ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମଦ ଦୋକାନ ବନ୍ଦ ପାଇଁ ଧାରଣାରେ ବସିଲେ ନାରୀ ମହାସଙ୍ଘ

ଝରିଗାଁ—–ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ନାରୀ ମହାସଂଘ ଝରିଗାଁ ସଦର ମହକୁମାରେ ଥିବା ମଦ ଦୋକାନ ବନ୍ଦ କରିବା ପାଇଁ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ଦେଇଛନ୍ତି।ଯଦି ପ୍ରଶାସନ ପକ୍ଷରୁ ବନ୍ଦ ପାଇଁ କୌଣସି ପଦକ୍ଷେପ ଗ୍ରହଣ କରାନଯାଏ ତେବେ ଆଗକୁ ଆନ୍ଦୋଳନ ତୀବ୍ର ହେବ ବୋଲି ଚେତାବନୀ ଦେଇଛନ୍ତି।ଆଜି ସକାଳୁ ଝରିଗାଁ ବ୍ଲକ ନାରୀ ମହାସଂଘ ପକ୍ଷରୁ ବହୁ ମହିଳା ମାନେ ଝରିଗାଁ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଏକତ୍ରିତ ହୋଇଥିଲେ।ପରେ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ତମ୍ବୁ ଟାଣି ଧାରଣାରେ ବସିଥିଲେ।ଯେଉଁ ଦିନ ପର୍ଯ୍ୟନ୍ତ ପ୍ରଶାସନ ପକ୍ଷରୁ ମଦ ଦୋକାନ ବନ୍ଦ ହୋଇନାହିଁ ସେହି ଦିନ ପର୍ଯ୍ୟନ୍ତ ଧାରଣା ଚାଲୁ ରହିବ ବୋଲି କହିଥିଲେ।

ଏଠାରେ ପ୍ରକାଶ ଯେ ଝରିଗାଁ ବ୍ଲକ ନାରୀ ମହାସଂଘ ପକ୍ଷରୁ ପ୍ରଥମେ ଗତ ଅଗଷ୍ଟ ମାସ ୧୪ ତାରିଖ ଦିନ ଝରିଗାଁ ନାରୀ ମହାସଂଘ ସହ ବ୍ଲକର ଶତାଧିକ ମହିଳା ଏକ ବିରାଟ ରାଲିର ଆୟୋଜନ କରି ସ୍ଥାନୀୟ ବିଡ଼ିଓ ଓ ତହସିଲଦାରଙ୍କ ଜରିଆରେ ରାଜ୍ୟପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ। ପରେ ଅକ୍ଟୋବର ମାସ ୧୯ ତାରିଖରେ ପୁଣି ଥରେ ନାରୀ ମହାସଂଘ ପକ୍ଷରୁ ବିଡ଼ିଓ ଓ ତହସିଲଦାର ଙ୍କୁ ଭେଟି ଏକ ଦାବୀପତ୍ର ପ୍ରଦାନ କରିଥିଲେ l ହେଲେ ଦାବିପତ୍ର ଦେବାର ଆଠ ଦିନ ବିତିଯାଇଥିଲେ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇନଥିଲା।ଶେଷରେ ବାଧ୍ୟ ହୋଇ ଝରୀଗାଁ ନାରୀ ମହାସଂଘ ର ସମସ୍ତ ମହିଳା ମାନେ ଏକତ୍ରିତ ହୋଇ ଆଜି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଧିଷ୍ଟ କାଳପର୍ଯ୍ୟନ୍ତ ଧାରଣା ରେ ବସିବାକୁ ବାଧ୍ୟ ହୋଇଛନ୍ତି।

ଝରିଗାଁ ରୁ କିଶୋର ଚନ୍ଦ୍ର ମଣ୍ଡଳ ଙ୍କ ରିପୋର୍ଟ 

Related posts

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଅନଳ ବର୍ଷା

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ ପ୍ରାର୍ଥନା

Sunil Chandra Nayak

ଉପରପାଳ ଗ୍ରାମ ରେ ଚନ୍ଦନ ଯାତ୍ରା ଉତ୍ସବ ପାଳିତ

Leave a Comment

error: Content is protected !!