ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରୋଟାରୀ ଇଣ୍ଟ୍ରାକ୍ଟ କ୍ଲବର ଦ୍ୱିତୀୟ ସ୍ଥାପନା ଦିବସ

ରାଉରକେଲା/ ଜଗଦା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ରୋଟାରୀ କ୍ଲବ ଷ୍ଟିଲ ସିଟି ପରିଚାଳିତ ଇଣ୍ଟ୍ରାକ୍ଟ କ୍ଲବର ଦ୍ୱିତୀୟ ସ୍ଥାପନା ଦିବସ ପାଳିତ ହୋଇଯାଇଛି । ରୋଟାରୀଆନ ଅର୍ଚ୍ଚନା ମହାନ୍ତିଙ୍କ ଆବାହକତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଦ୍ୟା ମନ୍ଦିର ର ପ୍ରଧାନଚାର୍ଯ୍ୟ ବୈଷ୍ଣବ ମହାପାତ୍ର ସଭାପତିତ୍ବ କରିଥିବା ବେଳେ ଡଃ ସରିତା ମଲ୍ଲ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମରେ ବିଦାୟୀ ସଭାପତି ସ୍ନେହା ରାଉତ ନୂତନ ଭାବେ ସଭାପତି ହୋଇଥିବା ଅରୋଜିତ ରାଉତଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଥିବା ବେଳେ ବିଦାୟୀ ସଂପାଦିକା ବିଭାବନ ବେହେରା ନୂତନ ସଂପାଦକଙ୍କୁ ଚାର୍ଟର ହସ୍ତାନ୍ତର କରିଥିଲେ । ନୂତନ ସଭାପତି ଶ୍ରୀ ରାଉତ ନିଜ ଦାୟିତ୍ୱକୁ ସଠିକ ଋପେ ତୁଲାଇବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଏହି ଅବସରରେ ଇଂରାଜୀ ଭାଷା ଦିବସରେ ହୋଇଥିବା ପ୍ରତିଯୋଗିତାରେ କୃତୀତ୍ବ ହାସଲ କରିଥିବା ପ୍ରତିଯୋଗୀଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ଅତିଥିମାନେ ଅନୀଲ ଗୁରୁଜୀ ଓ ଇଂରାଜୀ ଶିକ୍ଷକଙ୍କୁ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ । ପ୍ରଧାନଚାର୍ଯ୍ୟ ଶ୍ରୀ ମହାପାତ୍ର ରୋଟାରୀ କ୍ଲବ ଷ୍ଟିଲ ସିଟି ର କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ଆଗାମୀ ଦିନରେ ଇଣ୍ଟ୍ରାକ୍ଟ କ୍ଲବକୁ ଅଧିକ କ୍ରୀୟାଶୀଳ କରିବାକୁ ମତ ରଖିଥିଲେ ।ମୁଖ୍ୟଅତିଥି ଡଃ ମଲ୍ଲ ଇଣ୍ଟ୍ରାକ୍ଟ କ୍ଲବର କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ସେବା ମନୋଭାବକୁ ଆପଣାଇବା ପାଇଁ ମତ ରଖିଥିଲେ । ଏହି କାର୍ଯ୍ୟକ୍ରମରେ ୨୦ଜଣ ଇଣ୍ଟ୍ରାକ୍ଟର ଯୋଗ ଦେଇଥିବା ବେଳେ ଗାୟତ୍ରୀ,ଶୋଭା,ଶୁଭଲକ୍ଷ୍ମୀ,ସମୀକ୍ଷା,ଆୟୁଷ ପ୍ରମୁଖ ସ୍ବାଗତ ସଂଗୀତ ଗାନ କରିବା ସହ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଏହି ଅବସରରେ ରୋଟାରୀ କ୍ଲବ ଷ୍ଟିଲ ସିଟି ର ସଭାପତି ରୋଟାରୀଆନ ପୁତୁଲ ରାହୁଲ, ରୋଟାରୀଆନ ରଶ୍ମି ଦାସ,ରୋଟାରୀଆନ ସଂଧ୍ୟା ସାହୁ,ରୋଟାରୀଆନ ଚମ୍ପାବତୀ ଅମାତ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ । ଇଣ୍ଟ୍ରାକ୍ଟର ଅନୀଶା ନାୟକ କାର୍ଯ୍ୟକ୍ରମକୁ ସଂଚାଳନ କରିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଦମାପଲା ଠାରେ ନିଆରା ହୋଲି ପର୍ବ ପାଳିତ

Sunil Chandra Nayak

କୁନା ସେଠୀ ଙ୍କ କବିତା ତୁମେ ହିଁ ପାରିବ ମୁକ୍ତ କରି

ଢେ଼ଙ୍କାନାଳ ଲକ୍ଷ୍ମୀବଜାର ସ୍ଥିତ ହୀରକ ଜୟନ୍ତୀ ର ୫ମ ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!