ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଅବିନାଶ ମହାପାତ୍ର  ଙ୍କ କବିତା ରକ୍ଷା କର ଭଗବାନ

ରକ୍ଷା କର ଭଗବାନ

      ଅବିନାଶ ମହାପାତ୍ର 

 

ଜଳୁଛି ଭୂଖଣ୍ଡ ଜଳୁଛି ପ୍ରାନ୍ତର 

        ଜଳେ ଵନ ତରୁ ଲତା 

     ଜଳୁଛି ଵିସ୍ତୀର୍ଣ୍ଣ ସବୁଜ ଵନାନୀ

         ଶୁଣି ଘୁରି ଯାଏ ମଥା !(0)

    ପ୍ରକୃତି ପୃଷ୍ଠରେ ହାହାକାର ଆଜି 

        ପ୍ରଚଣ୍ଡ ରୈୗଦ୍ରର ତାପ 

    ନିଜ ହାତେ ଛେଦି ନିଜର ଜିହ୍ଵାକୁ 

        ନିଜେ ଅର୍ଜି ଅଛୁ ପାପ !(୧)

 ରେ ଅଧମ ମୂଢ ହେଜିଵୁ କେଵେରେ

       ନିଜ ଦୋଷ ନିଜେ ଜାଣି 

  ଵେଳ ଥାଉ ତୁହି ସତର୍କ ହୋଇଯା 

       ଶୁଣିଥା ମହତ ଵାଣୀ !(୨)

  ମାୟା ନଗରୀର ତୁ ମାୟା ମଣିଷ

        ତୁଛାଟାରେ କରୁ ନାଟ 

  ଚାଲିଯିଵ ଦିନେ ଦେହ ଛାଡି ଘଟ 

       ମିଳିବନି ତୋତେ ଵାଟ !(୩)

   ନିଜେ ସାଜି ଅଛୁ ନିଜର ଵଇରୀ

       ଭୂତଳେ ଲୁଚିଛୁ ଯାଇ 

   ସେଦିନ ଆସିବ ନିଆଁ ଦେବାପାଇଁ 

      ନଥିଵେ ଭଗାରି ଭାଇ !(୪)

   ପରିବେଶ କଥା ଭାଵିନାହୁଁ କେଵେ

        ପଶ୍ଚାତାପ ନାହିଁ ମନେ 

   ଭୂସ୍ୱର୍ଗ ଆଜି ମରୁଭୂମି ସମ 

      ସେଥିପାଇଁ ଦାୟୀ ତୁମେ !(୫)

  ଘର ଵାଡି କୋଠା ସଵୁ ତୋ ନିଜର 

        ଗଢିଲୁ ନିଜର ହାତେ 

  ରୋପିଵାର ଵୃକ୍ଷ ପରିବର୍ତ୍ତେ ତୁହି 

       ଛେଦନ କରିଛୁ କେତେ !(୬)

   ଭୂତଳର ଜଳ ଶୁଖି ଯାଏ ଆଜି 

       ନଦୀରେ ମିଳୁନି ପାଣି 

 ଜୀବ ଜନ୍ତୁ ଯେତେ ରାସ୍ତାରେ ଵୁଲନ୍ତି 

         ଏ କି ଯୁଗ ହେଲା ପୁଣି (୭)

   ସବୁ ଦେଖି ଆଜି ଆଖି ଵୁଜି ଦେଉ 

          ନଜାଣିଲା ଲୋକ ପରି  

   କଲା କର୍ମ ଫଳ ଅଵଶ୍ୟ ଭୋଗିଵୁ 

          ସମୟ ଆସୁଛି ସରି !(୮)

ଆସ ମୋର ଭାଇ ଆସ ମୋ ଭଉଣୀ

       ଆସ ସାଙ୍ଗ ସାଥୀ ଯେତେ 

   ସଂକଳ୍ପ କରିବା ପରିବେଶ ପାଇଁ 

      କଥା ଦିଅ ଆଜି ମୋତେ !(୯)

  କେତେ ଦିନ ଆଉ ତୋହର ଆୟୁଷ 

       ବଞ୍ଚିଵୁ ତୁ କେତେ ଦିନ 

   ପ୍ରଭୁ ପାଦେ ପଡ଼ି ଶରଣ ମାଗିଵୁ

         ରକ୍ଷା କର ଭଗବାନ !(୧୦)

   

   ବୟାଙ୍ଗଡିହି,ଧାମନଗର,ଭଦ୍ରକ।

       

Related posts

ଅବିନାଶ ମହାପାତ୍ର  ଙ୍କ କବିତା ତୁମ ପାଦତଳେ ପ୍ରଭୁ

Sunil Chandra Nayak

ଗୋଚର ଜମିରେ ପକ୍କାଘର ନିର୍ମାଣକୁ ବିରୋଧ କଲେ ଗ୍ରାମବାସୀ

Sunil Chandra Nayak

କଳାହାଣ୍ଡି, ନୂଆପଡା ଜିଲ୍ଲାରେ ଚୋର ଆତଙ୍କ, ଚନ୍ଦାହାଣ୍ଡି ରେ କୋକୁଆ ଭୟ

Sunil Chandra Nayak

Leave a Comment

error: Content is protected !!