ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଲଡୁଗାଁ ଦୁର୍ଗାପୂଜା ସାଂସ୍କୃତିକ କାର୍ଯ୍ୟକ୍ରମ ଉଦଘାଟିତ

କୋକସରା,୨୮/୦୯- (ମ ନି ସ) ସୁବର୍ଣ୍ଣ ଜୟନ୍ତୀ ଶାରଦୀୟ ଦୁର୍ଗାପୂଜା ଅବସର ରେ କୋକସରା ବ୍ଲକ ଲଡୁଗାଁ ରେ ଆରମ୍ଭ ହୋଇଛି ଦଶ ଦିନାତ୍ମକ ଦୁର୍ଗାପୂଜା। ମନୋରଞ୍ଜନ ପାଇଁ ପ୍ରତିଦିନ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ସୋମବାର ମା ପଦ୍ମିନୀ ମଞ୍ଚ ଉଦଘାଟନ କାର୍ଯ୍ୟକ୍ରମ ଅବସରରେ ସୁବର୍ଣ୍ଣ ଜୟନ୍ତୀ ଦୁର୍ଗାପୂଜା କମିଟି ସଭାପତି ପ୍ରଫୁଲ୍ଲ ମାଝୀ ଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା କଳାହାଣ୍ଡି ବିଜେଡିର ଜିଲ୍ଲା ସଭାପତି ପୁଷ୍ପେନ୍ଦ୍ର ସିଂଦେଓ ଯୋଗଦେଇ ମଞ୍ଚ ଉଦଘାଟନ କରିଥିଲେ। ମଞ୍ଚରେ ଅତିଥି ଭାବେ କୋକସରା ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ରିତା ଅଗ୍ରୱାଲ,ସୁବର୍ଣ୍ଣ ଜୟନ୍ତୀ କମିଟି ର ଉପଦେଷ୍ଟା ବନମାଳୀ ମାଝୀ, ଲଡୁଗାଁ ସରପଞ୍ଚ ନକୁଳ ନାଏକ, ମୁଖ୍ୟବକ୍ତା ଶିକ୍ଷାବିଦ ଅଶୋକ କୁମାର ଦାସ, ଉପ ସଭାପତି ଅଶୋକ ଅଗ୍ରୱାଲ, ସମ୍ପାଦକ କହ୍ନେଇ ଚରଣ ଦାସ, ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ, ସାଂସ୍କୃତିକ ସମ୍ପାଦକ ମୋହନ ଦାସ, କୋଷାଧ୍ୟକ୍ଷ ରାଜେନ୍ଦ୍ର ନାରାୟଣ ଦାଶ, ଉପ ସଭାପତି କିଶୋର ଚନ୍ଦ୍ର ଦାସ, ନାଏବ ସରପଞ୍ଚ ଶୋଭାଗିନୀ ଚଣ୍ଡି ଉପସ୍ଥିତ ରହି ୫୦ ବର୍ଷ ପୂର୍ତ୍ତି ର ପୁର୍ବାବଲୋକନ ସ୍ମୁତି ଉପସ୍ଥାପନ କରିବା ସହ ସୁବର୍ଣ୍ଣ ଜୟନ୍ତୀ ଶାରଦୀୟ ଦୁର୍ଗାପୂଜା ରେ ସମସ୍ତ ଙ୍କ ସହଯୋଗ କାମନା କରିଥିଲେ।ଏହି ଅବସରରେ ଘୁମୁରା, ଲୋକନୃତ୍ୟ , ଦେଶାତ୍ମବୋଧକ ନୃତ୍ୟ, ରାୟଗଡ଼ା ର ଢେମସା କେସିଙ୍ଗା ର ବଜାଶାଲ ପରିବେଷିତ ହୋଇଥିଲା। କଳାକାର ଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମ ଲୋକଙ୍କ ମନ ମୋହିଥିଲା। ମା ପଦ୍ମିନୀ ମଞ୍ଚକୁ କମିଟିର ପଙ୍କଜ ମୁଖ ଚୌଧୁରୀ ଓ ଶ୍ରୀମନ୍ତ ପାଢ଼ୀ ପରିଚାଳନା କରିଥିଲେ। ରବି ନାରାୟଣ ଦାସ, ସୁରଞ୍ଜନ ଦାସ,ସନ୍ତୋଷ ଦାସ, କିରଣ ସାହୁ, ସଞ୍ଜୟ ସିଙ୍ଗଲ, ଅରୁଣ ଅଗ୍ରୱାଲ, ଶ୍ରୀକାନ୍ତ ଶର୍ମା, ବାବୁଲି ଦାସ ପ୍ରମୁଖ ସହଯୋଗ କରିଥିଲେ।

Related posts

ବିଶ୍ୱ ଜନସଂଖ୍ୟା ଦିବସ ରେ ଧର୍ମଗଡ଼ର ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ ଡାକ୍ତର ସଦାନନ୍ଦ ପାଣିଗ୍ରାହୀ ଙ୍କୁ ‘ଲାଇଫ ଟାଇମ ଆଚିଭମ୍ୟାଣ୍ଟ’ ସାଂମ୍ମାନ

Sunil Chandra Nayak

ଦାବି ପୂରଣ ନ ହେବାରୁ ବନ୍ଦାଗାଁ ଗ୍ରାମବାସୀ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ କାର୍ଯ୍ୟାଳୟ ର ଦ୍ୱାରସ୍ତ ,ହେଲେ ଅପମାନିତ

Sunil Chandra Nayak

ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!