ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କୁହୁରା ଗ୍ରା:ପ ସମିତି ସଭ୍ୟାଙ୍କ ପରଲୋକ

ଗୋଳାମୁଣ୍ଡା ତା ୨୮/୯ (ମ ନି ସ) ଗୋଳାମୁଣ୍ଡା ବ୍ଲକ କୁହୁରା ଗ୍ରାମ ପଞ୍ଚାୟତ ର ସମିତି ସଭ୍ୟା ମାଧୁରୀ ସୁନାନୀ ଙ୍କ ଦେହାନ୍ତ ହୋଇଯାଇଛି । ଚଳିତ ବର୍ଷ ର ପଞ୍ଚାୟତ ନିର୍ବାଚନ ରେ ନିର୍ବାଚନ ଲଢି ସମିତି ସଭ୍ୟା ଭାବରେ ନିର୍ବାଚିତ ହୋଇଥିଲେ । ତାଙ୍କ ର ସ୍ବାସ୍ଥ୍ୟବସ୍ଥା ବିଗିଡିଥିବାରୁ ଚପ୍ରିଆ ପ୍ରାଥମିକ ଚିକିସ୍ରାଳୟ ରୁ ଭବାନିପାଟଣା ଜିଲା ଚିକିସ୍ରାଳୟ ନେଇଥିଲେ ଓ ସ୍ବାସ୍ଥ୍ୟ ରେ କିଛି ଉନ୍ନତି ହୋଇ ନ ଥିବାରୁ ବରଗଡ ସ୍ଥିତ ବିକାଶ ହସ୍ପିଟାଲ ରେ ଭର୍ତ୍ତି ହୋଇ ଚିକିସ୍ରା ହେଉଥିବା ବେଳେ ସକାଳ ୭ ଘ.ସମୟରେ ତାଙ୍କର ମୃତ୍ଯୁବରଣ ହୋଇଥିଲା । ତାଙ୍କର ଦୁଇ ପୁଅ ଟଙ୍କଧର ସୁନାନୀ ଓ ତେଜବନ୍ତ ସୁନାନୀ ମୁଖାଗ୍ନି ଦେଇଥିଲେ । ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ ନିଜେ କାନ୍ଧ ଦେଇଥିବାବେଳେ କୁହୁରା ସରପଞ୍ଚ୍  ପିଙ୍କି ତାଣ୍ଡି, ଉଦେଶୃଙ୍ଗ ଗ୍ରା:ପ ସମିତି ସଭ୍ୟ ଚୈତନ୍ୟ ମାଝି, ମହେନ୍ଦ୍ର ମଙ୍ଗରାଜ,ଦିନେଶ ପାନକା ପ୍ରମୁଖ ଉପସ୍ଥିତ ଥିଲେ । ଉକ୍ତ ଖବର ଶୁଣି ଜୁନାଗଡ ବିଧାୟକ କ୍ୟାପ୍ଟେନ ଦିବ୍ୟ ଶଙ୍କର ମିଶ୍ର, ଜିଲା ପରିଷଦ ସଭାପତି ପୁଷ୍ପେନ୍ଦୁ ସିଂ ଦେଓ, ବିଡିଓ ଶ୍ରୀଧର ପଣ୍ଡା, ବିଜେଡି ର ବରିଷ୍ଠ ସଂଗଠକ ଦିନେଶ ବଗର୍ତ୍ତି, ସରପଞ୍ଚ୍ ସଂଘ ବ୍ଲକ ସଭାପତି ପୁରୁଷୋତ୍ତମ ରାଉତ,ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ରମିତ କୁମାର ପ୍ରଧାନ ଶୋକ ପ୍ରକାଶ କରିଛନ୍ତି ।

ଦାମୋଦର ଦାସ ଙ୍କ ରିପୋର୍ଟ 

Related posts

ଗଞ୍ଜେଇ ଜବତ, ଜଣେ ଗିରଫ

Sunil Chandra Nayak

ରମେଶ ବେହେରା ହେଲେ ଓଡିଶା ଗ୍ରାମାଞ୍ଚଳ ସାମ୍ବାଦିକ ସଂଘ ଜିଲ୍ଲା ସଭାପତି

ତୁମୁରା ଗ୍ରାମର ଜଣେ ଯୁବକ ଙ୍କ ବିସଖାଇ ଆତ୍ମହତ୍ୟା 

Sunil Chandra Nayak

Leave a Comment

error: Content is protected !!