ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଅପର୍ତ୍ତି ସେଠୀ ଙ୍କ କବିତା ବଡ଼ଭାଇଙ୍କ ଡାକରା

   ବଡ଼ଭାଇଙ୍କ ଡାକରା

     ଅପର୍ତ୍ତି ସେଠୀ

(କେନ୍ଦ୍ରାପଡ଼ା ରଥଯାତ୍ରା)

 

ଆଡ଼ପ ମଣ୍ଡପେ ବିଜେ ନ ହେଉଣୁ

      ବଡଭାଇଙ୍କ ଡାକରା,

ସୁଭଦ୍ରାକୁ ଧରି ଆସିବୁରେ ଜଗା

       ଶୀଘ୍ର ତୁ କେନ୍ଦରାପଡ଼ା।

ଶ୍ରୀଗୁଣ୍ଡିଚା ପର ଦିନ ରଥଟଣା

        ତୁଳସୀ କ୍ଷେତ୍ରରେ ହୁଏ,

ଜାଣିନୁ କି ତୋ’ ପାଇଁ କେବଳ ମୁଁ

        ଏ ବ୍ୟବସ୍ଥା କରିଥାଏ ?

ଆମ ପାଇଁ ଯଦି ପୁରୀବଡଦାଣ୍ଡେ

         ଗଡ଼େ ତିନି ଗୋଟି ରଥ,

ତୁଳସୀ ଧାମରେ ଗଡୁଛି କେବଳ

        ବ୍ରହ୍ମ ତାଳଧ୍ଵଜ ରଥ।

ତିନି ରଥ ଆମ ଟାଣିବାକୁ ସେଠି

        ଯେତେ ଭକ୍ତ ଲୋଡ଼ା ହୋନ୍ତି,

ସେ ସବୁ ଭକତ ମିଶିଗଲେ ଯାଇ

       ତାଳଧ୍ଵଜ ଟାଣିଥାନ୍ତି।

ରଥ ବି ଅଧିର ପଥ ବି ଅଧିର

       ଭକ୍ତବି ଆଜି ଅଧିର,

ବଳିଆ ଜଗା ଓ ସୁଭଦ୍ରାଙ୍କୁ ଦେଖି

       ପବିତ୍ର କରିବେ ନେତ୍ର ।

ବଡଭାଇଙ୍କର ଡାକରାରେ ଜଗା

        ଆଉ ବିଳମ୍ବ ନକରି,

ତୁଳସୀ କ୍ଷେତ୍ରରେ ପହଞ୍ଚି ଗଲାଣି

        ଭ‌ଉଣୀ ଶୁଭଦ୍ରା ଧରି।

ବଡ ଭାଇ ପଦେ ଜଗା ଓ ଶୁଭଦ୍ରା

        ନମସ୍କାର ଜଣାଇଲେ,

ବଡଠାକୁର ବି ଭାଇ ଭଉଣୀଙ୍କୁ

        ଶ୍ରଦ୍ଧାରେ କୋଳେଇ ନେଲେ।

ରେବତୀ ତୁଳସୀ ଖୁସିରେ ପାଗଳ

        ଦିଅର ନଣନ୍ଦ ଦେଖି,

ତାଳଧ୍ଵଜ ଆନନ୍ଦରେ ସ୍ତମ୍ଭୀଭୂତ

        ଅଛି ଯେହ୍ନେ ମୁକ ସାକ୍ଷୀ।

ବଳଦେବ ଜଗନ୍ନାଥ ଓ ଶୁଭଦ୍ରା

        ତାଳଧ୍ଵଜେ ବସିଥିବେ,

ଲକ୍ଷ ଲକ୍ଷ ଭକ୍ତ ରଥ ଟାଣି ନିଜ

        ଜୀବନ ଧନ୍ୟ କରିବେ।

ହରିବୋଲ ହୁଳହୁଳି ଭେରୀ ତୁରୀ

        ଘଣ୍ଟ ମୃଦଙ୍ଗ ଶବଦ,

ପବିତ୍ର ତୁଳସୀ କ୍ଷେତ୍ର ବଡ଼ଦାଣ୍ଡ

        କମ୍ପିବ ହୋଇ ଆନନ୍ଦ।

ସିଦ୍ଧ ବଳଦେବ ଦୟା ରଖିଥିବ

        ଢାଳି ପ୍ରଭୁ କୃପା ବାରି,

ସଂସାର ଉଦ୍ଧାର ହେଉ ମହାବାହୁ

         କଳି ଯାଉ ଅପସରି।

ପାଳକଣା‌, କୋରୋ‌ ‌, କେନ୍ଦ୍ରାପଡା

 

Related posts

ଦେଭୋଗ ସେବା ସମବାୟ ସମିତିର ନୂତନ ସଦସ୍ୟଙ୍କୁ ସମ୍ବନ୍ଧନା

Sunil Chandra Nayak

ରାଉରକେଲାରେ ଜାତୀୟ ପ୍ରେସ୍‌ ଦିବସ ପାଳିତ

Sunil Chandra Nayak

ମେଘଦୂତ ଆୱାର୍ଡ ଅଧିକାରୀ ଅଶୋକ କୁମାର ସାହୁଙ୍କୁ କଟକ ଦକ୍ଷିଣ ଡାକ ମଣ୍ଡଳ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା 

Leave a Comment

error: Content is protected !!