ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କବିତା – ଉତ୍କଳ ଦିବସ

ଉତ୍କଳ ଦିବସ

ସୁକାନ୍ତ ଖଣ୍ଡା

ଆଜି ବଡ଼ ଖୁସିର ଦିନଟି

ଯାହା ପାଇଁ ଲଢି଼ଥିଲେ 

ଉତ୍କଳର ତୁଙ୍ଗ ନେତାଗଣ

ଛାତିକୁ ପଥର ପୁଣି ଦୁଃଖ,କଷ୍ଟ ଓ ଯନ୍ତ୍ରଣାକୁ ସହି।

 

ଝାସ ଦେଇଥିଲେ ବୋଲି ତ ଗର୍ବ କରୁଛୁ

ମୁଁ ଓଡି଼ଆ,ମୋ ଭାଷା ବଢି଼ଆ

ଯେଉଁଠି ପାଣି,ପବନ ଓ ଆଲୋକ ବି

ସ୍ବଚ୍ଛ ଓ ପବିତ୍ର।

 

ଏଠି ଉତ୍କଳର ଠାକୁର 

କେବଳ ହିଁ ବଡ଼ ନୁହଁ

ତାର ସବୁକିଛି ବଡ଼ ଯେମିତି 

ଦାଣ୍ଡ,ନେତ ଆଉ ଯାତ୍ରା

କଳକଳ ଓ ଛଳଛଳ ବୋଲି ତ

ସମ୍ଭାଳିବା କାଠିକର ହେଲା।

 

କିଏ ହଜେଇ ଦେବ କୁହ?

ସଂସ୍କୃତିର ଛିଟାକୁ

ବିଶ୍ବ ମାନଚିତ୍ରରେ ବାଜୁଥିବା ଧର୍ମର ବିଗୁଲ।

 

ଓଡି଼ଆ ଏକ ସ୍ବତନ୍ତ୍ର ଭାଷା ନୁହଁ

କେତେ ମତ ଆସିଥିଲା

ହୀନ ଚକ୍ଷୁରେ ବି ଦେଖୁଥିଲେ

ଛାରଖାର କରିବାକୁ 

ନିନ୍ଦୁକ,ହିଂସୁକ ଓ ଧୀଟ ଦିକୁଗଣ।

 

ହେଲେ ପଣ୍ଡ କରିଦେଲେ ତାଙ୍କ ସ୍ବପ୍ନରେ ସୌଧକୁ 

ମଧୁସୁଦନ ଦାସ,ଫକିର ମୋହନ,ରାଧାନାଥ ରାୟ,ଗଙ୍ଗାଧର ମେହେର ଓ ଗୌରୀ ଶଙ୍କର ରାୟ ପ୍ରଭୃତି

ଅଧିକାର ଜାହିର କରି

ଛଡେ଼ଇ ଆଣିଲେ ତାଙ୍କ ପାଟିର ମାଂସକୁ।

 

ଯାହା ସତ୍ଯ,ସ୍ବଚ୍ଛ ଆଉ ପବିତ୍ର

ଈଶ୍ବରଙ୍କ ବରଦାନ ହେଲା 

ଆଉ ବିଜୟର ବାନା ଉଡି଼ଲା ଆକାଶେ।

 

ଦଳି ମକଚି ଧଂସ ହେଲା

ଦିକୁଙ୍କ ଶୋଷଣ ଓ ଲୁଣ୍ଠନ।

 

ସତରେ !

ଆଜି ଓଡି଼ଆ ବୋଲି ଗର୍ବ କରୁଛେ

ସେହି ତୁଙ୍ଗନେତାଙ୍କ ଯୋଗୁଁ

ସ୍ବପ୍ନର ଉତ୍କଳ ଆଜି ଓଡି଼ଶାରେ ଗଣ୍ଯ।

 

ଯଦିଓ ସେମାନଙ୍କ ଲକ୍ଷ୍ଯ ଓ ଉଦ୍ଦେଶ୍ଯ

ଚୁଲିକୁ ଯାଉଛି ତଥାପି ସ୍ବପ୍ନର ଏ ଓଡି଼ଶା

ମୁଣ୍ଡଟେକି ରହିଛି ରହିବ।

 

ଧର୍ମ ଆଉ କର୍ମରେ

ବିଜୟର ବାନା ଉଡି଼ ଉଡା଼ଇବ।

ଶିକ୍ଷକ ଟାଙ୍ଗରତଳି ମଣତା ଘଟଗାଁ କେନ୍ଦୁଝର

Related posts

ଓଡ଼ିଶା ଆଦର୍ଶ ବିଦ୍ୟାଳୟ,ସାନମୌଦାର ଅଷ୍ଟମ ପ୍ରତିଷ୍ଠା ଦିବସ ପାଳିତ

Sunil Chandra Nayak

ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସ(ଏମ୍ସ) , ୩୦୦ ଟଙ୍କା ପର୍ଯ୍ୟନ୍ତ ସମସ୍ତ ପରୀକ୍ଷା ଏବେ ମାଗଣା

କାଙ୍ଗାଳୀ ଚରଣ ସେଠୀ ଙ୍କ କବିତା ପ୍ରୀତି ପରାଗ

Leave a Comment

error: Content is protected !!