ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସତ୍ୟରଞ୍ଜନ ସ୍ୱାଇଁ ଙ୍କ କବିତା ରଥ

          ରଥ

ଜୀବନ୍ତ ରଥକୁ ତୁମେ ତ ଗଢିଛ

ଗଡୁ ଥାଏ ନିରନ୍ତର

ଯେଣିକି ଟାଣିବ ସେଣିକି ଚାଲିବ

ଏହି ରଥଟି ତୁମର

ରକ୍ତ ହାଡ଼ ମାଂସ ଦେଇ ଗଢିଦେଲୁ

ଶରୀର ରଥକୁ ତୋର

ଜୀବନ୍ତ ରଥକୁ……………..୧ 

 

ଅଖ ଚକ ଖଞ୍ଜା କାଠର ରଥରେ

ବସିଛ ପାଷାଣ ପରି

ଦଉଡ଼ି ଲଗାଇ ଟାଣନ୍ତି ରଥକୁ

ତୋ ନାମକୁ ମୁଖେ ଧରି

ତୁମ ରଥ କାହିଁ ଆପେ ଚାଲେନାହିଁ

କିଏସେ ସାରଥୀ ତୋର

ଜୀବନ୍ତ ରଥକୁ………………୨ 

 

କାଠ ରଥେ ବସି କିସୁଖ ପାଉଛ

ସରୀର ରଥରେ ନାହିଁ

ସରୀର ରଥରେ ତୁମେ ତ ସଜୀବ

କାଠରେ ଜୀବନ ନାହିଁ

ବଡ଼ଦାଣ୍ଡ ଆଜି ରଥମୟ  ହେଲା

ଶ୍ରୀମୁଖ ଦର୍ଶନେ ତୋର

ଜୀବନ୍ତ ରଥକୁ ତୁମେ ତ ଗଢିଛ

ଗଡୁ ଥାଏ ନିରନ୍ତର…………..୩

ସତ୍ୟରଞ୍ଜନ ସ୍ୱାଇଁ

ଅବଦଲପୁର, ଯାଜପୁର

 

Related posts

ଜ୍ୟୋତ୍ସ୍ନା ରାଣୀ ଦେବୀ ଙ୍କ କବିତା ସବୁଠୁ ସୁନ୍ଦର

Sunil Chandra Nayak

ଚେତନାର ଅଭିଯାତ୍ରୀ ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ କଥାକାର ମନୋଜ ଦାସଙ୍କ ପ୍ରଥମ ପୁଣ୍ୟତିଥି ପାଳନ

Sunil Chandra Nayak

ନର୍ଲା: ଉତ୍ତର ବନଖଣ୍ଡରେ ହାତୀ ଉପଦ୍ରବ,ଧାନ ଫସଲ ନଷ୍ଟ

Sunil Chandra Nayak

Leave a Comment

error: Content is protected !!