ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜାନକୀ ମହାନ୍ତ ଙ୍କ କବିତା ଫୁଲ ବଉଳବେଣୀ

  ଫୁଲ ବଉଳବେଣୀ

 

   ଜାନକୀ ମହାନ୍ତ

କୁଆଁର ପୁନେଇଁ ଜହ୍ନ ..ଗୋ
ଫୁଲ ବଉଳବେଣୀ,
କୁଆଁରୀଙ୍କ ମନ ହୁଅଇ ଉଚ୍ଛନ୍ନ
କୁଆଁର ଜହ୍ନକୁ ଦେଖି …ଗୋ
ଫୁଲ ବଉଳବେଣୀ ।।
କୁଆଁର ପୁନେଇଁ ଦିନ ଅର୍ଘ୍ୟ ଦେଇ
ସୂର୍ଯ୍ୟ ଦେବତାଙ୍କ ପାଶେ,
କୁମାରୀ ଲଳନା ଦିନାରମ୍ଭ କରେ
ପ୍ରଭାତରୁ ଉଠି ହର୍ଷେ …ଗୋ
ଫୁଲ ବଉଳବେଣୀ।।
ରକ୍ତିମ ଅଧର ପାଦେ ଅଳତା ଗାର
ଗଭାରେ ଗଜରା ହାର,
ନୂଆ ପାଟ ଶାଢ଼ୀ ରୁଣୁ ଝୁଣୁ ଚୁଡ଼ି
ଆସିଛି ପରୀ ସ୍ବର୍ଗର…ଗୋ
ଫୁଲ ବଉଳବେଣୀ ।।
କୁଆଁରୀର ମନ ସୀମା ହୀନ ସ୍ବପ୍ନ
ଚାନ୍ଦ କରି ବନ୍ଦାପନ,
ଖଇ ଅଞ୍ଜଳିରେ ନୈବେଦ୍ୟ ଅର୍ପଣେ
ଅର୍ଘ୍ୟ କରେ ସମର୍ପଣ …ଗୋ
ଫୁଲ ବଉଳବେଣୀ ।।
କାର୍ତ୍ତିକର ସମ ସୌମ୍ୟ ଶାନ୍ତ କାନ୍ତ
ଦିବ୍ୟ ବର ପ୍ରାପ୍ତ ପାଇଁ,
କୁଆଁରୀ ପୂଜନ୍ତି ପୁନେଇଁ ଜହ୍ନକୁ
ଅସୁମାରୀ ଆଶା ନେଇ …ଗୋ
ଫୁଲ ବଉଳବେଣୀ।।
ଛେନା ଗୁଡ଼ ଖଇ କଦଳୀ ନଡ଼ିଆ
ଚକଟି ଜହ୍ନ ଆକାରେ,
ଚାନ୍ଦ ଚକଟାରେ ଚାନ୍ଦେ ଟେକି ଦେବେ
ସର୍ବେ ତୁଳସୀ ମୂଳରେ…ଗୋ
ଫୁଲ ବଉଳବେଣୀ ।।
ପୂଜା ଶେଷ କରି ମହାନନ୍ଦେ ଖେଳି
ବୋହୂଚୋରୀ ପୁଚିଖେଳ,
ମଣ୍ଡାପିଠା କ୍ଷୀରି ଘରେ ଘରେ ଆଜି
ସୁସ୍ୱାଦୁ ବ୍ୟଞ୍ଜନ ବେଳ …ଗୋ
ଫୁଲ ବଉଳବେଣୀ ।।
ନୀଳ ସରସୀରେ କୁମୁଦିନୀ ହସେ
ପାଇ ଚାନ୍ଦର ପୀରତି,
ଜହ୍ନି ଫୁଲ କଇଁ ବାର୍ତ୍ତା ଆସେ ନେଇ
ସ୍ନେହ ଶ୍ରଦ୍ଧା ଶାନ୍ତି ମୈତ୍ରୀ….ଗୋ
ଫୁଲ ବଉଳବେଣୀ ।।

  ରାଜ୍ୟ ଉପସଭାପତି

 ଓଡ଼ିଶା ସାହିତ୍ୟିକ ସଂଗଠନ

 ଭୁବନେଶ୍ୱର ଓଡ଼ିଶା , ବେଙ୍ଗାଲୁରୁ

Related posts

ରାଉରକେଲା ସ୍ପୋର୍ଟସଆସୋସିଏସନ୍ ପକ୍ଷରୁ ଉଚ୍ଚଶିକ୍ଷାମନ୍ତ୍ରୀ ରୋହିତ ପୂଜାରୀଙ୍କୁ ସମ୍ବର୍ଦ୍ଧନା

Sunil Chandra Nayak

ବିଦ୍ୟା ଧର ମହାନ୍ତ ଙ୍କ କବିତା – ବିରାଗ

Sunil Chandra Nayak

ଖଇରା ଷ୍ଟେଟବ୍ୟାଙ୍କ ଶାଖା ତରଫରୁ ଜନସଚେତନତା କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!