ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଉତ୍କଳ ସ୍ନେହୀ ମହିଳା ସମିତିର ବିଶ୍ଵ ସ୍ବାସ୍ଥ୍ୟ ଦିବସ ପାଳନ

ରାଉରକେଲା/ ବିଶ୍ଵ ସ୍ଵାସ୍ଥ୍ୟ ଦିବସ ଅବସରରେ ଉତ୍କଳ ସ୍ନେହୀ ମହିଳା ସମିତି ଓ ଗୋପବନ୍ଧୁ ପାଠାଗାରର ମିଳିତ ସହଯୋଗ ରେ ଛେଣ୍ଡ ସ୍ଥିତ ଗୋପବନ୍ଧୁ ପାଠାଗାର ପରିସରରେ ଏକ ମାଗଣା ସ୍ବାସ୍ଥ୍ୟ ସେବା ଶିବିର ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଡା. ଜି. ଏନ୍. ସାହୁ, ଡା. ଆର.ଆର.ପଣ୍ଡା , ଡା ଏମ୍. ପି. ବେହେରା ,ଡା ଏସ୍.କେ. ସେନାପତି ଙ୍କ ସହାୟତା ରେ ଶହେ ରୁ ଊର୍ଦ୍ଧ୍ବ ବୟସ୍କ ଲୋକଙ୍କର ମାଗଣାରେ ମଧୁମେହ, ରକ୍ତଚାପ ଓ ହାଡର ଘନତା ପରୀକ୍ଷା କରାଯାଇ ଉପଯୁକ୍ତ ଚିକିତ୍ସା ଏବଂ ଔଷଧ ବିତରଣ କରାଯାଇଥିଲା। ଆଇଲିନ୍ ଟିଗା , ରିମା ନାୟକ ଓ କ୍ଷୀରୋଦ ପାଢୀ ସମସ୍ତ ଙ୍କର ରକ୍ତ ପରୀକ୍ଷା ଓ ହାଡର ଘନତା ପରୀକ୍ଷା କରିଥିଲେ। ନୂତନ ଭାବେ ୫ ଜଣଙ୍କର ମଧୁମେହ ଓ ୮ ଜଣଙ୍କର ଉଚ୍ଚ ରକ୍ତଚାପ ଚିହ୍ନଟ ହୋଇଥିଲା। ମହିଳା ସମିତିର ସଭାନେତ୍ରୀ ସବିତା ସାହୁ, ନମିତା ଆଚାର୍ଯ୍ୟ, ସୁପ୍ରିୟା ମହାନ୍ତି, ଗୀତା ମିଶ୍ର, ସାବିତ୍ରୀ ଦାସ, ନନ୍ଦିତା ବେହେରା, ବିଜୟଲକ୍ଷ୍ମୀ ପଟ୍ଟନାୟକ, ସ୍ନିଗ୍ଧା ସାମନ୍ତରାୟ ଏବଂ ଗୋପବନ୍ଧୁ ପାଠାଗାରର ସଭାପତି ନବଘନ ସାହୁ, ଗିରିଜା ଗୋସ୍ବାମୀ, ହରିହର ଶତପଥୀ , ଲକ୍ଷ୍ମଣ ନାଥ ଦାସ, ତ୍ରିଲୋଚନ ମିଶ୍ର, ଉମେଶ ଚନ୍ଦ୍ର ଜେନା, ଅନୀଲ ଦାଶ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ ।

Related posts

ରତିନାରାୟଣ ରାଉତ ଙ୍କ କବିତା ଶ୍ରୀମନ୍ଦିର ନୀଳଚକ୍ର 

ନାଗଝରୀ ଗ୍ରାମରେ ସରପଞ୍ଚଙ୍କ ଜନ ଶୁଣାଣୀ କାର୍ଯ୍ୟକ୍ରମ

ଜୟ କୁମାର ମିଶ୍ର ଙ୍କ କବିତା ଆଦର୍ଶବାଦ

Sunil Chandra Nayak

Leave a Comment

error: Content is protected !!