ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କାଙ୍କେରି ବୋଡ଼ର୍ର କଲେଜ ଠାରେ ମହିଳା ଆତ୍ମସୁରକ୍ଷା ତାଳିମ ଶିବିର ଉଦଯାପିତ

ଧର୍ମଗଡ଼,୦୭/୦୪/୨୨: ଧର୍ମଗଡ ବ୍ଳକ ଅନ୍ତର୍ଗତ କାଙ୍କେରି ବୋଡ଼ର୍ର ଉଚ୍ଚ ମାଧ୍ୟମିକ ମହାବିଦ୍ୟାଳୟରେ ଆଜି ମହିଳା ଆତ୍ମ ସୁରକ୍ଷା ତାଳିମ ଶିବିର ଉଦଯାପିତ ହୋଇଯାଇଛି। ଆଠ ଦିନ ବ୍ୟାପି ଚାଲି ଥିବା ଏହି ଶିବିରକୁ ପ୍ରଶିକ୍ଷିକା ହୀରା ନିଆଲ ଏବଂ ଜ୍ୟୋତ୍ସ୍ନା ସାହୁ ଛାତ୍ରୀ ମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିବା ବେଳେ କଲେଜ ଅଧ୍ୟକ୍ଷ ନିତ୍ୟାନନ୍ଦ ନାଥ ଶର୍ମା ଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଟିପିଗୁଡା ସରପଞ୍ଚ ହାତୀରାମ ଦୁର୍ଗା ମୂଖ୍ଯ ଅତିଥି ଭାବରେ ଯୋଗ ଦେଇଥିଲେ। ମୂଖ୍ଯ ବକ୍ତା ଭାବରେ ଓଡ଼ିଆ ଅଧ୍ୟକ୍ଷ ଶରତ କୁମାର ମୁଣ୍ଡ ଯୋଗଦେଇଥିଲେ । ଗୋଳମୁଣ୍ଡା ସର୍ବମଙ୍ଗଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ଜୟନ୍ତ କୁମାର ଜେନା ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ଅଧ୍ୟାପକ ଦେବେନ୍ଦ୍ର ଜଗତ,ଅଧ୍ୟପକ ଅଶୋକ ସାହୁ,ବଳଦେବ ସା ମଞ୍ଚାସୀନ ଥିଲେ। ଅଲେଖ କୁମାର ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ।ଆତ୍ମ ସୁରକ୍ଷା ତାଳିମ ନେଇଥିବା ଛାତ୍ରୀମାନେ ବିଭିନ୍ନ କୌଶଳ ପ୍ରଦର୍ଶନ କରିଥିଲେ। ପ୍ରଶିକ୍ଷିକା ଓ ଛାତ୍ରୀ ମାନଙ୍କୁ ମଞ୍ଚାସୀନ ଅତିଥି ମାନପତ୍ର ପ୍ରଦାନ କରିଥିଲେ। ମହାବିଦ୍ୟାଳୟର ଏକାଦଶ ଶ୍ରେଣୀର ୮୦ଜଣ ଛାତ୍ରୀ ପ୍ରଶିକ୍ଷଣ ନେଇଥିଲେ। ଧର୍ମଗଡ଼ ରୁ ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ ।

Related posts

ବିଦାୟ କାଳୀନ ସଭାରେ ବାଲେଶ୍ଵର ମୁଖ୍ୟବକ୍ତାଙ୍କ ଶିକ୍ଷଣୀୟ ଅଭିଭାଷଣ

Sunil Chandra Nayak

ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି-୨୦୨୨ ଅନୁଷ୍ଠିତ

Sunil Chandra Nayak

ମା ବାଟ ମଙ୍ଗଳା ପଞ୍ଚମ ଜାତୀୟ ସ୍ତରୀୟ ଶାସ୍ତ୍ରୀୟ ସଂଗୀତ ସମାରୋହ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!