ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କଙ୍ଗାଳୀ ଚରଣ ସେଠୀ ଙ୍କ କବିତା ସୁନୟନା

ସୁନୟନା

ଆନମନା ସୁନୟନା ତୁମ ବିନା

      ମନ ମାନେନା

ନୀଳକଇଁ ମଥାନଇଁ ରହେ ଚାହିଁ

       କିବା କାମନା ।

ପ୍ରୀତି ନଈ ରହି ରହି ଯାଏ ବହି

      କୂଳ ଲଙ୍ଘେନା

ମହୁଆ ମହକରେ କୋଇଲି କୁହୁକରେ

      ନିଦ ଲାଗେନା ।

କାମିନୀ ଯାମିନୀରେ ଚାନ୍ଦିନୀ ପଦ୍ମିନୀରେ

     ରହି ହୁଏନା

କୁଆଁରୀ କଳ୍ପନାରେ କାମନା ସାତସୁରେ

     ବାନ୍ଧି ପାରେନା ।

ଦୁଃଖର ନଦୀ ନୀରେ ଲୁହର ଅଶ୍ରୁ ନୀରେ

     କହି ପାରେନା

ଆଖିର ଇସାରାରେ କନ୍ଦର୍ପ ଶରମାରେ

    ଲାଖି ପାରେନା ।

ବୟସ ବସନ୍ତରେ ତାରୁଣ୍ୟ ତରଙ୍ଗରେ

     ତୃପ୍ତି ମିଳେନା

ତୀକ୍ଷ୍ମ ତୋ ତନୁତୀରେ ପାଦ ବି ଖସିପାରେ

     ଧରିପାରେନା ।

କଙ୍ଗାଳୀ ଚରଣ ସେଠୀ
     

Related posts

ଯାଦବ ମହାସଭା ପକ୍ଷରୁ ଯାଦବ ସୌର୍ଯ୍ୟ ଦିବସ ପାଳନ

Sunil Chandra Nayak

ବାଲେଶ୍ବର – ଆଦର୍ଶ ବିଦ୍ଯାଳୟର ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କୁ ସ୍ବାଗତ ସମ୍ବର୍ଦ୍ଧନା

Sunil Chandra Nayak

ପାର୍ବତ୍ୟାଞ୍ଚଳ ସମାଡପଦର ଗ୍ରାମରେ ଉତ୍କଟ ପାନୀୟ ଜଳ ସମସ୍ୟା, ସରପଞ୍ଚଙ୍କୁ ଅଭିଯୋଗ କଲେ ଗ୍ରାମବାସୀ

Leave a Comment

error: Content is protected !!