ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

ଜଣାଣ

ମାନଗୋବିନ୍ଦ ସ୍ବାଇଁ

 

ରତ୍ନବେଦୀଛାଡ଼ିଯାଉମାଉସୀ ମାବାଡି

     ଯାଉଛୁ ରଥରେ ଚଢ଼ି

ଦର୍ଶନ ଦେଉଛି ଭକତ ଆଗରେ

   ଭକ୍ତି ମାଗେ ହାତ ଯୋଡ଼ି।

ନଅ ଦିନ ହବ ମାଉସୀ ଘରକୁ

   ହୋଇ ଯିବ ତ ଅତିଥି

ସଙ୍ଗେ ନେଲ ନାହିଁ ନିଜ ଲକ୍ଷ୍ମୀ ମା’କୁ

  ଭାଇ ଭଗ୍ନୀ ସହ ସାଥୀ।

କ୍ଷିରି ଖେଜଡିରେ ମନ କଲେ ତୋଷ

    ଭକତ ମେଳରେ ମିଶି

ଭକ୍ତ ଭଗବାନ ହୁଏ ଏକାକାର

   ଭାବ ଭକ୍ତ ପ୍ରଭୁ ମିଶି।

ଖାଇ ପୋଡପିଠା ପାଟି କର ମିଠା

    ସୁନ୍ଦର ତୁମରି ଶୋଭା

ଭକ୍ତ ମଧ୍ୟେ ଉଭା ପାଉଅଛ ଶୋଭା

    ଗୀତେ ଭକ୍ତିର ପ୍ରତିଭା।

କାନ ଶୁଣି ହେଲା ଭକତ ପବିତ୍ର

     ପାପ ଗଲା ଦୂର ଛାଡ଼ି

ଭଜନ ଜଣାଣ ମାଉସୀ ମା ଘର

    ଭକ୍ତି କରେ ହାତ ଯୋଡ଼ି।

ଗୋଜାବନ୍ଧ ମହାକାଳପଡ଼ା
କେନ୍ଦ୍ରାପଡ଼ା

Related posts

ସରପଞ୍ଚ ସଙ୍ଘ ପକ୍ଷରୁ ବ୍ଳକ ସ୍ତରୀୟ କାର୍ଯ୍ଯ କାରିଣୀ ବୈଠକ ଅନୁଷ୍ଠିତ

Sunil Chandra Nayak

କଥା ସମ୍ରାଟ ସୁରେନ୍ଦ୍ର ମହାନ୍ତି ସ୍ମୃତି ନ୍ୟାସର ଆମେ ଓଡିଆ ଆମ ଓଡିଶା ର ଦ୍ବିଦିବସୀୟ କାର୍ଯ୍ୟକ୍ରମ

Sunil Chandra Nayak

ଜନରଞ୍ଜନ ପ୍ରଧାନ ଙ୍କ କବିତା ମାଆ ତାରିଣୀ

Leave a Comment

error: Content is protected !!