ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଧୁଳିଗୁଣ୍ଡ ରେ ଅତିଷ୍ଠ କିକିଆ ଗ୍ରାମବାସୀ

ଉତ୍କେଲା,୦୭/୦୬, (ମ ନି ସ )  ,କଲାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ କିକିଆ ଗ୍ରାମପଞ୍ଚାୟତ ରେ ଦଶଟି ହାଇଓ୍ବା ଗାଡି ମାନଙ୍କୁ ଅଟକ ରଖି ଚାଲକ ମାନଙ୍କୁ ତାଗିଦ କରିଥିଲେ ଗାଁ ଲୋକେ। ସକାଳ ଛଅ ରୁ ସଂନ୍ଧ୍ୟା ଛଅ ପ୍ରଯ୍ୟନ୍ତ ଅନବରତ ବଡ ବଡ ହାଇଓ୍ବା ଗାଡି ମାନଙ୍କରେ କ୍ରସର ରୁ ମେଟାଲ ଚିପସ୍ ଓ ନଦୀ ରୁ ବାଲି ଏହି ରାସ୍ତା ଦେଇ ଯାଉଛି। ରାସ୍ତା ରେ ଧୁଳିଗୁଣ୍ଡ ଉଡି ଗାଁ ଲୋକ ଅତିଷ୍ଠ ହେଲେଣି। ବାରମ୍ବାର ଯାତାୟାତ କରୁଥିବା ଗାଡି ଡ୍ରାଇଭର ମାନଙ୍କୁ ଗାଁ ଭିତରେ ଥିବା ରାସ୍ତା ଉପରେ ପାଣି ସିଞ୍ଚନ କରନ୍ତୁ । ସଦା ସର୍ବଦା ଗାଡି ଯାଉଥିବା ସ୍ଥଳେ କଂକ୍ରିଟ ଫାଟି ସେଠାରୁ ଧୁଳିଗୁଣ୍ଡ ଉଡି ପରିବେଶ ଖରାପ କରୁଛି। ରାସ୍ତା ଉପରେ ପାଣି ପକାଇବେ ନଚେତ ଗାଡି ମାନ ଚଳାଇଦେବୁ ନାହିଁ ବୋଲି ଗ୍ରାମବାସୀ ଦୃଢ ବିରୋଧ କରି ଗାଡି ଚାଳକ ଙ୍କୁ ନିଜ ମାଲିକ ମାନଙ୍କ ସହ କଥା ହୁଅନ୍ତୁ କହି ଦିର୍ଘ ଏକ ଘଣ୍ଟା କାଳ ଗାଡି ମାନ ଛାଡି ନଥିଲେ।

ଉତ୍କେଲା ରୁ ଅର୍ଜୁନ ପୋଡ଼ ଙ୍କ ରିପୋର୍ଟ ।

Related posts

ଚାରି ଦିନ ଧରି ଲଗାଣ ବର୍ଷା, କାନ୍ଥ ପଡି ନାବାଳକ ମୃତ   

Sunil Chandra Nayak

ମେସିନ କରୁଛି ଏମଜିଏନଆଇଜିଏ କାମ,ଶ୍ରମିକ ଯାଉଛି ଦାଦନ

Sunil Chandra Nayak

ତେରେସିଂହାରେ ଗଜଲକ୍ଷ୍ମୀ ପୂଜା ଆରମ୍ଭ 

Sunil Chandra Nayak

Leave a Comment

error: Content is protected !!