ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

ଜଣାଣ

ମାନଗୋବିନ୍ଦ ସ୍ବାଇଁ

ଦେଖି ତୋର ରୂପ ବଢିଯାଏ ଭାବ
   ଦୁଇ ହାତ ଦେଲି ଯୋଡ଼ି
ଶରଣ ପଶିଲି ଦୁଃଖକୁ କହିଲି
   ମୋ ବିପଦ ଯାଉ ଛାଡ଼ି।
ନିଶ୍ଚିତ ଭାବରେ ଆଖି ଖୋଲି ଚାହିଁ
    ଗାଇଲି ପ୍ରଭୁ ଭଜନ
ସର୍ବାଂଗ ଶରୀର ହାଲୁକା ଲାଗିଲା
   ମନ ପାପ ଛାଡ଼ି ସ୍ଥାନ।
ଭଜନ ସଂଗୀତ ଯେତେ ଦୂର ଯିବ
      ଭାଷା ଶୁଦ୍ଧ ହବ କାନ
ଶୁଣିଲେ ଗାଇଲେ ମନର ପବିତ୍ର
     ଦେଖା ହବ ଭଗବାନ।
 ଯାହାଙ୍କୁ ଖୋଜିଲେ ଭଜିଲେ ପାଇବୁ
    ନିତି ଜପ ଗୁରୁ ନାମ
ଗୁରୁ ଆଜ୍ଞା ହେଜ ଗୁରୁଙ୍କ ପାଳନ
     ଗୁରୁ ଦେବ ବ୍ରହ୍ମ ଜ୍ଞାନ।
ସକାଳ ସନ୍ଧ୍ୟାରେ ପ୍ରଭୁ ନାମ ଧରି
    ଯୁଆଡ଼େ ଯାଉଛି ଯାଆ
ଫେରିବା ପଥକୁ ପ୍ରଭୁ ନାମ ଧରି
       ସ୍ମରଣ ଭଜନ ଗାଆ।

ଗୋଜାବନ୍ଧ ମହାକାଳପଡ଼ା

କେନ୍ଦ୍ରାପଡ଼ା

Related posts

ଜନରଞ୍ଜନ ପ୍ରଧାନ ଙ୍କ କବିତା ଆଜି ଅଟଇ ପବିତ୍ର ଦିନ

Sunil Chandra Nayak

କଳାହାଣ୍ଡି କରଣ ସମାଜର ସାଧାରଣ ବୈଠକ ଅନୁଷ୍ଠିତ ଏବଂ ନୂତନ କର୍ମକର୍ତ୍ତା ଚୟନ

Sunil Chandra Nayak

ନର୍ଲାରୋଡ଼ ହାଇସ୍କୁଲର ବିଜ୍ଞାନ ଶିକ୍ଷକ ଶ୍ରୀଯୁକ୍ତ ସନ୍ତୋଷ କୁମାର କର ନାଗପୁର ଠାରେ ସମ୍ବର୍ଦ୍ଧିତ

Sunil Chandra Nayak

Leave a Comment

error: Content is protected !!