ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଲୁକାପଡ଼ା ଛକ ଠାରେ ବାଇକ ଦୁର୍ଘଟଣା ଗ୍ରସ୍ତ ଜଣେ ମୃତ

ବୌଦ୍ଧ – ୨୭/୧୦ – ବୌଦ୍ଧ ଜ଼ିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ ଲୁକାପଡ଼ା ଛକ ଠାରେ ବାଇକ ଦୁର୍ଘଟଣା ଗ୍ରସ୍ତ ହୋଇ ଜଣେ ଯୁବକ ର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।ପ୍ରାପ୍ତ ସୂଚନା ମତେ କନ୍ଧମାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ସାନୁଜ ମଳିକ (୨୩)କରଞ୍ଜକଟା କୁ କୋଣସୀ କାମରେ ଆସି ନିଜ ଗ୍ରାମକୁ ଫେରିଥିବା ସମୟରେ ଗୁରୁବାର ଦିନ ସାଢ଼େ ୧ ସମୟରେ ଲୁକାପଡ଼ା ଛକ ଠାରେ ବାଇକ ଭାରସାମ୍ୟ ହରାଇ ଏକ ଗଛରେ ବାଡେଇ ହୋଇଥିଲେ। ଏଥିରେ ସାନୁଜ ଗୁରୁତର ହୋଇଥିଲେ ।ଖବର ପାଇ ଚାରିଛକ ଅଗ୍ନିସମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଗୁରୁତର ଙ୍କୁ ଉଦ୍ଧାର କରି ପୁରୁଣା କଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରିଥିଲେ ।ସେଠି ଡାକ୍ତର ସାନୁଜ କୁ ମୃତ ଘୋଷଣା କରିଥିଲେ ।ପୁରୁଣା କଟକ ପୋଲିସ ଘଟଣା ସ୍ଥଳରେ ପହଁଞ୍ଚି ସବ ଜବତ କରିବା ସହ ତଦନ୍ତ କରୁଥିବା ସୂଚନା ମିଳିଛି ।

ବୌଦ୍ଧରୁ ହୃଦାନନ୍ଦ ମେହେରଙ୍କ ରିପୋର୍ଟ ମସିହା ନିୟୁଜ

Related posts

ଅପର୍ତ୍ତି ସେଠୀ ଙ୍କ କବିତା ନୂଆ ତରକାରୀ

Sunil Chandra Nayak

ଵହଳଦାର ବିଶିଷ୍ଟ ଦୁଇ ଶିକ୍ଷାବିତଙ୍କ ବିଦାୟ କାଳୀନ ଉତ୍ସବ

ବାଲାଜୀ ସେଠୀ ଙ୍କ କବିତା ରାସ୍ତା କଡ ବତୀଖୁଣ୍ଟ

Sunil Chandra Nayak

Leave a Comment

error: Content is protected !!