ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜ୍ୟୋତ୍ସ୍ନା ରାଣୀ ଦେବୀ ଙ୍କ କବିତା କାହାକୁ ଦେବୁନି ଜଣେଇ

କାହାକୁ ଦେବୁନି ଜଣେଇ

    ଜ୍ୟୋତ୍ସ୍ନା ରାଣୀ ଦେବୀ

କହ୍ନେଇ କହ୍ନେଇ ମୋ କଳାକହ୍ନେଇ
ଭଙ୍ଗା କୁଡିଆରେ ପାଦ ଦେଏ ଥରେ
   ରହିଛି ତୋତେ ରେ ଅନେଇ ।

କହ୍ନେଇ…..

ରଖିଛି କସ୍ତୁରୀ ଅଗୁରୁ ଚନ୍ଦନ
ଗୋରଚନା ଚିତା କାଟିବି ସୁଷମ
ତ୍ରିଭଙ୍ଗୀ ଠାଣିରେ ନାଚିନାଚି ଆ’
      ଚାହୁଁଥାଆ ଥରେ କଣେଇ ।

କହ୍ନେଇ….

ମୂରଲୀ ଫୁଙ୍କା ତୁ ଲବଣୀ ରସିଆ
କଦମ୍ଵ ଦୟଣା ତୁଳସୀ ବାସିଆ
ରଖିଛି ଲବଣୀ ଶିକାରେ ସାଇତି
    ଖୁଆଇଦେବିରେ ମନେଇ ।

କହ୍ନେଇ…….

ବାଛିବାଛି ରଖିଅଛି ମିଠାକୋଳି
ଶାଗଭାଜି ଭାତ ରଖିଛି ପଖାଳି
  ପୋଡ଼ପିଠା ଖିଆ ଆରେ ବନମାଳି
     ଆସି କହ କଥା ଖନେଇ ।

କହ୍ନେଇ……

ଶ୍ରୀମୁଖ ପଖାଳି ଦେହୁ ଝାଡି ଧୂଳି
  ଗେଲ କରିଦେବି ଆରେ ଗଳାମାଳି
କାଇଁଚମାଳିଆ ଶୁଆଇଦେବିରେ
   ନିଦ ତ ଆସିଲେ ଘନେଇ ।

କହ୍ନେଇ….

ହୃଦୟ କବାଟ ଦେଇଛି ରେ ଫେଡି
  ବସିଅଛି ଖାଲି କରପତ୍ର ଯୋଡି
ଭାବ ବିନୋଦିଆ ରେ ଚକାଆଖିଆ
    ମିଛ କହିବୁନି ବନେଇ ।

କହ୍ନେଇ….

ତୋର ମୋର ଭାବ କେ କାହୁଁ ଜାଣିବ
ପାରି କରିଦେବୁ ଏ ସଂସାର ନାବ
ସାଥେ ସାଥେ ଥିବୁ ଦୋଷ ନ ଧରିବୁ
 କାହାକୁ ଦେବୁନି ଜଣେଇ ।

କହ୍ନେଇ……

ବ୍ରହ୍ମପୁର, ଗଂଜାମ

Related posts

ନୂଆପଡା ଗସ୍ତରେ ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧକ୍ଷ ଅଶୀତ ତ୍ରିପାଠୀ ଆସି ଖଡ଼ିଆଳ କଲେଜ ଠାରେ ୯.୮ କୋଟି ଟାଉନ ହଳ,ଅଡିଟରୀୟମ ଶିଳାନ୍ୟାସ

ସାହିତ୍ୟ ଅଗଣା

Sunil Chandra Nayak

ଗାଧେବାକୁ କୁ ଆସି କେନାଲ ରେ ଯୁବକ ନିଖୋଜ ଅଭିଯୋଗ, ଉଦ୍ଧାର କାର୍ଯ୍ୟ ଜାରି

Sunil Chandra Nayak

Leave a Comment

error: Content is protected !!