ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମଝିଆ ଗୁଡି ଜଗନ୍ନାଥ ମନ୍ଦିରରେ ଅକ୍ଷୟ ତୃତୀୟା ଅବସରରେ ଛପନ ଭୋଗ ଲାଗି

ନୂଆପଡା: ନୂଆପଡା ଜିଲ୍ଲା ଖଡ଼ିଆଳ ସହରରେ ଥିବା ସର୍ବପୁରାତନ ମଝିଆ ଗୁଡି ଜଗନ୍ନାଥ ମନ୍ଦିରରେ ଅକ୍ଷୟ ତୃତୀୟା ଅବସରରେ ପ୍ରତ୍ୟେକ ବର୍ଷ ଭଳି ଛପନ ଭୋଗ ଲାଗି ହୋଇଛି । ମନ୍ଦିର କମିଟି ପକ୍ଷରୁ ଏହି ଛପନ ଭୋଗ ଲାଗିକୁ ନେଇ ସମସ୍ତ ପ୍ରସ୍ତୁତି କରାଯାଇଥିଲା । ଏହି ଭୋଗରେ ବିଭିନ୍ନ ପ୍ରକାର ମିଠା ଓ ପିଠା ଶହ ଫଳ ଓ ପ୍ରସ୍ତୁତି ଭୋଗ ସାମିଲ ଥିଲା । ଆଜି ପବିତ୍ର ଅକ୍ଷୟ ତୃତୀୟା ଯୋଗୁ ମନ୍ଦିରରେ ସକାଳୁ ଭକ୍ତଙ୍କ ଭିଡ଼ ହୋଇଥିବା ବେଳେ ସାନ୍ଧ୍ୟ ଆଳତି ଓ ଛପନ ଭୋଗ ଲାଗି ସମୟରେ ଭକ୍ତଙ୍କ ଭିଡ଼ ବୃଦ୍ଧି ପାଇଥିଲା । ପରେ କମିଟି ପକ୍ଷରୁ ଜନସାଧାରଣଙ୍କ ପାଇଁ ମନ୍ଦିର ପରିସରରେ ଭଣ୍ଡାରାର ଆୟୋଜନ କରାଯାଇ ସମସ୍ତଙ୍କୁ ପ୍ରସାଦ ବଣ୍ଟନ କରାଯାଇଥିଲା ।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ପୂଜକ ତାରା ପ୍ରସାଦ ଆଚାର୍ଯ୍ୟ ସମେତ କମିଟି ସଭାପତି ଆଦିକନ୍ଦ ମହାନ୍ତି, ହୃଷୀ କେଶ ସାହୁ, ଦାମ ନାୟକ, ବ୍ରଜରାଜ ମହାନ୍ତି, ସାରଦା ପଣ୍ଡା ପ୍ରମୁଖ ସହଯୋଗ କରିଥିଲେ । ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଗୋଟିଏ ରାତିରେ ଉଠା ଜଳସେଚନର ଦୁଇ ଦୁଇଟି ମଟର ଚୋରି ଚାଷୀ ହନ୍ତସନ୍ତ

Sunil Chandra Nayak

ଦୁଇ ଟ୍ରକ ମୁହାଁମୁହିଁ ଧକା, ଜଣେ ଚାଳକ ମୃତ, ଜଣେ ଚାଳକ ଗୁରୁତର

Sunil Chandra Nayak

କବିତା – ଖରା

Sunil Chandra Nayak

Leave a Comment

error: Content is protected !!