ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ବୃକ୍ଷରୋପଣ

କୋକସରା,୯/୭- ( ମ ନି ସ ) ଶନିବାର ବିଜୁ ଜନତା ଦଳ ର ୨୫ ବର୍ଷ ପୂର୍ତ୍ତି କୁ ସ୍ମରଣୀୟ କରିବା ଲକ୍ଷ୍ୟ ଉଦ୍ଦେଶ୍ୟ ରେ କୋକସରା ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ରୂପେ ଧର୍ମଗଡ ବିଧାୟକ ମୌଷଧି ବାଗ ଯୋଗଦେଇ ବୃକ୍ଷରୋପଣ କରିବା ସହ ପରିବେଶ କୁ ସନ୍ତୁଳନ ରଖିବା ପାଇଁ ବୃକ୍ଷରୋପଣ ହି ଏକମାତ୍ର ବିକଳ୍ପ, ଏଣୁ ଆମେ ସମସ୍ତେ ନିଜ ନିଜ ଘର ଓ ବିଳ ବାଡି ରେ ଗଛ ଟିଏ ଲଗାଇବା ଓ ତାର ଯତ୍ନ ନେବା ବୋଳି ମତ ରଖିଥିଲେ । ଏହି କାର୍ଯ୍ୟକ୍ରମ ରେ କୋକସରା ଯୋନ ୨ ଜିଲ୍ଲା ପରିଷଦ ସଭ୍ୟ ତ୍ରିନାଥ ବାଗ, ବିଧାୟକ ପ୍ରତିନିଧି ମାନସ ରଞ୍ଜନ ବାଗ, ଛାତ୍ର ଜନତା ଦଳ ସଭାପତି ମାନସ ବେହେରା, ମହେଶ କୁମାର ଗୁପ୍ତା, ଧର୍ମଗଡ ଫରେଷ୍ଟ ରେଞ୍ଜ ଅଫିସର ଭବାନୀ ଶଙ୍କର କୁଅର, ଫରେଷ୍ଟ ଗାର୍ଡ ଜଗନ୍ନାଥ ନାଏକ, କ୍ଷୀରୋଦ ସେଠ ସମେତ ଜଙ୍ଗଲ ବିଭାଗ କର୍ମଚାରୀ ଓ ବିଜୁ ଛାତ୍ର ଜନତା ଦଳ ର କର୍ମୀ ମାନେ ଉପସ୍ଥିତ ରହିଥିଲେ।

Related posts

ନବୀନଙ୍କ ନୂଆ ଟିମ୍‌ରେ ସାମିଲ୍ ହେବେ ନୂଆ ଓ ପୁରୁଣା ମୁହଁ

ସସ୍ମିତେଶ ସାହୁ ଙ୍କ କବିତା ରଜ

Sunil Chandra Nayak

ତ୍ରିପତି ପ୍ରଧାନ ଙ୍କ କବିତା ଦୁଲୁକେ ମଣ୍ଡପ 

Sunil Chandra Nayak

Leave a Comment

error: Content is protected !!