ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବଡ଼ ଖବର ସମ୍ପାଦକ ଅର୍ଦ୍ଧେନ୍ଦୁ ଦାସ ଙ୍କର ଗିରଫ କୁ ନେଇ ଫୁଲବାଣୀ ପ୍ରେସକ୍ଳବ ପକ୍ଷରୁ ସ୍ମାରକ ପତ୍ର ପ୍ରଦାନ

 କଳା ବ୍ୟାଚ ପିନ୍ଧି ପ୍ରତିବାଦ କଲେ ଫୁଲବାଣୀ ସାମ୍ବାଦିକ

ଫୁଲବାଣୀ -: ରାଜ୍ୟ ର ଜଣାଶୁଣା ବରିଷ୍ଠ ସାମ୍ବାଦିକ ତଥା ବଡ ଖବର ଚ୍ୟାନେଲ ର ମୁଖ୍ୟ ସମ୍ପାଦକ ଅର୍ଦ୍ଧେନ୍ଦୁ ଦାସ ଙ୍କୁ ଜାଣିଶୁଣି ଉଦ୍ଦେଶ୍ୟ ମୂଳକ ଭାବେ ରାତିଅଧିଆ କ୍ରାଇମବ୍ରାଞ୍ଚ ଇଓଡବ୍ଲୁ ଗିରଫ କରିଥିବା ଘଟଣା କୁ ନେଇ ଜିଲ୍ଲା ପ୍ରେସକ୍ଳବ ପକ୍ଷରୁ ପ୍ରତିବାଦ କରି ନିନ୍ଦା କରାଯାଇଛି। ପ୍ରେସକ୍ଳବ ସଭାପତି ସୁନିଲ ପଟ୍ଟନାୟକ ଙ୍କର ସଭାପତିତ୍ୱରେ ଅର୍ଦ୍ଧେନ୍ଦୁ ଦାସ ଙ୍କୁ ଇଓଡବ୍ଲୁ ଙ୍କର ଗିରଫ କୁ ତୀବ୍ର ପ୍ରତିବାଦ କରି ପ୍ରେସକ୍ଳବ ଠାରେ ଆୟୋଜିତ ସଭାରେ ବରିଷ୍ଠ ସାମ୍ବାଦିକ ଅରୂପ କୁମାର ଜେନା ଯୋଗ ଦେଇ ସାମ୍ବାଦିକ ମାନଙ୍କ ପ୍ରତି ହେଉଥିବା ଅତ୍ୟାଚାର କୁ କଦାପି ବରଦାସ୍ତ କରାଯିବ ନାହିଁ ଷଡଯନ୍ତ୍ର ରଚିଥିବା ବ୍ୟକ୍ତି ଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଆବଶ୍ୟକ ବୋଲି କହିଥିବାବେଳେ ଉପସ୍ଥିତ ସମସ୍ତ ସାମ୍ବାଦିକ ଅର୍ଦ୍ଧେନ୍ଦୁ ଦାସ ଙ୍କର ଗିରଫ କୁ ପ୍ରତିବାଦ କରି ଅର୍ଦ୍ଧେନ୍ଦୁ ଦାସ ସର୍ବଦା ରାଜ୍ୟ ଓ ସାମ୍ବାଦିକ ମାନଙ୍କ ସୁରକ୍ଷା ଓ ସ୍ୱାର୍ଥରକ୍ଷା ଲାଗି ଉଦ୍ୟମ କରି ଆସୁଥିଲେ ବୋଲି କହିଥିଲେ।