ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଥୁଆମୂଳ ରାମପୁର ବ୍ଳକ ସମ୍ମିଳନୀ ଗୃହରେ ପୋଷଣ ମାସ ପାଳିତ

ଥୁଆମୂଳ ରାମପୁର:୨୯/୦୯- (ମସିହା):- କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଳକ ସମ୍ମିଳନୀ ଗୃହରେ ପୋଷଣ ମାସ ପାଳିତ ହୋଇଯାଇଛି। ଏହି କାର୍ଯ୍ଯକ୍ରମରେ ଥୁଆମୂଳ ରାମପୁର ବ୍ଳକ ଅଧ୍ଯକ୍ଷ ଶ୍ରୀ ଦୟାନିଧି ମାଝୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପ୍ରଦୀପ ପ୍ରଜୋଳନ କରି ସଭାକାର୍ଯ୍ଯ ଆରମ୍ଭ କରିଥିବାବେଳେ ସମ୍ମାନିତ ଅତିଥି ଭାବେ ଥୁଆମୂଳ ରାମପୁର ଶିଶୁ ବିକାଶ ଯୋଜନା ଅଧିକାରିଣୀ ଶ୍ରୀମତୀ ମିନତୀବାଳା ପଟ୍ଟନାୟକ, ଥୁଆମୂଳ ରାମପୁର ଓଏଲଏମ୍ ବିପିଏମ୍ ଶ୍ରୀ ସୌମ୍ଯରଞ୍ଜନ ମହାପାତ୍ର, ଥୁଆମୂଳ ରାମପୁର ସମିତି ସଭ୍ଯା ଶ୍ରୀମତୀ ପୁଷ୍ପାଞ୍ଜଳି ନାଏକ, ବାଗଡିଆଣି ଗ୍ରା,ପ, ଶ୍ରୀ ଘାସିରାମ ମାଝୀ, ଜିଲ୍ଲା ପରିଷଦ ସଭ୍ଯା ଶ୍ରୀ ଟୁନି ଖୋସ୍ଲ, ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ବିଜୟା ମାଝୀ, ବ୍ଳକ ଉପାଧ୍ୟକ୍ଷା ଶ୍ରୀମତୀ ସୁକାନ୍ତି ମାଝୀ ଓ ଅଙ୍ଗନବାଡି ମାନେ ଉପସ୍ଥିତ ରହିଥିଲେ। ସମ୍ମାନିତ ଅତିଥି ଗଣ ତାଙ୍କ ବକ୍ତବ୍ୟ ରେ ପୋଷଣ ଶରୀର ପାଇଁ କେତେ ଆବଶ୍ୟକତା ଉପରେ ଉପସ୍ଥିତ କର୍ମକର୍ତ୍ତା ଙ୍କୁ ବୁଝାଇଥିଲେ। ସମ୍ମାନିତ ଅତିଥି ଶିଶୁ ବିକାଶ ଅଧିକାରିଣୀ ମିନତୀ ବାଳା ପଟ୍ଟନାୟକ ଉଚିତ୍ ପୋଷଣ ପାଇବା ପାଇଁ ପ୍ରତେକ ଘରେ ତିନୋଟି ଏଫ୍ ଓ ପାଞ୍ଚଟି ମ ର ଉପକାରିତା ବିଷୟରେ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କରିଥିଲେ। ଥୁଆମୂଳ ରାମପୁର ଶିଶୁବିକାଶ ଅଧିକାରିଣୀ ଅଙ୍ଗନବାଡି ମାନଙ୍କ କାର୍ଯ୍ଯକଳାପରେ ସନ୍ତୋଷ ମନୋଭାବ ଦେଖାଇ ସେମାନଙ୍କୁ କହିଥିଲେ ଯେ ପ୍ରତେକ ଘରକୁ ଯାଇ ପୋଷଣର ଉପକାରିତା ଓ କୁପୋଷଣର  ବିଷୟରେ ଘରଘର ବୁଲି ପୋଷଣ ଅଭିଯାନ କରିବା ସଙ୍ଗେ ନିଜ ନିଜ ଘରେ ମୋ ବଗିଚା ମାଧ୍ୟମରେ ଅତିକମରେ ସଜନା ଗଛ, ଲେମ୍ବୁ ଗଛ,ଅମୃତ ମଣ୍ତା ଗଛ ଲଗାଇବା ପାଇଁ ଅନୁରୋଧ କରିଥିଲେ। ସମାଜରେ ପୋଷଣ ସଚେତନତା ନେଇ ସମସ୍ତଙ୍କର ଗୁରୁଦାୟିତ୍ୱ ରହିଥିବା ଉପରେ ସମ୍ମାନିତ ଅତିଥି ମାନେ ତାଙ୍କ ବକ୍ତବ୍ୟ ରେ କହିଥିଲେ। ଏହି ପୋଷଣ ମାସ ପାଳନ କାର୍ଯ୍ଯକ୍ରମରେ ଅଙ୍ଗନବାଡି ଓ ଅନ୍ୟାନ୍ୟ କର୍ମକର୍ତ୍ତା ଅଂଶଗ୍ରହଣ କରିଥିବାବେଳେ ଦାପତା ପ୍ରୋଜେକ୍ଟ ସେକ୍ରେଟାରୀ ଶ୍ରୀ ରାଜୁ ଶର୍ମା କାର୍ଯ୍ଯକ୍ରମ କୁ ପରିଚାଳନା କରିଥିଲେ। ରେଲିଆସ୍ସ ଫାଉଣ୍ଡେସନ ବ୍ଳକ କୋଡିନେଟର ଶ୍ରୀ ଅମୃତ କୁମାର ନାଗ କାର୍ଯ୍ଯକ୍ରମ କୁ ଶେଷ କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ।

ଥୁଆମୂଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

କେବିସି ବିଜେତା ନାମରେ ଠକେଇ ଅଭିଯୋଗ

Sunil Chandra Nayak

ଧର୍ମଗଡ ଏନଏସି ନିର୍ବାଚନ: କାହାକୁ କେତେ ଭୋଟ

Sunil Chandra Nayak

ଗୋଲାମୁଣ୍ଡା ବ୍ଲକର କଂଗ୍ରେସ କମିଟି ଗଠିତ

Leave a Comment

error: Content is protected !!