ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଦାଦନ ଶ୍ରମିକ ଙ୍କ ଟ୍ରେନ ଦୃଘଟନା ରେ ମୃତ୍ୟୁ

 ଡ଼ାଲଗୁମା -: (ମ ନି ସ)   ଦାଦନ ଶ୍ରମିକ ଙ୍କ ଦୃଦଶା ଛାଡ଼ିବାରେ ନା ଧରୁନି କେତେବେଳେ ଦଲାଲ ଙ୍କ ଶୋଷଣ ର ଶିକାର ତ କେତେବେଳେ ଠିକାଦାର ଙ୍କ ନିର୍ଯାତନା ର ଶିକାର ନିରୀହ ଶର୍ମିକ  କେତେବେଳେ ଅଘଟଣ ତ କେତେବେଳେ ଦାଦନ ଶ୍ରମିକ ର ମୃତ ଦେହ ଫେରିବା ନିତିଦିନିଆ ଘଟଣା ହେଇଗଲାଣି।  ଏହିଭଳି ଘଟଣା ସାମ୍ନା କୁ ଆସିଅଛି କୋକସରା ବ୍ଲକ ଅନ୍ତର୍ଗତ ବରାଡଙ୍ଗା ପଞ୍ଚାୟତ ର ସିଉନି ଗ୍ରାମରେ ।ଗ୍ରାମର ଦୁଆରୁ ନାଏକ ଙ୍କ ପୁଅ ଗଜିନ୍ଦ୍ର (୨୫) ଗତ ଦେଢ ମାସ              ତଳେ ପରିବାର ର ଆର୍ଥିକ ଅନାଟନ ଯୋଗୁଁ ସାଥୀ ଶ୍ରମିକ ମାନଙ୍କ ସହ ମିଶି ସୁଦୂର ବାଙ୍ଗାଲୋର କୁ ଦାଦନ ଖଟିବାକୁ ଯାଉଥିଲେ ସେଠାରେ କୁମ୍ବଲ୍ଗଡ ଗେର ପାଲି ରେ ପ୍ରଭା  ଇଣ୍ଡିଟ୍ରିଆଲ ନାମକ ଏକ ଠିକା ସଂସ୍ଥା ରେ ଶ୍ରମିକ ଭାବେ କାମ କରୁଥିଲେ, କାମରୁ ଫେରିବା ବେଳେ ଟ୍ରେନ  ଧକ୍କା  ଦେବାଫଳରେ ଗଜିନ୍ଦ୍ର ଙ୍କ ମୃତ ହୋଇଥିଲା । ପରିବାର ପାଖରେ ଖବର ପହଞ୍ଚିବା ପରେ ବୃଦ୍ଧ ମା ବାପା ପରିବାର ପ୍ରତି ପୋଷଣ ପାଇଁ ବାଙ୍ଗାଲୋର ଯାଇ ପଇସା ଉପାର୍ଜନ କରିବା ଆଶାରଖିଥିବା ପୁଅର ମୃତଦେହ ଘର ବାହୁଡ଼ା ହେଉଥିବାରୁ ମା ବାପା ଭାଙ୍ଗି ପଡିଛନ୍ତି , ଶନିବାର ମୃତ ଦେହ ପହଞ୍ଚିବ ବୋଲି ସୂଚନା ମିଲୁଛି।

ଡ଼ାଲଗୁମା ରୁ ମହେନ୍ଦ୍ର ଧାରୁଆ ଙ୍କ ରିପୋର୍ଟ ।

Related posts

ଶିକ୍ଷକତାକୁ ଚାକିରି ନ ଭାବି ସଙ୍କଳ୍ପ ଭାବ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Sunil Chandra Nayak

କଳସ ଶୋଭାଯାତ୍ରା ସହ ଗଜଲକ୍ଷ୍ମୀ ପୂଜା ଆରମ୍ଭ

Sunil Chandra Nayak

ତହସିଲଦାରଙ୍କ ଉପସ୍ଥିତିରେ ପ୍ରେମି ଯୁଗଳଙ୍କ ବିବାହ

Leave a Comment

error: Content is protected !!