ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଧୁଳିଗୁଣ୍ଡ ରେ ଅତିଷ୍ଠ କିକିଆ ଗ୍ରାମବାସୀ

ଉତ୍କେଲା,୦୭/୦୬, (ମ ନି ସ )  ,କଲାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ କିକିଆ ଗ୍ରାମପଞ୍ଚାୟତ ରେ ଦଶଟି ହାଇଓ୍ବା ଗାଡି ମାନଙ୍କୁ ଅଟକ ରଖି ଚାଲକ ମାନଙ୍କୁ ତାଗିଦ କରିଥିଲେ ଗାଁ ଲୋକେ। ସକାଳ ଛଅ ରୁ ସଂନ୍ଧ୍ୟା ଛଅ ପ୍ରଯ୍ୟନ୍ତ ଅନବରତ ବଡ ବଡ ହାଇଓ୍ବା ଗାଡି ମାନଙ୍କରେ କ୍ରସର ରୁ ମେଟାଲ ଚିପସ୍ ଓ ନଦୀ ରୁ ବାଲି ଏହି ରାସ୍ତା ଦେଇ ଯାଉଛି। ରାସ୍ତା ରେ ଧୁଳିଗୁଣ୍ଡ ଉଡି ଗାଁ ଲୋକ ଅତିଷ୍ଠ ହେଲେଣି। ବାରମ୍ବାର ଯାତାୟାତ କରୁଥିବା ଗାଡି ଡ୍ରାଇଭର ମାନଙ୍କୁ ଗାଁ ଭିତରେ ଥିବା ରାସ୍ତା ଉପରେ ପାଣି ସିଞ୍ଚନ କରନ୍ତୁ । ସଦା ସର୍ବଦା ଗାଡି ଯାଉଥିବା ସ୍ଥଳେ କଂକ୍ରିଟ ଫାଟି ସେଠାରୁ ଧୁଳିଗୁଣ୍ଡ ଉଡି ପରିବେଶ ଖରାପ କରୁଛି। ରାସ୍ତା ଉପରେ ପାଣି ପକାଇବେ ନଚେତ ଗାଡି ମାନ ଚଳାଇଦେବୁ ନାହିଁ ବୋଲି ଗ୍ରାମବାସୀ ଦୃଢ ବିରୋଧ କରି ଗାଡି ଚାଳକ ଙ୍କୁ ନିଜ ମାଲିକ ମାନଙ୍କ ସହ କଥା ହୁଅନ୍ତୁ କହି ଦିର୍ଘ ଏକ ଘଣ୍ଟା କାଳ ଗାଡି ମାନ ଛାଡି ନଥିଲେ।

ଉତ୍କେଲା ରୁ ଅର୍ଜୁନ ପୋଡ଼ ଙ୍କ ରିପୋର୍ଟ ।

Related posts

ମିଳିତ ପ୍ରାଥମିକ ଶିକ୍ଷକ ମହା ସଂଘର ଦାବିପତ୍ର ଓ ନୂତନ କର୍ମକର୍ତ୍ତା ଗଠନ

Sunil Chandra Nayak

ବଳରାମ ପାନ ମେମୋରିଆଲ ଫୁଟବଲ ଟୁର୍ଣ୍ଣ।ମେଣ୍ଟ ଧର୍ମଗଡ଼କୁ ହରାଇ ମାଟି ଗାଁ ଚମ୍ପିୟାନ

Sunil Chandra Nayak

ବାଲେଶ୍ବର – ପ୍ରତିଭା ପୂଜନ ଅନୁଷ୍ଠାନର ବାର୍ଷିକ ଉତ୍ସବ ନିମନ୍ତେ ପ୍ରସ୍ତୁତି ବୈଠକ

Sunil Chandra Nayak

Leave a Comment

error: Content is protected !!