କରି ଫେରିବା ପରେ ଶ୍ରୀ ରାଉତଙ୍କୁ ରାଉରକେଲାର ବହୁ ସାହିତ୍ୟିକ, ବୁଦ୍ଧିଜୀବୀ, ପ୍ରିୟଜନ ତଥା ସହକର୍ମୀ ଶୁଭେଚ୍ଛା ଜଣାଇଥିଲେ l ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ ।

Related posts

ବ୍ଳକ ସ୍ତରୁୟ ଆମ୍ ଆଦମୀ ପାର୍ଟିର ସାମ୍ବାଦିକ ସମ୍ମିଳନୀ 

Sunil Chandra Nayak

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ କବିତା ରଜ ମଉଜ

Sunil Chandra Nayak

ପ୍ରଧାନମନ୍ତ୍ରୀ ଆବାସ ଘର କୁ ଭାଙ୍ଗି ତହସିଲଦାର ଅଡୁଆରେ !

Sunil Chandra Nayak

Leave a Comment

error: Content is protected !!