ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରଞ୍ଜନ କୁମାର ମହାନ୍ତି  ଙ୍କ କବିତା ଏ ଫଗୁଣେ ତୁମେ 

ଏ ଫଗୁଣେ ତୁମେ 

 

ତୁମେ ଫଗୁଣର ପ୍ରୀତି ପାଖୁଡାରେ 

ସମର୍ପିତ ମଧୁ ବୁନ୍ଦା 

ଭିଜା ଅନୁଭବେ ବାସ୍ନାୟିତ କ୍ଷଣ, 

ଚେତନାର ଚାରୁ ସନ୍ଧ୍ୟା

ଯା’ ସାଥେ ଏ ପ୍ରାଣ ବନ୍ଧା 

ତୁମେ ମୋର ସେଇ ଶେଷ ବସନ୍ତର 

ଉଛୁଳା ଅଳକାନନ୍ଦା 

 

 

ତୁମେ ପଳାଶର ପହିଲି ହସରେ 

ମଳୟର ନିମନ୍ତ୍ରଣ 

ତରୁ ତରୁଣୀର ରକ୍ତିମ ଆଭାରେ 

ଜୀବନର ଆକର୍ଷଣ 

ପାଟ ପାରି କିଆବଣ  

ଚୋରା ଚଇତାଳି ପହିଲି ଭେଟରେ 

ଫଗୁଣର ଶେଷ ରାଣ 

 

 

ଆଶା ନଈଧାରେ ଅଳସୀ ବାଆର 

ଅସରନ୍ତି ଅନୁରୋଧ 

ଚକଟା କାଦୁଏ ତୁମ ପାଦଚିହ୍ନ

ସ୍ମୃତିର ସରଳ ସୁଧ 

ହେଇ ନାହିଁ ପରିଶୋଧ 

ଆଜିବି କାହିଁକି ଅବୁଝା ହିସାବ 

ବୁଝେନା ମନ ଅବୋଧ 

 

 

ରଞ୍ଜନ କୁମାର ମହାନ୍ତି 
ବାଲେଶ୍ୱର 

Related posts

ଓବିସି ଏସଟି ଏସସି ମିଳିତ ମହାସଂଘ କଳାହାଣ୍ଡି ର ସାମ୍ବାଦିକ ସମ୍ମଳନୀ

Sunil Chandra Nayak

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ ଗୀତା ଜ୍ଞାନ

Sunil Chandra Nayak

ନର୍ଲା ତିନିଗୋଟି ଜୋନରେ ବିଜେଡ଼ିର ଶଙ୍ଖନାଦ, ବିଜେପି ଧ୍ୱସ୍ତ ବିଧ୍ୱସ୍ତ, ଅଣ୍ଟା ସଲଖିଲା କଂଗ୍ରେସ

Sunil Chandra Nayak

Leave a Comment

error: Content is protected !!