ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସରପଞ୍ଚ ହେବ ତ ଏମିତି… 

ନିଜ ଦୁଃଖ ଭୁଲି କର୍ତ୍ତବ୍ୟ ତୁଲାଇଲେ

ଲାଞ୍ଜିଗଡ଼ରୋଡ଼ ସରପଞ୍ଚ ମମତା

ଲାଞ୍ଜିଗଡ଼,୦୭/୦୪( )-

ପରିବାରର ଗୋଟିଏ ବୋଲି ଅଲୀ ଅଳି ଝିଅ ସେ । ଅଭାବୀ ପରିବାରର ଝିଅ ହୋଇଥିବାବେଳେ ବାପା-ମାଆଙ୍କ ଉଦ୍ୟମରେ ସ୍ନାତ୍ତକ ଯାଏଁ ପାଠ ପଢିଛନ୍ତି । ତେବେ ଅଞ୍ଚଳବାସୀଙ୍କ ଏକାନ୍ତ ଅନୁରୋଧ ଯୋଗୁଁ ସେ ଏଥର ପଞ୍ଚାୟତ ନିର୍ବାଚନରେ ମଇଦାନକୁ ଓହ୍ଲାଇବା ସହିତ ବିପୁଳ ଭୋଟରେ ବିଜୟୀ ହୋଇ ସରପଞ୍ଚ ଭାବେ ନିର୍ବାଚିତ ହୋଇଛନ୍ତି । ହଁ ଆଜ୍ଞା ଆମେ କହୁଛୁ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ଼ରୋଡ଼ ଗ୍ରାମ ପଞ୍ଚାୟତର ନବନିର୍ବାଚିତ ସରପଞ୍ଚ ସୁଶ୍ରୀ ମମତା ଶବରଙ୍କ କଥା ।

ତେବେ ଅତ୍ୟନ୍ତ ଦୁଃଖଦ ପରିସ୍ଥିତିରେ ଏଇ ପାଞ୍ଚଦିନ ତଳେ ତାଙ୍କ ମାଆଙ୍କ ଦେହାନ୍ତ ଘଟିଛି । ମାଆଙ୍କ ମୃତ୍ୟୁ ପରେ ସଂପୂର୍ଣ୍ଣ ଭାବେ ଭାଙ୍ଗି ପଡିଛନ୍ତି ମମତା । ମାଆଙ୍କୁ ହରାଇ ତାଙ୍କ ଆଖିରୁ ଲୁହ ଶୁଖୁନି । ଏଇ ଦୁଃଖଦ ପରିସ୍ଥିତି ମଧ୍ୟରେ ଥିବା ସମୟରେ ସେ ଯେତେବେଳେ ଶୁଣିଲେ ନିଜ ପଞ୍ଚାୟତ ଅଧୀନସ୍ଥ ମାଡ଼ିବନ୍ଧା ଗାଁର ଜଣେ ପଚିଶ ବର୍ଷର ଯୁବକ କର୍ଣ୍ଣ ବିଶି ଙ୍କ ଅକାଳ ମୃତ୍ୟୁ ଘଟିଛି । ମୃତ ଯୁବକଙ୍କ ପରିବାର ସଂପୂର୍ଣ୍ଣ ବେସାହାରା ହୋଇପଡ଼ିଛନ୍ତି । ତୁରନ୍ତ ନିଜ ଆଖିରୁ ଲୁହ ପୋଛି ମୃତକଙ୍କ ଦୁଆରେ ଠିଆ ହୋଇଛନ୍ତି ମମତା । ନିଜ ଦୁଃଖ ଭୁଲି ମୃତ ଯୁବକଙ୍କ ପରିବାର ପ୍ରତି ବଢାଇଛନ୍ତି ସହାୟତାର ହାତ । ହରିଶ୍ଚନ୍ଦ୍ର ଯୋଜନାରୁ ତୁରନ୍ତ ଅର୍ଥ ପ୍ରଦାନ ସହିତ ମୃତକଙ୍କ ପରିବାରକୁ ସାନ୍ତ୍ୱନା ଦେଇଛନ୍ତି । ମମତାଙ୍କ ଏହି ପଦକ୍ଷେପକୁ ଏବେ ସାଧାରଣରେ ପ୍ରଶଂସା କରାଯାଉଥିବାବେଳେ ସରପଞ୍ଚ ହେବ ତ ଏମିତି ବୋଲି ଲୋକେ କୁହାକୁହି ହେଉଛନ୍ତି ।

ଲାଞ୍ଜିଗଡରୁ ସୁଶୀଲ କୁମାର ବାଗଙ୍କ ରିପୋର୍ଟ

Related posts

ମା ବାଟ ମଙ୍ଗଳା ପଞ୍ଚମ ଜାତୀୟ ସ୍ତରୀୟ ଶାସ୍ତ୍ରୀୟ ସଂଗୀତ ସମାରୋହ ଅନୁଷ୍ଠିତ

Sunil Chandra Nayak

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ କବିତା ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ

Sunil Chandra Nayak

ଧର୍ମଗଡ଼ ଠାରେ ରଥଯାତ୍ରା ଓ ବାହୁଡା଼ ଯାତ୍ରା ୨୦୨୨ ନିମନ୍ତେ ଧର୍ମଗଡ଼ ପ୍ରଶାସନର ପ୍ରସ୍ତୁତି ବୈଠକ

Sunil Chandra Nayak

Leave a Comment

error: Content is protected !!