ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆଡ଼ପ ମଣ୍ଡପରେ ଜଗନ୍ନାଥଙ୍କ ମତ୍ସ୍ୟ ଅବତାର ବେଶ

ଭବାନୀପାଟଣା,୨/୭: କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ସ୍ଥିତ ମୁଖ୍ୟ ଜଗନ୍ନାଥ ମନ୍ଦିରର ରଥ ପରମ୍ପରା ଅନୁଯାୟୀ ସନ୍ଧ୍ୟା ସୁଦ୍ଧା ମାଣିକେଶ୍ୱରୀ ମନ୍ଦିର ନିକଟରେ ପହଂଚିଥିଲେ। ରାତି ତମାମ ଓ ଆଜି ଅପରାହ୍ନ ୪ଟା ପର୍ଯ୍ୟନ୍ତ ରଥାରୂଢ ଚତୁର୍ଦ୍ଧା ମୂର୍ତ୍ତି ଙ୍କୁ ଶ୍ରଦ୍ଧାଳୁ ମାନେ ଦର୍ଶନ କରିଥିଲେ। ଶନିବାର ଅପରାହ୍ନ ୪ଟା ୩୦ମି ରେ ଶ୍ରୀ ଜୀଉ ମାନଙ୍କର ପହଣ୍ଡି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କଳାହାଣ୍ଡି ରାଜ ପରିବାର ସଦସ୍ୟ ଶ୍ରୀଯୁକ୍ତ ଅର୍କ କେଶରୀ ଦେଓ ବଳଭଦ୍ର ମହାପ୍ରଭୁଙ୍କ ପାଟ ଦଉଡି ଧରି ପହଣ୍ଡି ବିଜେ ସେବା ସମ୍ପାଦନ କରିଥିଲେ। ଧାଡ଼ି ପହଣ୍ଡିରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଗୁଣ୍ଡିଚା ମନ୍ଦିରକୁ ଅଣାଯାଇଥିଲା। ପରମ୍ପରା ଅନୁଯାୟୀ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ବନ୍ଦାପନା ପରେ ଶ୍ରୀ ଜୀଉ ମାନଙ୍କୁ ଗୁଣ୍ଡିଚା ମନ୍ଦିରର ଆଡ଼ପ ମଣ୍ଡପରେ ବିଜେ କରାଯାଇଥିଲା। ଆଡ଼ପ ମଣ୍ଡପରେ ପ୍ରଥମ ସନ୍ଧ୍ୟାରେ ଜଗନ୍ନାଥଙ୍କ ମତ୍ସ୍ୟ ଅବତାର ବେଶ କରାଯାଇଥିଲା। ହଜାର ହଜାର ଶ୍ରଦ୍ଧାଳୁ ଜଗନ୍ନାଥଙ୍କ ମତ୍ସ୍ୟ ଅବତାର ବେଶ ଦର୍ଶନ କରିଥିଲେ। ଗୁଣ୍ଡିଚା ମନ୍ଦିରରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସଂସ୍କୃତି ପରିଷଦ ପକ୍ଷରୁ ଆୟୋଜିତ ଶ୍ରୀଜଗନ୍ନାଥ ଭଜନଧାରା ରେ ଜଗନ୍ନାଥ ତ୍ରିପାଠୀ ଓ ସାଥି ଭଜନ ପରିବେଷଣ କରିଥିଲେ।

ସତ୍ୟ ନାରାୟଣ ମହାପାତ୍ର ଙ୍କ ରିପୋର୍ଟ

Related posts

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ଜୀବନଟା ଦୁଇ ଦିନ

Sunil Chandra Nayak

ଭବାନୀପାଟଣା ଠାରେ ଖବରକାଗଜ ବିତରକମାନଙ୍କୁ ପରିଚୟ ପତ୍ର ପ୍ରଦାନ

କବିତା ସାହୁ ଙ୍କ କବିତା  ମହାଲକ୍ଷ୍ମୀଙ୍କ  ବାର   

Sunil Chandra Nayak

Leave a Comment

error: Content is protected !!