ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସଫଳ ହେବାକୁ ଯାଉଛି ପ୍ରଶାସନର ଉଦ୍ୟମ 

ଦୁର୍ଗମ ତୁର୍କା ଗାଁକୁ ପହଂଚିଲା ଆମ୍ବୁଲାନ୍ସ

ଲାଞ୍ଜିଗଡ଼,୦୭/୦୪( )-ଦିନ ଥିଲା ତୁର୍କା ଗାଁକୁ ନା ଥିଲା ରାସ୍ତା, ନା ଥିଲା କୌଣସି ଯୋଗାଯୋଗର ବ୍ୟବସ୍ଥା । ସ୍ୱାଧୀନତାର ଦୀର୍ଘ ୭୬ ବର୍ଷ ପର୍ଯ୍ୟନ୍ତ ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟଜଳ ଆଦି ମୌଳିକ ସୁବିଧାରୁ ବଞ୍ଚିତ ଦୁର୍ଗମ ତୁର୍କା ଗାଁର କେହି ଅସୁସ୍ଥ ହେଲେ ଖଟିଆରେ ବୁହା ହୋଇ ଡାକ୍ତରଖାନା ଯିବାକୁ ପଡୁଥିଲା । ତେବେ ଏ ସଂପର୍କରେ ଗଣମାଧ୍ୟମରେ ଚର୍ଚ୍ଚା ହେବା ପରେ ପ୍ରଶାସନ ଏହାକୁ ଏକ ଚ୍ୟାଲେଞ୍ଜ ଭାବେ ଗ୍ରହଣ କରିଥିଲା । ନିର୍ବାଚନ ଶେଷ ହେବା ପରେପରେ ଲାଞ୍ଜିଗଡ଼ ବ୍ଲକ ପ୍ରଶାସନର ପ୍ରଚ୍ଛନ୍ନ ଉଦ୍ୟମ ବଳରେ କୁଟିଆ କନ୍ଧ ଉନ୍ନୟନ ସଂସ୍ଥାର ଅନୁଦାନ ଦ୍ୱାରା ଘାଟ କଟିଂ ଓ ରାସ୍ତା କାମ ଜୋରସୋରରେ ଚାଲିଛି । ରାସ୍ତା କାମ ଶେଷ ହେବା ଉପରେ ଥିବାବେଳେ ସ୍ୱାଧୀନତାର ଦୀର୍ଘ ୭୬ ବର୍ଷ ପରେ ଆଜି ଜଣେ ମହିଳା ରୋଗୀଙ୍କୁ ନେବା ପାଇଁ ତୁର୍କା ଗାଁରେ ପହଞ୍ଚି ଥିଲା ୧୦୨ ଆମ୍ବୁଲାନ୍ସ । ଆଜି ପ୍ରଥମ ଥର ପାଇଁ ଗାଁରୁ ସିଧାସଳଖ ଆମ୍ବୁଲାନ୍ସରେ ବସି ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେବାକୁ ଯାଇଛନ୍ତି ଗାଁର ରାଣୀଦେଇ ମାଝୀ । ଗାଁରେ ଆମ୍ବୁଲାନ୍ସକୁ ଦେଖି ତୁର୍କା ଗ୍ରାମବାସୀ ଅତ୍ୟନ୍ତ ଖୁସି ବ୍ୟକ୍ତ କରିଥିବାବେଳେ ଏଥିପାଇଁ ଲାଞ୍ଜିଗଡ ବିଡିଓ ଜିତେନ୍ଦ୍ର କୁମାର ମିଶ୍ର, କୁଟିଆ କନ୍ଧ ଉନ୍ନୟନ ସଂସ୍ଥାର ଇନଚାର୍ଜ ତଥା ଜିଲ୍ଲା ମଙ୍ଗଳ ଅଧିକାରୀ ଅରବିନ୍ଦ ରାୟ, ପ୍ରକଳ୍ପ ପରିଚାଳକ ଲମ୍ବୋଦର ପ୍ରଧାନ, କନିଷ୍ଠ ଯନ୍ତ୍ରୀ ଗୋଲକ ଭୋଇ, ଅଶୋକ ଗଉଡ, ଦକ୍ଷ ଓ କର୍ମଠ ପଞ୍ଚାୟତ ନିର୍ବାହୀ ଅଧିକାରୀ ଅଲେଖ ସା, ସରପଞ୍ଚ ଯମୁନା ମାଝୀ, ସମାଜସେବୀ ଧର୍ମେନ୍ଦ୍ର ପଣ୍ଡା, ସୁଶୀଲ କୁମାର ବାଗ, ସାମ୍ବାଦିକ କ୍ଷମାନିଧି ମହାକୁଡ, ପରେଶ କୁମାର ନାୟକ, ସ୍ୱେଚ୍ଛାସେବୀ ସଂଗଠନ ଦାପ୍ତା, ମିଶନ ଅଶୋକଦୋରାର କର୍ମକର୍ତ୍ତା ପ୍ରମୁଖଙ୍କୁ କୃତଜ୍ଞତା ଜଣାଇଛନ୍ତି ।

ଲାଞ୍ଜିଗଡରୁ ସୁଶୀଲ କୁମାର ବାଗଙ୍କ ରିପୋର୍ଟ୍‌

Related posts

ଭାରତୀୟ ଷ୍ଟେଟ ବ୍ୟାଙ୍କ ତରଫରୁ ମୋ ଗ୍ରାମ ମୋ ବ୍ୟାଙ୍କ କାର୍ଯ୍ୟକ୍ରମ

Sunil Chandra Nayak

ଖଲଣା ଗୁଳିକାଣ୍ଡ ଘଟଣା , କଂଗ୍ରେସ ଦଳର ପ୍ରତିନିଧି ମଣ୍ଡଳ  

Sunil Chandra Nayak

ରିଜର୍ଭ ବ୍ୟାଙ୍କ ଲୋକପାଳ ଉପରେ ସଚେତନତା କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!