ସେହି ପରି ପ୍ରେସକ୍ଳବ ସଭାପତି ସୁନିଲ ପଟ୍ଟନାୟକ ଫୁଲବାଣୀ ପୋୖରାଧ୍ୟକ୍ଷା ଦୈନିକ ଭାସ୍କର ଖବର କାଗଜରେ ପ୍ରକାଶିତ ଖବର ର ପ୍ରତିକ୍ରିୟା କରି ଟାଉନ ଥାନାରେ ସାମ୍ବାଦିକ ଙ୍କ ନାମରେ ଦେଇଥିବା ଏତେଲା ଘଟଣା କୁ ସମସ୍ତ ସାମ୍ବାଦିକ ନିନ୍ଦା କରିଥିଲେ। ଆଜି ତା ୨/୭/୨୦୨୨ ରିଖ ଶନିବାର ଦିନ ଫୁଲବାଣୀ ପ୍ରେସକ୍ଳବ ପକ୍ଷରୁ ସମସ୍ତ ସାମ୍ବାଦିକ ଏକତ୍ରିତ ହୋଇ କଳା ବ୍ୟାଚ ପରିଧାନ କରି ପ୍ରେସକ୍ଳବ ସଭାପତି ସୁନିଲ ପଟ୍ଟନାୟକ ନେତୃତ୍ୱରେ ବଡ଼ ଖବର ର ମୁଖ୍ୟ ସମ୍ପାଦକ ଅର୍ଦ୍ଧେନ୍ଦୁ ଦାସ ଙ୍କୁ ଇଓଡବ୍ଲୁ ର ଅନ୍ୟାନ୍ୟ ଗିରଫ ପ୍ରତିବାଦ କରିଥିଲେ। ସମସ୍ତ ସାମ୍ବାଦିକ ପ୍ରେସକ୍ଳବ ଠାରୁ ବାହାରି ଶାନ୍ତି ଶୃଙ୍ଖଳା ସହ ଜିଲ୍ଲାପାଳ କାର୍ଯ୍ୟାଳୟରେ ପହଞ୍ଚି ନାରାବାଜି କରି ରାଜ୍ୟପାଳ ଙ୍କର ଉଦ୍ଧେଶ୍ୟରେ ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ସାହୁ ଙ୍କୁ ରାଜ୍ୟର ଜଣାଶୁଣା ବରିଷ୍ଠ ସାମ୍ବାଦିକ ତଥା ବଡ ଖବର ର ମୁଖ୍ୟ ସମ୍ପାଦକ ଅର୍ଦ୍ଧେନ୍ଦୁ ଦାସ ଙ୍କୁ ଜାଣିଶୁଣି ଇଓଡବ୍ଲୁ ଉଦେଶ୍ୟ ମୂଳକ ଭାବେ ଗିରଫ ଥିବା ନେଇ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ। ସାମ୍ବାଦିକ ଅଶୋକ ପରିଡା,ସତ୍ୟନାରାୟଣ ବେହେରା,ସନ୍ତୋଷ ଦିଗାଲ, ଶିବାନନ୍ଦ ପଟ୍ଟନାୟକ,ଅଶୋକ ମହାନ୍ତି,ବ୍ରଜ ବିହାରୀ ନନ୍ଦ,ହୁରଞ୍ଜନ ସେଠୀ, ଲକ୍ଷ୍ମୀ ନାରାୟଣ ପଟ୍ଟନାୟକ ,ସୁନିଲ ବିଶ୍ୱାଳ, ସୂର୍ଯ୍ୟନାରାୟଣ ବେହେରା,ଆଦିତ୍ୟ ପ୍ରସାଦ ତ୍ରିପାଠୀ,ରଞ୍ଜନ ଦାଶ, ରମେଶ ଚନ୍ଦ୍ର ପ୍ରଧାନ, ନିବେଦିତା ଖଡଙ୍ଗା, ବୈଦ୍ୟନାଥ ନାୟକ,ସଞ୍ଜୟ ପାତ୍ର,ସୁଧୀର ମହାରଣା,ବୈଦ୍ୟନାଥ ବେହେରା,ରଞ୍ଜିତ ନାୟକ, ସନ୍ତୋଷ କୁମାର ବେହେରା,ଶିବ ପ୍ରସାଦ ନାୟକ,ଶିବରାମ ନାୟକ,ବ୍ରଜ ମୋହନ ନାୟକ,ସମସ୍ତ ସାମ୍ବାଦିକ ଉପସ୍ଥିତ ରହି ଘଟଣା ର ତୀଵ୍ର ନିନ୍ଦା କରିବା ସହ ତୁରନ୍ତ ଅର୍ଦ୍ଧେନ୍ଦୁ ଦାସ ଙ୍କୁ ଛାଡିବା ନିମନ୍ତେ ଦାବୀ କରିଥିଲେ। ରାଜ୍ୟ ସରକାରଙ୍କ ଦୁର୍ନୀତି,ଅନିୟମିତତା ସମ୍ପର୍କିତ ଖବର ନିର୍ଭୀକ ଭାବେ ପରିବେଷଣ କରି ଲୋକଲୋଚନକୁ ଆଣୁଥିବା ଫଳରେ ସରକାର ଆକ୍ରୋଶମୂଳକ ଭାବେ ତାଙ୍କ ବିରୋଧରେ ହୋଇଥିବା ଅଭିଯୋଗ ର ସଠିକ ତଦନ୍ତ ନକରି ଅନ୍ୟାୟ ଭାବେ ପୋଲିସ ଗିରଫ କରିଥିବା ଘଟଣା କୁ ସାମ୍ବାଦିକ ମାନେ ନିନ୍ଦା କରିବା ସହ ପରବର୍ତ୍ତୀ ସମୟରେ ସମସ୍ତ ସାମ୍ବାଦିକ ଫୁଲବାଣୀ ଟାଉନ ଥାନାରେ ପହଞ୍ଚି ଟାଉନ ଥାନା ଅଧିକାରୀ ସୁଶାନ୍ତ କୁମାର ସେଠୀ,ସହ ଫୁଲବାଣୀ ପୋୖରଧ୍ୟକ୍ଷା ଙ୍କ ସ୍ୱାମୀ ଙ୍କ ନାମରେ ଓଡ଼ିଆ ଦୈନିକ ଖବରକାଗଜ ରେ ପ୍ରକାଶିତ ଖବର ନେଇ ପ୍ରତିବାଦ କରି ସାମ୍ବାଦିକ ତଥା ଆଇନଜୀବୀ ରଞ୍ଜନ କୁମାର ଦାସ ଙ୍କ ନାମରେ ଏତେଲା ହୋଇଥିବା ଘଟଣା ସମ୍ପର୍କରେ ଥାନା ଅଧିକାରୀ ଙ୍କ ସହ ସାମ୍ବାଦିକ ମାନେ ଆଲୋଚନା କରିଥିବା ବେଳେ ସାମ୍ବାଦିକ ମାନଙ୍କର ନାମରେ ଅଭିଯୋଗ ହେଲେ ପୋଲିସ ସଠିକ ତଦନ୍ତ କରିବା ପରେ ସାମ୍ବାଦିକ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିୟମ ଅଛି ବୋଲି ଥାନା ଅଧିକାରୀ ସହ ସାମ୍ବାଦିକ ମାନଙ୍କର ଆଲୋଚନା ହୋଇଥିଲା।

ଫୁଲବାଣୀ ରୁ ବୈଦ୍ୟନାଥ ନାୟକ ଙ୍କ ରିପୋର୍ଟ।

Related posts

ସର୍ବଭାରତୀୟ ଅଖଣ୍ଡ ଭୂୟାଁ ସମାଜର ନୁଆଁଖାଇ ଭେଟଘାଟ ଓ ବଂଧୁମିଳନ

Sunil Chandra Nayak

ଲଗାଣ ବର୍ଷାରେ ପୁଣି ଧୋଇଗଲା ଆପ୍ରୋଚ ପୋଲ..ଜୁନାଗଡ଼-ଧର୍ମଗଡ଼ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ

Sunil Chandra Nayak

ଜଗନ୍ନାଥ ମନ୍ଦିରରେ ଦେବସ୍ନାନ ପୂର୍ଣ୍ଣିମା

Sunil Chandra Nayak

Leave a Comment

error: Content is protected !!