ଉତ୍କଳ ଦିବସ
ସୁକାନ୍ତ ଖଣ୍ଡା
ଆଜି ବଡ଼ ଖୁସିର ଦିନଟି
ଯାହା ପାଇଁ ଲଢି଼ଥିଲେ
ଉତ୍କଳର ତୁଙ୍ଗ ନେତାଗଣ
ଛାତିକୁ ପଥର ପୁଣି ଦୁଃଖ,କଷ୍ଟ ଓ ଯନ୍ତ୍ରଣାକୁ ସହି।
ଝାସ ଦେଇଥିଲେ ବୋଲି ତ ଗର୍ବ କରୁଛୁ
ମୁଁ ଓଡି଼ଆ,ମୋ ଭାଷା ବଢି଼ଆ
ଯେଉଁଠି ପାଣି,ପବନ ଓ ଆଲୋକ ବି
ସ୍ବଚ୍ଛ ଓ ପବିତ୍ର।
ଏଠି ଉତ୍କଳର ଠାକୁର
କେବଳ ହିଁ ବଡ଼ ନୁହଁ
ତାର ସବୁକିଛି ବଡ଼ ଯେମିତି
ଦାଣ୍ଡ,ନେତ ଆଉ ଯାତ୍ରା
କଳକଳ ଓ ଛଳଛଳ ବୋଲି ତ
ସମ୍ଭାଳିବା କାଠିକର ହେଲା।
କିଏ ହଜେଇ ଦେବ କୁହ?
ସଂସ୍କୃତିର ଛିଟାକୁ
ବିଶ୍ବ ମାନଚିତ୍ରରେ ବାଜୁଥିବା ଧର୍ମର ବିଗୁଲ।
ଓଡି଼ଆ ଏକ ସ୍ବତନ୍ତ୍ର ଭାଷା ନୁହଁ
କେତେ ମତ ଆସିଥିଲା
ହୀନ ଚକ୍ଷୁରେ ବି ଦେଖୁଥିଲେ
ଛାରଖାର କରିବାକୁ
ନିନ୍ଦୁକ,ହିଂସୁକ ଓ ଧୀଟ ଦିକୁଗଣ।
ହେଲେ ପଣ୍ଡ କରିଦେଲେ ତାଙ୍କ ସ୍ବପ୍ନରେ ସୌଧକୁ
ମଧୁସୁଦନ ଦାସ,ଫକିର ମୋହନ,ରାଧାନାଥ ରାୟ,ଗଙ୍ଗାଧର ମେହେର ଓ ଗୌରୀ ଶଙ୍କର ରାୟ ପ୍ରଭୃତି
ଅଧିକାର ଜାହିର କରି
ଛଡେ଼ଇ ଆଣିଲେ ତାଙ୍କ ପାଟିର ମାଂସକୁ।
ଯାହା ସତ୍ଯ,ସ୍ବଚ୍ଛ ଆଉ ପବିତ୍ର
ଈଶ୍ବରଙ୍କ ବରଦାନ ହେଲା
ଆଉ ବିଜୟର ବାନା ଉଡି଼ଲା ଆକାଶେ।
ଦଳି ମକଚି ଧଂସ ହେଲା
ଦିକୁଙ୍କ ଶୋଷଣ ଓ ଲୁଣ୍ଠନ।
ସତରେ !
ଆଜି ଓଡି଼ଆ ବୋଲି ଗର୍ବ କରୁଛେ
ସେହି ତୁଙ୍ଗନେତାଙ୍କ ଯୋଗୁଁ
ସ୍ବପ୍ନର ଉତ୍କଳ ଆଜି ଓଡି଼ଶାରେ ଗଣ୍ଯ।
ଯଦିଓ ସେମାନଙ୍କ ଲକ୍ଷ୍ଯ ଓ ଉଦ୍ଦେଶ୍ଯ
ଚୁଲିକୁ ଯାଉଛି ତଥାପି ସ୍ବପ୍ନର ଏ ଓଡି଼ଶା
ମୁଣ୍ଡଟେକି ରହିଛି ରହିବ।
ଧର୍ମ ଆଉ କର୍ମରେ
ବିଜୟର ବାନା ଉଡି଼ ଉଡା଼ଇବ।
ଶିକ୍ଷକ ଟାଙ୍ଗରତଳି ମଣତା ଘଟଗାଁ କେନ୍ଦୁଝର