ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କେସିଙ୍ଗା ବ୍ଲକରେ ଶାନ୍ତିପୂର୍ଣ୍ଣ ଭାବେ ୮୨ ପ୍ରତିଶତରୁ ଉର୍ଦ୍ଧ୍ବ ମତଦାନ

ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଆଜି ୫ମ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ଥିବାବେଳେ କେସିଙ୍ଗା ବ୍ଲକରେ ଶାନ୍ତିପୂର୍ଣ୍ଣ ଭାବେ ମତଦାନ ଶେଷ ହୋଇଛି। ବ୍ଲକର ୨୬ଟି ପଞ୍ଚାୟତରେ ମୋଟ ୮୭୭୬୩ ଜଣ ଭୋଟର ଥିଲାବେଳେ ସେଥି ମଧ୍ୟରୁ ୪୪୭୧୯ ପୁରୁଷ ଓ ୪୩୦୪୨ ମହିଳା ଭୋଟରଙ୍କ ପାଇଁ ୩୦୫ଟି ମତଦାନ କେନ୍ଦ୍ର ହୋଇଥିଲା। ଏମାନେ ୧୩ ଜଣ ଜିଲ୍ଲା ପରିଷଦ ସଭ୍ୟ/ସଭ୍ୟା, ୧୦୭ ଜଣ ସରପଞ୍ଚ, ୮୬ ଜଣ ସମିତି ସଭ୍ୟ/ ସଭ୍ୟା ଓ ୨୨୨ ଜଣ ଓ୍ବାର୍ଡ ମେମ୍ବରଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ । ତେବେ ୧୨ଟା ସୁଦ୍ଧା ୩୦୦୬୩ ଜଣ ପୁରୁଷ ଓ ୩୨୪୨୮ ଜଣ ମହିଳା ମତଦାନ କରିଥିବା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ।

ଚନ୍ଦ୍ରମଣି ସ୍ବାଇଁ, କେସିଙ୍ଗା

Related posts

ଢେଙ୍କାନାଳ ରେ ଆରବିଆଇ ଲୋକପାଳ ଅଫିସ ତରଫରୁ ଆୟୋଜିତ ସଚେତନତା କାର୍ଯ୍ୟକ୍ରମ

Sunil Chandra Nayak

ଖଳାରେ ଗଦା ହେଲାଣି ଧାନ ମଣ୍ଡି ଖୋଲିବା ରେ ବିଳମ୍ବ 

Sunil Chandra Nayak

ଲଡୁଗାଁ କଲେଜରେ ସମ୍ବିଧାନ ଦିବସ ପାଳନ

Sunil Chandra Nayak

Leave a Comment

error: Content is protected !!