ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଗୁରିଆ ନଦୀରେ ମାଛ ଧରୁ ଧରୁ ସ୍ରୋତରେ ଭାସି ବୃଦ୍ଧ ମୃତ

ମୟୂରଭଞ୍ଜ – ୩/୦୭/୨୨ (ମସିହା) ମୟୂରଭଂଜ ଜିଲ୍ଲାର ବହଳଦା ଥାନା ଅନ୍ତର୍ଗତ ଗୁଣ୍ଡୁରିଆ ଗ୍ରାମ ନିକଟରେ ଗୁରିଆ ନଦୀରେ ବିଜୁ ସେତୁ ନିର୍ମାଣାଧୀନ ପୋଲ ପାଖରେ ନଦୀରେ ଗୁଣ୍ଡୁରିଆ ଗ୍ରାମର ବୃଦ୍ଧ ମାଛ ଧରୁ ଧରୁ ନଦୀ ସ୍ରୋତରେ ଭାଷିଯାଇ ମୃତ୍ୟୁ ବରଣକରିଛି । ସୂଚନାଯୋଗ୍ୟ ଗୁଣ୍ଡୁରିଆ ଗ୍ରାମର ଗାନେ ବାସ୍କେ(୬୫) ଆଜି ସକାଳ ୭ ଟା ପାଖାପାଖି ସମୟରେ ନିର୍ମାଣଧୀନ ବିଜୁ ସେତୁ ନିକଟରେ ଗୁରିଆ ନଦୀରେ ମାଛ ଧରୁଥିଲେ । ବିଜୁ ସେତୁ ପୋଲତଳେ ନିର୍ମାଣ ସାମଗ୍ରୀ ଥିଲା । ବର୍ଷା ପାଣି ଯୋର ଆସୁଥିବାରୁ ଠିକାଦାର ସେହି ସାମଗ୍ରୀ ବାହାରକୁ ନେଇ ଯାଇ ପାଣି ଘାଇ ଖୋଲି ଦେଇଥିଲେ ।ଫଳରେ ପାଣିର ସ୍ରୋତ ବଢ଼ି ଯାଇଥିଲା ।ତଳ ମୁଣ୍ଡରେ ଗାନେ ବାସ୍କେ ମାଛ ଧରୁଥିବାବେଳେ ପ୍ରବଳ ସ୍ରୋତରେ ଭାସି ଯାଇଥିଲେ ।ଖବର ପାଇ ଗ୍ରାମବାସୀ ରାଇରଙ୍ଗପୁର ଅଗ୍ନିଶମ ବିଭାଗକୁ ଜଣାଇଥିଲେ ।ଅଗ୍ନିଶମ ବିଭାଗ ଅଧିକାରୀ ଲିଡିଂ ଫାୟାର ମେନ୍ ସୁନ୍ଦର ସୋରେନଙ୍କ ନେତୃତ୍ବରେ ଫାୟାର ମେନ୍ ସୁଶାନ୍ତ ନାୟକ,ବନମାଳି କିଷାନ,ରଶ୍ମି ରଂଜନ ନାୟକ,ଖେଲାରାମ ମାରାଣ୍ଡି ପ୍ରମୁଖ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ଦିର୍ଘ ୩ ଘଣ୍ଟା ଖୋଜାଖୋଜି କଲାପରେ ଘଟଣାଠାରୁ ୧ କିମି ଦୂରରେ ନଦୀରୁ ବୁଡିଥିବା ଅବସ୍ଥାରେ ଉଦ୍ଧାର କରିଥିଲେ । ସେତେବେଳକୁ ପ୍ରାଣବାୟୁ ଉଡି ଯାଇଥିଲା ।

ମୟୂରଭଞ୍ଜ ରୁ ଅକ୍ଷୟ କୁମାର ବିଶ୍ଵାଳଙ୍କ ରିପୋର୍ଟ

Related posts

କମଳ ମଣ୍ଡଳ ସାଂସ୍କୃତିକ ଅନୁଷ୍ଠାନରେ କବି ଗଙ୍ଗାଧର ମେହେର ଆଲୋଚନା

Sunil Chandra Nayak

ସାମ୍ବାଦିକ ମାନଙ୍କୁ ଜମି ଯୋଗାଇ ଦେବା ନିମନ୍ତେ ପ୍ରଶାସନ ନିକଟରେ ପ୍ରେସକ୍ଲବ ପକ୍ଷରୁ ଦାବି 

Sunil Chandra Nayak

ଯୁଗଯାତ୍ରୀ ସାହିତ୍ୟ ସଂସଦର ଗଙ୍ଗାଧର ମେହେର ଜୟନ୍ତୀ : ଗଙ୍ଗାଧର ସାହିତ୍ୟ ରେ ଶୃଙ୍ଖଳିତ ସମାଜ ଓ ଆଦର୍ଶ ରାଷ୍ଟ୍ର ଗଠନ ସନ୍ଦେଶ ରହିଛି

Sunil Chandra Nayak

Leave a Comment

error: Content is protected !!