ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

ଜଣାଣ

ମାନଗୋବିନ୍ଦ ସ୍ବାଇଁ

 

ରତ୍ନବେଦୀଛାଡ଼ିଯାଉମାଉସୀ ମାବାଡି

     ଯାଉଛୁ ରଥରେ ଚଢ଼ି

ଦର୍ଶନ ଦେଉଛି ଭକତ ଆଗରେ

   ଭକ୍ତି ମାଗେ ହାତ ଯୋଡ଼ି।

ନଅ ଦିନ ହବ ମାଉସୀ ଘରକୁ

   ହୋଇ ଯିବ ତ ଅତିଥି

ସଙ୍ଗେ ନେଲ ନାହିଁ ନିଜ ଲକ୍ଷ୍ମୀ ମା’କୁ

  ଭାଇ ଭଗ୍ନୀ ସହ ସାଥୀ।

କ୍ଷିରି ଖେଜଡିରେ ମନ କଲେ ତୋଷ

    ଭକତ ମେଳରେ ମିଶି

ଭକ୍ତ ଭଗବାନ ହୁଏ ଏକାକାର

   ଭାବ ଭକ୍ତ ପ୍ରଭୁ ମିଶି।

ଖାଇ ପୋଡପିଠା ପାଟି କର ମିଠା

    ସୁନ୍ଦର ତୁମରି ଶୋଭା

ଭକ୍ତ ମଧ୍ୟେ ଉଭା ପାଉଅଛ ଶୋଭା

    ଗୀତେ ଭକ୍ତିର ପ୍ରତିଭା।

କାନ ଶୁଣି ହେଲା ଭକତ ପବିତ୍ର

     ପାପ ଗଲା ଦୂର ଛାଡ଼ି

ଭଜନ ଜଣାଣ ମାଉସୀ ମା ଘର

    ଭକ୍ତି କରେ ହାତ ଯୋଡ଼ି।

ଗୋଜାବନ୍ଧ ମହାକାଳପଡ଼ା
କେନ୍ଦ୍ରାପଡ଼ା

Related posts

ଓଡିଆ ଭାଷା ବିକାଶ ମଞ୍ଚର ଗାନ୍ଧୀ ଜୟନ୍ତୀ ପାଳନ

Sunil Chandra Nayak

ବିନା ସୂଚନା ଫଳକରେ ଉନ୍ନୟନ କାର୍ଯ୍ୟ , ପ୍ରସାଶନିକ ତଦାରଖ ଅଭାବରୁ ନିମ୍ନ ମାନର ଅଭିଯୋଗ 

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

Leave a Comment

error: Content is protected !!