ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଭୁର୍ଟିଗଡ଼ରେ ଲୋକଙ୍କ ହାତରେ ଧରାପଡ଼ିଲେ ଦୁଇଜଣ ଛେଳିଚୋର, ପୁଲିସ ଜିମାରେ ଦେଲେ ଲୋକେ 

ଲାଞ୍ଜିଗଡ଼,୦୭/୦୬(ମ.ନି.ସ)-ଦୁଇଟି ବାଇକ୍ ରେ ଥିଲେ ତିନିଜଣ ଲୋକ ! ବସ୍ତାରେ ଭରି ନେଉଥିଲେ ଦୁଇଟି ଛେଳି ! ବାଇକ୍ ର ଗତି ଓ ଛେଳିଙ୍କ ରଡ଼ି ତଥା ବାଇକ ଆରୋହୀଙ୍କ ହାବଭାବ ଦେଖି ଲୋକଙ୍କ ସନ୍ଦେହ ହେଲା ! ଲୋକେ ବାଇକକୁ ଅଟକାଇଲେ, ପଚରାଉଚୁରା କଲାବେଳେ ସେମାନେ ସନ୍ତୋଷଜନକ ଉତ୍ତର ଦେଇ ପାରିନଥିଲେ ! ଏପରିକି ଦୁଇଟି ବାଇକ୍ ମଧ୍ୟରୁ ଜଣେ ବାଇକ୍ ଆରୋହୀ ଲୋକଙ୍କଠାରୁ ପଳାଇଯାଇଥିବାବେଳେ ଅନ୍ୟ ଦୁଇଜଣ ପଳାଇ ପାରିନଥିଲେ ! ଫଳରେ ଛେଳି ଚୋରି ସନ୍ଦେହ ବଢ଼ିଥିଲା ! ଶେଷରେ ଗାଁ ଲୋକେ ରୁଣ୍ଡ ହୋଇ ପୁଲିସକୁ ଖବର ଦେବା ପରେ ଘଟଣାସ୍ଥଳରେ ପୁଲିସ ପହଞ୍ଚି ଛେଳି ଚୋରି ସନ୍ଦେହରେ ଦୁଇଜଣ ବ୍ୟକ୍ତି, ବସ୍ତାରେ ଭର୍ତ୍ତି ହୋଇଥିବା ଦୁଇଟି ଛେଳି, ଗୋଟିଏ ବାଇକ୍ ଓ ମୋବାଇଲ୍ ଜବତ କରିଥିବା ଜଣାପଡ଼ିଛି ! ଏପରି ଏକ ଅଭାବନୀୟ ଘଟଣା ଘଟିଛି ଲାଞ୍ଜିଗଡ଼ ବ୍ଲକ ଦୁର୍ଗମ ଭୁର୍ଟିଗଡ଼ଠାରେ ! ଭୁର୍ଟିଗଡ଼ ପଞ୍ଚାୟତର କଟୋଡ଼ି ଗାଁ ପଟୁ ଆଜି ସନ୍ଧ୍ୟାରେ ଦୁଇଟି ବାଇକରେ ତିନିଜଣ ଲୋକେ ଯାଉଥିବାବେଳେ ଗୋଟିଏ ବାଇକରେ ବସ୍ତାରେ ଭରାଯାଇ ଦୁଇଟି ଛେଳି ନେଉଥିବା ଲୋକେ ଦେଖିଥିଲେ ! ତେବେ ସନ୍ଦେହ ହେବାରୁ ପଚରାଉଚୁରା ପରେ ସେମାନଙ୍କୁ ପୁଲିସକୁ ଡାକି ଜିମା ଦେଇଥିବା ଜଣାପଡ଼ିଛି ! ସିକେରକୁପା ଫାଣ୍ଡି ଅଧିକାରୀ ସୁବାସ ଚନ୍ଦ୍ର ଗୁରୁ ସଦଳବଳେ ପହଞ୍ଚି ଦୁଇଟି ଛେଳି, ଦୁଇଜଣ ସନ୍ଦିଗ୍ଧ ବ୍ୟକ୍ତି ଏବଂ ଗୋଟିଏ ବାଇକ୍ ଓ ମୋବାଇଲ୍ ଜବତ କରିଥିବା ଜଣାପଡ଼ିଛି ! ତେବେ ଦୁର୍ଗମ ଭୁର୍ଟିଗଡ଼ ଅଞ୍ଚଳରେ ବେଶ୍ କିଛି ଦିନ ହେଲା ଛେଳି ଚୋରି ହେଉଥିବା ଅଭିଯୋଗ ହେଉବେଳେ ବହୁ ଦିନ ପରେ ଏଇ ରେକେଟ୍ ର ଦୁଇଜଣ ପୁଲିସ ହାତରେ ଧରା ପଡ଼ିଥିବା ଜଣାପଡ଼ିଛି ! ଏ ନେଇ ପୁଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଥିବାବେଳେ ଦୁଇଜଣ ସନ୍ଦିଗ୍ଧଙ୍କୁ ପଚରାଉଚୁରା କରୁଥିବା ଜଣାପଡ଼ିଛି !

ଲାଞ୍ଜିଗଡ଼ ରୁ ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ।

Related posts

ବେଆଇନ ଭାବେ ଦେଶୀ ମଦ ବିକ୍ରି ଅଭିଯୋଗ ରେ ଯୁବକ ଅଟକ

Sunil Chandra Nayak

ପାଞ୍ଚ ଦଫା ଦାବି ନେଇ ସ୍ବାସ୍ଥ୍ୟକର୍ମୀଙ୍କ ଦାବିପତ୍ର ପ୍ରଦାନ

Sunil Chandra Nayak

ଗୋବିନ୍ଦ ବନଛୋର ହେଲେ କଳାହାଣ୍ଡି ଲୋକସଭା ସାଂସଦଙ୍କ କେସିଙ୍ଗା ଏନଏସି ପ୍ରତିନିଧି

Sunil Chandra Nayak

Leave a Comment

error: Content is protected !!