ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସତ୍ୟରଞ୍ଜନ ସ୍ୱାଇଁ ଙ୍କ କବିତା ରଥ

          ରଥ

ଜୀବନ୍ତ ରଥକୁ ତୁମେ ତ ଗଢିଛ

ଗଡୁ ଥାଏ ନିରନ୍ତର

ଯେଣିକି ଟାଣିବ ସେଣିକି ଚାଲିବ

ଏହି ରଥଟି ତୁମର

ରକ୍ତ ହାଡ଼ ମାଂସ ଦେଇ ଗଢିଦେଲୁ

ଶରୀର ରଥକୁ ତୋର

ଜୀବନ୍ତ ରଥକୁ……………..୧ 

 

ଅଖ ଚକ ଖଞ୍ଜା କାଠର ରଥରେ

ବସିଛ ପାଷାଣ ପରି

ଦଉଡ଼ି ଲଗାଇ ଟାଣନ୍ତି ରଥକୁ

ତୋ ନାମକୁ ମୁଖେ ଧରି

ତୁମ ରଥ କାହିଁ ଆପେ ଚାଲେନାହିଁ

କିଏସେ ସାରଥୀ ତୋର

ଜୀବନ୍ତ ରଥକୁ………………୨ 

 

କାଠ ରଥେ ବସି କିସୁଖ ପାଉଛ

ସରୀର ରଥରେ ନାହିଁ

ସରୀର ରଥରେ ତୁମେ ତ ସଜୀବ

କାଠରେ ଜୀବନ ନାହିଁ

ବଡ଼ଦାଣ୍ଡ ଆଜି ରଥମୟ  ହେଲା

ଶ୍ରୀମୁଖ ଦର୍ଶନେ ତୋର

ଜୀବନ୍ତ ରଥକୁ ତୁମେ ତ ଗଢିଛ

ଗଡୁ ଥାଏ ନିରନ୍ତର…………..୩

ସତ୍ୟରଞ୍ଜନ ସ୍ୱାଇଁ

ଅବଦଲପୁର, ଯାଜପୁର

 

Related posts

ପୁଷ୍ଟିକର ମାସ ପାଳନ ଦିବସ ଅବସରରେ ବିଶେଷ କାର୍ଯ୍ଯକ୍ରମ ମହିଳା ଓ ସ୍ବାସ୍ଥ୍ୟ –  ଶିଶୁ ଓ ଶିକ୍ଷା

Sunil Chandra Nayak

ସମବାୟ ନିର୍ବାଚନ, କଲମପୁର ରେ ଶଙ୍କର୍ଷଣ ବେହେରା, ମଣ୍ଡଳ ରେ ମହେନ୍ଦ୍ର ଯୋଶୀ, ବଡକୁଟୃ ରେ ପ୍ରତିଦ୍ବନ୍ଦିତା

Sunil Chandra Nayak

ଢ଼େଙ୍କାନାଳ – ମନ୍ତ୍ରୀ ଙ୍କ ଦ୍ଵାରା କମ୍ୟୁନିଟି ସେଣ୍ଟର ଉଦଘାଟିତ

Sunil Chandra Nayak

Leave a Comment

error: Content is protected !!