ଜୁନାଗଡ଼୨୮/୩(ନି ପ୍ର) : ଦିନ ଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଳ ଯୋଜନା ଜୁନାଗଡ଼ ବ୍ଲକ ସ୍ତରୀୟ ପରାମର୍ଶ ଶିବିର ଅନୁଷ୍ଠିତ ହୋଇ ଯାଇଛି l ସ୍ତାନୀୟ ସଂସ୍କୃତି ଭବନ ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ୧୮ରୁ ୩୫ବର୍ଷ ମଧ୍ୟରେ ବେରୋଜଗାରୀ ଶିକ୍ଷିତ ଯୁବକ ଯୁବତୀ ମାନଙ୍କୁ ନିଯୁକ୍ତି ସୁଯୋଗ ଦେବା ପାଇଁ ପରାମର୍ଶ ଦେବାସହ ଅବଗତ କରାଯାଇଥିଲା l ଏଥିରେ ନିଯୁକ୍ତି ଦାତା ସଂସ୍ଥା ମନେ ଯୋଗ ଦେଇ ଏହି ବେକାରୀ ଯୁବକ ଯୁବତୀ ମାନଙ୍କୁ ଚୟନ କରିବା ସହ ତାଲିମ ଦେଇ ନିଯୁକ୍ତି ସୁଯୋଗ ଦିଆଯିବ ବୋଲି କହିଥିଲେ l ଏହି କାର୍ଯ୍ୟକ୍ରମରେ ବ୍ଲକ ଅଧକ୍ଷ୍। ବବିତା ମେହେର, ଉପାଧକ୍ଷ୍ୟ ପ୍ରମୋଦ ବେହେରା, ବି ଡି ଓ ତୁଳ।ରାମ ମାରାଣ୍ଡି, ବ୍ଲକ ମଙ୍ଗଳ ଅଧିକାରୀ ସୁମନ୍ତ ମାଝୀ ,ଜି ପି ଇ ଓ ରାଜିନ୍ଦ୍ର ଭୋଇ, ସମାଜ ମଙ୍ଗଳ ଅଧିକାରୀ ତୁଷାର ରଞ୍ଜନ ସାହୁ, ଲୁଥାରାନ ର ପୂର୍ଣ୍ଣ ଚନ୍ଦ୍ର ସେଠି ଏବଂ ପଲlସ ସରପଞ୍ଚ ପ୍ରଭାକର ସେଠି ଉପସ୍ଥିତ ଥିଲେ l ବ୍ଲକ ଅଞ୍ଚଳର ପ୍ରାୟ ୨୦୦ ବେକାର ଯୁବକ ଯୁବତୀ ଏଥିରେ ଅଂଶ ଗ୍ରହଣ କରିଥିଲେ l
ଜୁନାଗଡ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ ।