ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନିରୁପମା ପାଣି ଙ୍କ କବିତା   ମୁଁ ନୁହେଁ ଲେଖକ

  ମୁଁ  ନୁହେଁ ଲେଖକ

     

    ନିରୁପମା ପାଣି

ମୁଁ ନୁହେଁ ଲେଖକ କି ଅବା ଗାଳ୍ପିକ
ନୁହେଁ ମୁଁ ଯେ ପ୍ରାବନ୍ଧିକ
ନାହିଁ ଶିକ୍ଷା ଦୀକ୍ଷା ଅଜ୍ଞାନ ମଣିଷ
ନୁହେଁ କେବେ ସାହିତ୍ୟିକ!!
ଉପାଦ୍ଧି ଲୋଭରେ ଲେଖେନାହିଁ କିଛି
ଆଶା ନାହିଁ ମାନପତ୍ର
ବନ୍ଧୁ ସାଉଁଟିବା କା ମନ ଜିତିବା
ଉଦ୍ଦେଶ୍ୟ ମୋ ଏକ ମାତ୍ର!!
ଲେଖିଦିଏ ପଦେ ମୋ ନିଜ ଭାଷାରେ
ଅଧା ଠିକ୍ ଅଧା ଭୁଲ୍
କେହିଯଦିକହେ ଖରାପ ଲେଖାମୋ
ଦୁଃଖ ନାହିଁ ବିଲ୍ କୁଲ୍!!
ସଂସ୍କାର ସଂସ୍କୃତି ଖୋଜି ବୁଲେ ନିତି
ନିଜ ଲେଖା ମାଧ୍ୟମରେ
ଭାବନାହିଁ କେବେ କିଏ ଭଲପାଏ
କିଏ ପୁଣି ରାଗ କରେ!!
ଇତିହାସେ ସିନା ନାମ ନରହିବ
ସମ୍ବର୍ଦ୍ଧନା ନମିଳିବ
ଯିଏ କେହିଜଣେ ମୋ ଲେଖା ପଢିବ
ମନେ ମନେ ତ ହସିବ!!
ଭାବିବ ମୁର୍ଖଟା ଗାରେଇ ଚାଲିଛି
ଅର୍ଥ ହୀନ କିଛି କଥା
ପଢିଦେଲେ ଥରେ ବି ପି ଯେ ବଢୁଛି
ବଢିଯାଏ ନିଜ ଚିନ୍ତା!!
ପରିବର୍ତ୍ତନ ଶୀଳ ଏହି ଦୁନିଆଁକୁ
ଲେଖା ମୋ ଜୀବନ୍ତ କରେ
ସ୍ୱାର୍ଥ ସରିଗଲେ ମୟା ସଂସାରରେ
ମଣିଷ କେମିତି ମରେ!!
ସମ୍ପର୍କ ବିହୀନ ଆଜିର ସମାଜ
କପଟିଆଙ୍କ ଚକ୍ରାନ୍ତେ
ହଯୁଛି କେମିତି ମଣିଷର ଜ୍ଞାନ
ସମୟୁ ବୁଝ ସମସ୍ତେ!!
 

  ଚାନ୍ଦବାଲି     ଭଦ୍ରକ୍

Related posts

ମଧୁସ୍ମିତା ସାହୁ ଙ୍କ କବିତା ଶ୍ରାବଣୀ

Sunil Chandra Nayak

ରିଷିଡା କପ ଫୁଟବଲ: ସିଆଲି ସୋନପୁର କୁ ହରାଇ ତୁଷୁରା ଫାଇନାଲରେ 

Sunil Chandra Nayak

ବିଳାସିନୀ ପୃଷ୍ଟି ଙ୍କ କବିତା ଜୟ ମା ଅମ୍ୱେ 

Sunil Chandra Nayak

Leave a Comment

error: Content is protected !!